Posted inଫୁରସତ

ମନୋରମ ପର୍ଯ୍ୟଟନସ୍ଥଳୀ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। କାରଣ ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ ପରିବେଷ୍ଟିତ ପାହାଡର ଅପୂର୍ବ ଦୃଶ୍ୟ ବେଶ୍‌ ଆଖିଦୃଶିଆ ହୋଇଥାଏ। ଏହାଛଡ଼ା ଏଠାରେ ବି ଦେଖିବାକୁ ମିଳେ ହ୍ରଦ ଏବଂ ଏକାଧିକ ବୌଦ୍ଧ ମଠ। କେବଳ ପର୍ଯ୍ୟଟନ ଦୃଷ୍ଟି କୋଣରୁ ନୁହେଁ ଏଠାକାର ସଂସ୍କୃତି ଓ କଳା ମଧ୍ୟ ବେଶ୍‌ ସମୃଦ୍ଧ ଆଉ ହୃଦୟସ୍ପର୍ଶୀ। ଖାସ୍‌ ସେଥିପାଇଁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଗହଳି ପରିଲକ୍ଷିତ ହୋଇଥାଏ।

କ’ଣ ଦେଖିବେ
ଏଠାରେ ପର୍ଯ୍ୟଟକ ଦୁବ୍‌ଦି ନାମରେ ଏକ ଲୋକପ୍ରିୟ ବୌଦ୍ଧ ମଠ ଦେଖିବାର ସୂଯୋଗ ପାଇପାରିବେ। ଏହି ମଠକୁ କେହି କେହି ୟୁକସୋମ ମଠ ବୋଲି ବି କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ୧୭୦୧ ମସିହାରେ ନିର୍ମିତ ହୋଇଥିବା ଏହି ବୌଦ୍ଧ ମଠଟି ଆଜିବି ତା’ର ଆକର୍ଷଣୀୟ ପରିପାଟିରେ ଆଗନ୍ତୁକଙ୍କୁ ସ୍ବାଗତ କରିବାକୁ ୟୁକସୋମରେ ସେମିତି ଦଣ୍ଡାୟମାନ ହୋଇ ରହିଛି। କେବଳ ଏହି ଗୋଟିଏ ମଠ ନୁହେଁ, ୟୁକସୋମର ନିକଟବର୍ତ୍ତୀ ଅଞ୍ଚଳରେ ଆହୁରି ଅନେକ ଛୋଟବଡ଼ ମଠ ଦେଖିବାକୁ ମିଳିଥାଏ। ଯେମିତିକି: ପେମୟାଙ୍ଗସେ ମଠ, ସାଙ୍ଗ ଚୋଏଲିଂ ମଠ, ତାସିଡିଂ ମଠ ଇତ୍ୟାଦି ଅନ୍ୟତମ। ବୌଦ୍ଧମଠ ବ୍ୟତିତ ପର୍ଯ୍ୟଟକ ଏଠାରେ ଖେଚେଓପଲ୍‌ରି ନାମରେ ଏକ ହ୍ରଦ ବି ଦେଖିବାର ମଜା ନେଇପାରିବେ। କେବଳ ସେତିକି ନୁହେଁ, ସମୁଦ୍ରପତ୍ତନଠାରୁ ପ୍ରାୟ ୧୭୮୦ ମିଟର ଉଚ୍ଚତାରେ ଥିବା ଏହି ସହରରେ ପର୍ଯ୍ୟଟକ ଅନେକ ଜଙ୍ଗଲ ପରିବେଷ୍ଟିତ ପାହାଡ ଦେଖିବାର ମଜା ମଧ୍ୟ ନେଇପାରିବେ।

ଇକୋ-ଟୁରିଜିମ୍‌ରେ ବି ନାଁ ରହିଛି
ଇକୋ-ଟୁରିଜିମ୍‌ କ୍ଷେତ୍ରରେ ବି ୟୁକସୋମର ରହିଛି ବେଶ୍‌ ନାଁ ଆଉ ଖ୍ୟାତି। ପାହାଡ, ପର୍ବତ ଘେରା ଏହି ଅଞ୍ଚଳର ଲୋକମାନେ ପରିଷ୍କାର, ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି।

ଟ୍ରେକିଂ ପାଇଁ ବି ପ୍ରସିଦ୍ଧ
ପାହାଡ ପର୍ବତ ଘେରା ଏହି ଅଞ୍ଚଳରେ ଟ୍ରେକିଂ ପାଇଁ ବି ରହିଛି ବେଶ୍‌ ସୁବିଧା ସୂଯୋଗ। ଖାସ୍‌ ସେଥିପାଇଁ ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କର ଏଠାରେ ବେଶ ଭିଡ଼ ଜମିଥାଏ।

କେବେ ଓ କେମିତି ଯିବେ
ୟୁକସୋମକୁ ବର୍ଷକ ବାରମାସ ବୁଲି ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଡିସେମ୍ବରରୁ ଫେବୃୟାରୀ ଏଠାରେ ବହୁତ ଥଣ୍ଡା ଅନୁଭବ ହୋଇଥାଏ। ତେଣୁ ଏଠାକୁ ଭ୍ରମଣରେ ଯିବା ପାଇଁ ମାର୍ଚ୍ଚରୁ ଜୁନ୍‌ ଏବଂ ସେପ୍ଟେମ୍ବରରୁ ନଭେମ୍ବର ହେଉଛି ସବୁଠୁ ଭଲ ସମୟ। ସେହିପରି ଏଠାକୁ ଯିବା ସକାଶେ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଟୁରିଷ୍ଟ ବସ୍‌ ହେଉ ଅବା ନିଜସ୍ବ ଗାଡିରେ ମଧ୍ୟ ଆରାମରେ ଯାଇ ଏଠାରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri