ଜଳବାୟୁର ନରସଂହାର ଦେଖି ସ୍ତବ୍ଧ ହେଲେ ଜାତିସଂଘ ମୁଖ୍ୟ…

ଇସଲାମାବାଦ, ୧୧।୯ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ଭୟଙ୍କର ବିନାଶକୁ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। ଗୁଟେରସ କହିଛନ୍ତି ଯେ ସେ ଏତେ ବଡ଼ ଜଳବାୟୁ ନରସଂହାର ପୂର୍ବରୁ କେବେ ଦେଖି ନାହାଁନ୍ତି। ସେ କହିଛନ୍ତି, ’ମୁଁ ଦୁନିଆରେ ଅନେକ ମାନବିକ ବିପର୍ଯ୍ୟୟ ଦେଖିଛି, କିନ୍ତୁ ପାକିସ୍ତାନର ଏହି ବନ୍ୟା ପରସ୍ଥିତିି ପରି ଜଳବାୟୁ ନରସଂହାର କେବେ ଦେଖି ନାହିଁ। ଆଜି ମୁଁ ଯାହା ଦେଖିଲି ତାହା ବର୍ଣ୍ଣନା କରିବାକୁ ମୋର କୌଣସି ଶବ୍ଦ ନାହିଁ।

ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବାଲୁଚିସ୍ତାନ ଏବଂ ସିନ୍ଧର ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ହୋଇଥିବା ବିମାନ ସର୍ବେକ୍ଷଣରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ବିନାଶ ବିଷୟରେ ଗୁଟେରସଙ୍କୁ ସୂଚନା ଦେଇଛନ୍ତି। ଜାତିସଂଘ ମୁଖ୍ୟ ବନ୍ୟା ଯୋଗୁଁ ହୋଇଥିବା ବିନାଶକୁ କଳ୍ପନା କରାଯାଇ ପାରିବ ନାହିଁ ବୋଲି ବର୍ଣ୍ଣନା କରିଛନ୍ତି।

ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେବାକୁ ଗୁଟେରସ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଥିଲେ। ସେ ସ୍ବୀକାର କରିଛନ୍ତି ଯେ ମିଳିତ ଜାତିସଂଘ ଏହି ଦେଶରେ ଯାହା କରୁଛି ତାହା କେବଳ ଆବଶ୍ୟକତାର ଏକ ଛୋଟ ଅଂଶ ମାତ୍ର। ଏହା ସମୁଦ୍ରକୁ ଶଙ୍ଖେ ଭଳି। ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଉପରେ ଗମ୍ଭୀର ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଜାତିସଂଘର ମୁଖ୍ୟ କହିଛନ୍ତି ଯେ ସେ ଏହି ଦୁଃଖଦ ପରିସ୍ଥିତି ବିଷୟରେ ସଚେତନତା ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଏହି ସମୟରେ ପାକିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ବୋଲି ସେ ନିଶ୍ଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

ଇବୋଲା ବିପଦକୁ ଦେଖି ସ୍ଥଗିତ ରହିଲା ଭାରତ-ଆଫ୍ରିକା ସମ୍ମିଳନୀ, ଦିଲ୍ଲୀରେ ଥିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୧।୫: ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସ୍ଥିର ହୋଇଥିବା ଶିଖର ସମ୍ମିଳନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri