ବୃଦ୍ଧାଙ୍କୁ ହତ୍ୟା କରି ସୁନା ଅଳଙ୍କାର, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି କଲେଜ ଛକ ନିକଟ ଗଡ଼ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବୃଦ୍ଧାଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟାକରି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ସୁନା ଅଳଙ୍କାର ଓ ନଗଦ ଟଙ୍କା। ବୃଦ୍ଧା ଜଣକ ହେଲେ ରାମେୟା ପାତ୍ରଙ୍କ ସ୍ତ୍ରୀ ଆଦି ପାତ୍ର। ସବୁଦିନ ପରି ରାତିରେ ଖାଇବା ସାରି ଘର ବାହାରେ ଥିବା ଗୁହାଳ ଘରେ ଶୋଇଥିଲେ ରାମେୟା। ଘର ଭିତରେ ଶୋଇଥିଲେ ଆଦି ପାତ୍ର। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାଡ଼ିପଟ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଖୋଜାଖୋଜି କରି ଫିଙ୍ଗା ଫୋପଡ଼ା କରିବା ସହ ଟ୍ରଙ୍କରେ ଥିବା ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେବା ସହ ଶୋଇଥିବା ବୃଦ୍ଧାଙ୍କୁ ମାଡ଼ି ବସି ତାଙ୍କର ମୁଣ୍ଡକୁ ଛେଚି ମାରିଦେବା ସହ ସେ ବେକରେ ପିନ୍ଧିଥିବା ସୁନା ଖାସୁ ମାଳି,କାନକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ସୁନା କାନଫୁଲ, ନାକକୁ କାଟି ସୁନା ଦଣ୍ଡି ପ୍ରଭୃତି କାଟି ନେଇଯାଇଛନ୍ତି। ଭୋର୍‌ରେ ରାମେୟା ନିଦରୁ ଉଠି ଘର ଭିତରକୁ ଗଲା ବେଳେ ସ୍ତ୍ରୀଙ୍କ ରାକ୍ତାକ୍ତ ମୃତଦେହ ଘରେ ପଡ଼ିଥିବା ଦେଖି ସାହି ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ଖବରପାଇ ଅପର୍ତ୍ତିିନଗର ସାହିରେ ରହୁଥିବା ପୁଅ ସାହେବ ପାତ୍ର ଘରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା,ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା,କେ.ନୂଆଗାଁ ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ପରେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା। ବୃଦ୍ଧାଙ୍କ ପୁଅ ସାହେବ ପାତ୍ରଙ୍କ ଏତଲା କ୍ରମେ କେସ ନଂ. ୩୨୪/ ୨୨ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ବୃଦ୍ଧାଙ୍କ ଝିଅ ଜ୍ବାଇଁ ସୁରଟରେ ରୁହନ୍ତି। ଝିଅ କିଛିଦିନ ପୂର୍ବେ ମାଆଙ୍କୁ ଟଙ୍କା ପଠାଇଥିଲେ। ସେ ତାଙ୍କ ଗାଁରେ କିଛି ବ୍ୟକ୍ତିଙ୍କୁ ସୁଧ ପାଇଁ ଟଙ୍କା ଋଣ ଦେଉଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି। ପୋଲିସ ରକ୍ତଭିଜା ଲୁଗା ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗରେ ଆଜି ଇଣ୍ଡିଆନ ଗ୍ରାଁ ପ୍ରି-୩

ଭୁବନେଶ୍ୱର, ୨୧।୫(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଆଥଲେଟିକ୍ସର ଆଉ ଏକ ବଡ଼ ପ୍ରତିଯୋଗିତା। ରାଜ୍ୟ ସରକାର ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ...

ସ୍ତ୍ରୀ ହତ୍ୟା ଅଭିଯୋଗରେ ଡାକ୍ତର ଗିରଫ

ଗୋପାଳପୁର,୩।୭: ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶନିବାର କେଲୁଆପୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ମାସକ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ)-ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୩୦ଦିନ ପୂର୍ବରୁ ଶେଷ ହୋଇଛି। କୋଭିଡ୍‌ କଟକଣା ଭିତରେ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ...

ଭିତ୍ତିଭୂମି ବିକାଶ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ

ବାଲେଶ୍ୱର ଅଫିସ, ୨୫।୯-ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ବିଭନ୍ନ ପଦକ୍ଷେପ ନେଇଛନ୍ତି।...

ସରଡିହାରେ ହାତୀପଲଙ୍କ ଉତ୍ପାତ

ବସ୍ତା, ୨୬ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ୪ଦିନ ପୂର୍ବରୁ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମରେ ହାତୀପଲ ଉତ୍ପାତ କରିବା ସହିତ ବ୍ୟାପକ...

ପରଲୋକରେ ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକ

କେସିଙ୍ଗା,୨୪।୭(ଡି.ଏନ୍‌.ଏ.): କଳାହାଣ୍ଡିର ପୂର୍ବତନ ଏମ୍‌ପି ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତେବେ ପୁରୀ ସ୍ବର୍ଗଦ୍ୱାରରେ...

ଗୋପାଳ ପଣ୍ଡା ପାଇବେ ନାଲ୍‌କୋ ସଙ୍ଗୀତ ସୁଧାକର ସ୍ମାରକୀ ସମ୍ମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଚଳିତବର୍ଷ ‘ନାଲ୍‌କୋ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ’ ପାଇବେ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା। ସଙ୍ଗୀତ ସୁଧାକର...

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର...

Advertisement
Archives

Model This Week