Posted inଫୁରସତ

ମନୋରମ ପର୍ଯ୍ୟଟନସ୍ଥଳୀ ୟୁକସୋମ

ୟୁକସୋମ ହେଉଛି ସିକ୍କିମ୍‌ସ୍ଥିତ ଏକ ଆକର୍ଷଣୀୟ ତଥା ମନୋରମ ସହର। କାରଣ ଏଠାରେ ରହିଛି ଏକାଧିକ ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌କରି ଏଠାରେ ଦେଖିବାକୁ ମିଳୁଥିବା ଜଙ୍ଗଲ ପରିବେଷ୍ଟିତ ପାହାଡର ଅପୂର୍ବ ଦୃଶ୍ୟ ବେଶ୍‌ ଆଖିଦୃଶିଆ ହୋଇଥାଏ। ଏହାଛଡ଼ା ଏଠାରେ ବି ଦେଖିବାକୁ ମିଳେ ହ୍ରଦ ଏବଂ ଏକାଧିକ ବୌଦ୍ଧ ମଠ। କେବଳ ପର୍ଯ୍ୟଟନ ଦୃଷ୍ଟି କୋଣରୁ ନୁହେଁ ଏଠାକାର ସଂସ୍କୃତି ଓ କଳା ମଧ୍ୟ ବେଶ୍‌ ସମୃଦ୍ଧ ଆଉ ହୃଦୟସ୍ପର୍ଶୀ। ଖାସ୍‌ ସେଥିପାଇଁ ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଗହଳି ପରିଲକ୍ଷିତ ହୋଇଥାଏ।

କ’ଣ ଦେଖିବେ
ଏଠାରେ ପର୍ଯ୍ୟଟକ ଦୁବ୍‌ଦି ନାମରେ ଏକ ଲୋକପ୍ରିୟ ବୌଦ୍ଧ ମଠ ଦେଖିବାର ସୂଯୋଗ ପାଇପାରିବେ। ଏହି ମଠକୁ କେହି କେହି ୟୁକସୋମ ମଠ ବୋଲି ବି କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ୧୭୦୧ ମସିହାରେ ନିର୍ମିତ ହୋଇଥିବା ଏହି ବୌଦ୍ଧ ମଠଟି ଆଜିବି ତା’ର ଆକର୍ଷଣୀୟ ପରିପାଟିରେ ଆଗନ୍ତୁକଙ୍କୁ ସ୍ବାଗତ କରିବାକୁ ୟୁକସୋମରେ ସେମିତି ଦଣ୍ଡାୟମାନ ହୋଇ ରହିଛି। କେବଳ ଏହି ଗୋଟିଏ ମଠ ନୁହେଁ, ୟୁକସୋମର ନିକଟବର୍ତ୍ତୀ ଅଞ୍ଚଳରେ ଆହୁରି ଅନେକ ଛୋଟବଡ଼ ମଠ ଦେଖିବାକୁ ମିଳିଥାଏ। ଯେମିତିକି: ପେମୟାଙ୍ଗସେ ମଠ, ସାଙ୍ଗ ଚୋଏଲିଂ ମଠ, ତାସିଡିଂ ମଠ ଇତ୍ୟାଦି ଅନ୍ୟତମ। ବୌଦ୍ଧମଠ ବ୍ୟତିତ ପର୍ଯ୍ୟଟକ ଏଠାରେ ଖେଚେଓପଲ୍‌ରି ନାମରେ ଏକ ହ୍ରଦ ବି ଦେଖିବାର ମଜା ନେଇପାରିବେ। କେବଳ ସେତିକି ନୁହେଁ, ସମୁଦ୍ରପତ୍ତନଠାରୁ ପ୍ରାୟ ୧୭୮୦ ମିଟର ଉଚ୍ଚତାରେ ଥିବା ଏହି ସହରରେ ପର୍ଯ୍ୟଟକ ଅନେକ ଜଙ୍ଗଲ ପରିବେଷ୍ଟିତ ପାହାଡ ଦେଖିବାର ମଜା ମଧ୍ୟ ନେଇପାରିବେ।

ଇକୋ-ଟୁରିଜିମ୍‌ରେ ବି ନାଁ ରହିଛି
ଇକୋ-ଟୁରିଜିମ୍‌ କ୍ଷେତ୍ରରେ ବି ୟୁକସୋମର ରହିଛି ବେଶ୍‌ ନାଁ ଆଉ ଖ୍ୟାତି। ପାହାଡ, ପର୍ବତ ଘେରା ଏହି ଅଞ୍ଚଳର ଲୋକମାନେ ପରିଷ୍କାର, ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି।

ଟ୍ରେକିଂ ପାଇଁ ବି ପ୍ରସିଦ୍ଧ
ପାହାଡ ପର୍ବତ ଘେରା ଏହି ଅଞ୍ଚଳରେ ଟ୍ରେକିଂ ପାଇଁ ବି ରହିଛି ବେଶ୍‌ ସୁବିଧା ସୂଯୋଗ। ଖାସ୍‌ ସେଥିପାଇଁ ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କର ଏଠାରେ ବେଶ ଭିଡ଼ ଜମିଥାଏ।

କେବେ ଓ କେମିତି ଯିବେ
ୟୁକସୋମକୁ ବର୍ଷକ ବାରମାସ ବୁଲି ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଡିସେମ୍ବରରୁ ଫେବୃୟାରୀ ଏଠାରେ ବହୁତ ଥଣ୍ଡା ଅନୁଭବ ହୋଇଥାଏ। ତେଣୁ ଏଠାକୁ ଭ୍ରମଣରେ ଯିବା ପାଇଁ ମାର୍ଚ୍ଚରୁ ଜୁନ୍‌ ଏବଂ ସେପ୍ଟେମ୍ବରରୁ ନଭେମ୍ବର ହେଉଛି ସବୁଠୁ ଭଲ ସମୟ। ସେହିପରି ଏଠାକୁ ଯିବା ସକାଶେ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ପର୍ଯ୍ୟଟକ ଟୁରିଷ୍ଟ ବସ୍‌ ହେଉ ଅବା ନିଜସ୍ବ ଗାଡିରେ ମଧ୍ୟ ଆରାମରେ ଯାଇ ଏଠାରେ ପହଁଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ତିଆରି କଲା ଏଆଇ ସୁଟକେସ

ଟୋକିଓ,୨୩।୨: ଜାପାନର କିଛି ଗବେଷକ ଏକ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ) ସୁଟକେସ ତିଆରି କରିଛନ୍ତି। ଏହା ଦେଖିପାରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ...

୧୦ ବର୍ଷ ମଧ୍ୟରେ ନଷ୍ଟ ହୋଇଛି ୧୪ ପ୍ରତିଶତ ଶୈବାଳ ପ୍ରାଚୀର, ବର୍ଷକୁ ୨.୭ ଟ୍ରିଲିୟନ୍‌ ଡଲାର କ୍ଷତି…

ଓ୍ବାଶିଂଟନ,୫।୧୦: ବିଶ୍ୱ ତାପନର ପ୍ରଭାବ ସାମୁଦ୍ରିକ ଜୈବ ବିବିଧତା ଉପରେ ପଡିବାରେ ଲାଗିଛି। ଏହା ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ୧୪ ପ୍ରତିଶତ ଶୈବାଳ...

‘ସ୍ପାଇଡରମ୍ୟାନ୍‌ ଦମକଳକର୍ମୀ’: ୧୬ ମହଲାରେ ଫସିଥିବା ମହିଳାଙ୍କୁ ଏପରି କଲେ ଉଦ୍ଧାର, ଦେଖନ୍ତୁ ଭିଡିଓ..

କେଉଁଠିି ନିଆଁ ଲାଗିଲେ ଦମକଳ ବାହିନୀକୁ ଡକାଯାଏ। କର୍ମଚାରୀମାନେ ଆସି ନିଆଁ ଉପରେ କାବୁ କରିବାକୁ ଚେଷ୍ଟା କରି ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥାନ୍ତି।...

ପ୍ରେମୀଯୁଗଳଙ୍କ ବିଚ୍ଛେଦ ପାଇଁ ଏହି ମନ୍ଦିରରେ ହୁଏ ପୂଜା…

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା...

ଡରିଗଲେ ବଣର ରାଜା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବାଲୁକା କଳାର ଯାଦୁକର ସୁବଳ ମହାରଣା

ବାଲୁକା କଳାରେ ଯେଉଁ କେତେଜଣ ବାଲୁକାଶିଳ୍ପୀ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ହେଲେ ସୁବଳ ମହାରଣା। ଏହି କଳା ପାଇଁ...

ଧର୍ମର କି ପରିଭାଷା ତୁମେ ଜାଣିଛ ଭୀଷ୍ମ

ଉତ୍ତର ଦିଅ l ଯଥାଶୀଘ୍ର ମୋ ପ୍ରଶ୍ନର ଉତ୍ତର ଦିଅ ମହାମହିମ- ମହାଭାରତ ଯୁଦ୍ଧର ନବମ ଦିନରେ କ୍ରୁଦ୍ଧ କୃଷ୍ଣ ନିଜ ହାତରେ ରଥ ଚକଟିଏ...

ବକ୍ସିଂ ଗୁରୁ ସୁଦର୍ଶନ ସାହୁ

ନିଜର କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ଦ୍ୱାରା ସେ କେବଳ ସଫଳତା ହାସଲ କରିନାହାନ୍ତି ବରଂ ଅନେକଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି। କ୍ରୀଡ଼ା କ୍ଷେତ୍ରରେ...

Advertisement
Archives

Model This Week