‘ଜାଲିଆନଓ୍ବାଲା ବାଗ’ ପ୍ରତିଶୋଧ ନେବାକୁ ଆସିଛି

ସ୍କଟଲାଣ୍ଡ ୟାର୍ଡ,୨୭।୧୨: ବ୍ରିଟେନର ରାଣୀ କୁଇନ ଏଲିଜାବେଥ ପରିବାର ସହ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଓ୍ବିଣ୍ଡସର ଦୁର୍ଗରେ ପ୍ରବେଶ କରିବାରୁ ଜଣେ ଯୁବକ ଗିରଫ ହୋଇଥିଲେ। ଏହାର ଗୋଟିଏ ଦିନ ପରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକ କହୁଛନ୍ତି, ‘ଜାଲିଆନଓ୍ବାଲା ବାଗ ଗଣହତ୍ୟା’ର ପ୍ରତିଶୋଧ ନେବାକୁ ଆସିଛି। ମୁଁ ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବାକୁ ଚାହେଁ।

‘ଦି ସନ’ ଦ୍ୱାରା ସ୍ନାପଶଟରେ ଶେୟାର କରାଯାଇଥିବା ଭିଡିଓରେ, ଜଣେ ଯୁବକ କଳା ରଙ୍ଗର ଜ୍ୟାକେଟ୍‌ ପିନ୍ଧିଛନ୍ତି ଓ ତାଙ୍କ ହାତରେ ଏକ କ୍ରସବୋ ଥିଲା।

ସେ କ୍ୟାମେରାକୁ ସମ୍ବୋଧନ ଦେଇ କହିଥିଲେ, ମୁଁ ଯାହା କରିଛି ଏବଂ ଯାହା କରିବାକୁ ଯାଉଛି ସେଥି ଲାଗି କ୍ଷମା ମାଗୁଛି। ମୁଁ ରୟାଲ ପରିବାରର ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିବି। ୧୯୧୯ ଜାଲିଆନଓ୍ବାଲା ବାଗ ଗଣହତ୍ୟାରେ ଯେଉଁମାନେ ପ୍ରାଣ ହରାଇଥିଲେ, ସେମାନଙ୍କ ପ୍ରତିଶୋଧ ନେବି। ମୁଁ ଜଣେ ଭାରତୀୟ ଶିଖ। ମୋ ନାଁ ଜସଓ୍ବନ୍ତ ସିଂ ଚାଇଲ। ଖ୍ରୀଷ୍ଟମାସ ଦିନ ଅସ୍ତ୍ର ସହ ଓ୍ବିଣ୍ଡସର ଦୁର୍ଗକୁ ବିନା ଅନୁମତିରେ ପ୍ରବେଶ କରିବାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉହାନ ଲ୍ୟାବରେ ତିଆରି ହୋଇଥିଲା କରୋନା ଭୂତାଣୁ: ଆମେରିକା…

ଓ୍ବାଶିଂଟନ/ବେଜିଂ,୨୭।୨ : କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଅନେକ ଦେଶ ଟିକା ଦେବାରେ ସଫଳ ହୋଇଥିଲେ ମଧ୍ୟ କରୋନା ମାମଲା ଥମି...

ବିବାହ କଲେ ଇମ୍ରାନ ଖାନଙ୍କ ଦ୍ୱିତୀୟ ସ୍ତ୍ରୀ

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବ ସ୍ତ୍ରୀ ରେହମ ଖାନ ପୁଣି ଥରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର...

୫ ବର୍ଷ ପରେ ବଜାରରେ ମିଳିବ କୃତ୍ରିମ କିଡ୍‌ନୀ…

ଏବେ କିଡ୍‌ନୀ ସମସ୍ୟା ଦେଖାଗଲେ ଆଉ ଭୟ କରିବାର ନାହିଁ। କାରଣ ୫ ବର୍ଷ ପରେ ବଜାରରେ କୃତ୍ରିମ କିଡ୍‌ନୀ ମିଳିବ। ଆମେରିକାରେ ଗବେଷକ ଏଭଳି...

ଇଣ୍ଡୋନେସିଆ ଡଙ୍ଗାବୁଡ଼ି ଘଟଣା: ୧୧ ମୃତଦେହ ଉଦ୍ଧାର, ଏବେ ବି ୯ ନିଖୋଜ

ଜାକର୍ତ୍ତା,୨୮ା୪: ପଶ୍ଚିମ ଇଣ୍ଡୋନେସିଆରେ ୭୮ ଜଣଙ୍କୁ ନେଇ ଏକ ସ୍ପିଡବୋଟ୍‌ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡ଼ି ଯାଇଥିଲା। ଏହି ଘଟଣା ପରେ ଉଦ୍ଧାର...

ମଙ୍କିପକ୍ସରୁ ସୁରକ୍ଷା ଦେବ ବସନ୍ତ ଟିକା…

ଷ୍ଟକହୋମ,୨୫।୫ : ସ୍ବିଡେନର ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ଦାବି କରିଛନ୍ତି ବସନ୍ତ ଟିକା ମଙ୍କିପକ୍ସ ସଂକ୍ରମଣରୁ ସୁରକ୍ଷା କରିବାରେ ସକ୍ଷମ। ୧୯୭୦ ଦଶକରେ ବ୍ୟାପିଥିବା ବସନ୍ତ...

ଆମେରିକାରେ ୩ ଫୁଟ୍‌ ତୁଷାରପାତ

ଓ୍ବାଶିଂଟନ,୧ା୧୦: ଆମେରିକାରେ ଗ୍ରୀଷ୍ମଋତୁ ଶେଷ ହେବାର ସପ୍ତାହେ ପରେ ସେଠାରେ ପ୍ରବଳ ତୁଷାର ଝଡ଼ ହୋଇଛି। ପଶ୍ଚିମାଞ୍ଚଳରେ ରବିବାର ରେକର୍ଡ ପରିମାଣର ୩ ଫୁଟ୍‌ ଉଚ୍ଚରେ...

୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା

ନାବଲସ୍‌, ୨୩।୨: ବୁଧବାର ନାବଲସ୍‌ରେ ଇସ୍ରାଏଲ ଟ୍ରୁପ୍‌ ୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଏବଂ ୧୪ ବର୍ଷର...

ପାକିସ୍ତାନରେ ପ୍ରଦର୍ଶିତ ହେବନାହିଁ କୌଣସି ଭାରତୀୟ ଚଳଚ୍ଚିତ୍ର

ଇସଲାମାବାଦ,୮।୮: ଏଣିକି ପାକିସ୍ତାନରେ କୌଣସି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ଥିବା ଡ.ଫିରଦୋସ ଆଶିକ୍‌...

Advertisement
Archives

Model This Week