Posted inଫୁରସତ

ସେବା ପାଇଁ ସମର୍ପିତ ଥିଲେ ଉମା

ନିଜର ୫ ପୁଅ, ଗୋଟିଏ ଝିଅ ଜନ୍ମ ଦେଇଥିଲେ ସିନା, ଅସୁମାରୀ ଲୋକ ଯେ ତାଙ୍କୁ ମା’ର ଆସନରେ ବସାଇଥିଲେ, ତାହା କେହି କଳ୍ପନା କରି ନ ଥିବେ। ଅଗଷ୍ଟ ୪ ବୁଧବାର ଶ୍ରାବଣ କୃଷ୍ଣ ଏକାଦଶୀରେ ଉମା ନନ୍ଦ ଦୁନିଆରୁ ବିଦାୟ ନେଇଥିଲେ। ଶେଷ ଦର୍ଶନ ପାଇଁ ଆସିଥିବା ପିଲାଠାରୁ ବୁଢୀ ବୁଢା ପର୍ଯ୍ୟନ୍ତ ସମସ୍ତେ ବ୍ୟଥିତ ହୋଇପଡିଥିଲେ।
ଜନ୍ମ ନେଇଥିଲେ ପବିତ୍ର ବାଲି ତୃତୀୟାରେ।  ନାଁ ଦିଆଯାଇଥିଲା ଉମା। ଯାହାଙ୍କ ହାତ ଧରି ବାହା ହୋଇଥିଲେ, ତାଙ୍କ ନାମ ଥିଲା ଉମାକାନ୍ତ, ଯାହାଙ୍କୁ ସମସ୍ତେ କାଳୁ ନନ୍ଦ ନାମରେ ଜାଣନ୍ତି। ନୂଆ ରାଜଧାନୀ ନିର୍ମାଣରେ ସେ ଥିଲେ ଅନ୍ୟତମ ମୁଖ୍ୟ ସ୍ଥପତି। ଉଭୟ ସ୍ତ୍ରୀ ସ୍ବାମୀ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ସୁନ୍ଦରପଦା ଗାଁର ବୋହୂ ହେଲାପରେ ବିରାଟ ପରିବାରର ବୋଝ ଦକ୍ଷତାର ସହିତ ବୋହିନେଲେ ଉମା। ବିଦେଶୀଙ୍କୁ ଆତିଥେୟତା ଦେବାକୁ ଓଡିଶା ସରକାର ତାଙ୍କ ସାହଚର୍ଯ୍ୟ ଲୋଡୁଥିଲେ। ସ୍ଥାନୀୟ ମହିଳାଙ୍କୁ ସଶକ୍ତ କରିବାରେ ତାଙ୍କ ଅବଦାନ ଅତୁଳନୀୟ।
ବୟସର ଅପରାହ୍ନରେ ତାଙ୍କ ସ୍ବାମୀ ଆଖି ବୁଜିଲେ । ଘରର ସବୁ ଦାୟିତ୍ୱ ପଡିଲା ତାଙ୍କ କାନ୍ଧରେ। ଠାକୁର ପୂଜା, ଅତିଥି ଅଭ୍ୟାଗତ ଚର୍ଚ୍ଚାରେ ନିମଗ୍ନ ରହିଲେବି ତାଙ୍କର ପରାମର୍ଶ ଓ ସହଯୋଗ ଲୋଡିବାକୁ ତାଙ୍କୁ ମା’ପରି ମାନୁଥିବା ଲୋକଙ୍କ ଭିଡ କମୁ ନ ଥିଲା କେବେ। କାହାକୁ ବି ପଦେ କଡା ଭାଷାରେ କଥା କହୁ ନ ଥିଲେ। ବଡ଼ ବୋହୂ ତାଙ୍କଠୁ ଶିଖିଲେ ଘର ଚଳାଇବାର କଳା ତ ବଡ଼ ମଝିଆ ରୋଷେଇ କରି ସମସ୍ତଙ୍କୁ ଖୁଆଇବାର କୌଶଳ ଓ ସାନ ତିନି ବୋହୂ ଅତିଥି ଅଭ୍ୟାଗତଙ୍କୁ ଆପ୍ୟାୟିତ କରିବାର ଶୈଳୀ।
ମୋ ବାହାଘର ପାଇଁ ପାତ୍ରୀ ଠିକ୍‌ କରିଥିଲେ ସେ। ଆମ ଘରେ ମନୋନୀତ ହେବାରୁ ବିବାହ ହେଲା। ଅନୁଜ ପ୍ରତିମ ‘ଜୀବନ’ସହ ତାଙ୍କ ଝିଅ ‘ରୀତା’ର ବାହାଘର ପ୍ରସ୍ତାବ ଦେଇଥିଲି ଯାହା ସଫଳ ହୋଇଥିଲା। ଜୀବନ ‘ନାଲକୋ’ ଜେନେରାଲ ମ୍ୟାନେଜର ପଦବୀରୁ ଅବସର ନେଇଛନ୍ତି। ମୁଁ ଚାକିରି କ୍ଷେତ୍ରରୁ ଭୁବନେଶ୍ୱର ଆସିଲେ, ଉମା ମାଉସୀଙ୍କର ଆଶୀର୍ବାଦ ନେଉଥିଲି। ଦଶତୁଠରେ ସ୍ନାନ ତର୍ପଣ କଲାବେଳେ ତାଙ୍କ ବିସ୍ତାରିତ ମାତୃତ୍ତ୍ୱକୁ ଅନୁଭବ କରି ଶୀହରିତ ହେଉଛି।
ହେ ଦୟାମୟ, ଏହି ପୁଣ୍ୟାତ୍ମାଙ୍କୁ କୋଳେଇ ନିଅ, ଏତିକି ପ୍ରାର୍ଥନା।
-ଜାନକୀଶ ବଡ଼ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri