ସ୍ତ୍ରୀଙ୍କଠୁ ୨୦ ଲକ୍ଷ ଠକିନେଲେ ଅଣଓଡ଼ିଆ ସ୍ବାମୀ

ବ୍ରହ୍ମପୁର ଅଫିସ,୨୭ା୧୨: ଦିଲ୍ଲୀର ଜଣେ ଯୁବକ ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଶ୍ୱଶୁରଘର ଲୋକଙ୍କୁ ମିଛ କହି ପର୍ଯ୍ୟାୟକ୍ରମେ ପ୍ରାୟ ୨୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଅଭିଯୋଗ ପରେ ଗୋଷାଣୀନୂଆଗାଁ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ପଞ୍ଜାବର ମୋଗା ଜିଲା ଭାଗାପୁରାନା ଥାନା ଅଞ୍ଚଳରୁ ଗିରଫ କରିିଛି। ସେ ହେଲେ ଦିଲ୍ଲୀର ଅଜୟ କୁମାର(୩୫)। ପୋଲିସ ଏକ ମାମଲା(ନଂ.୭୪/୨୧) ରୁଜୁ କରି ସୋମବାର ଅଭିଯୁକ୍ତ ଅଜୟଙ୍କୁ କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ୨୦୧୯ରେ ବ୍ରହ୍ମପୁର ଜଣେ ଯୁବତୀଙ୍କ ସହ ଅଜୟ କୁମାରଙ୍କ ମଧ୍ୟରେ ଫେସ୍‌ବୁକ୍‌ରେ ସମ୍ପର୍କ ହୋଇଥିଲା। ପରେ ଅଜୟ ବ୍ରହ୍ମପୁର ଆସିଥିଲେ। ସେଠାରୁ ଦୁହେଁ ପଞ୍ଜାବ ଯାଇ ବିବାହ କରିଥିଲେ। ଅଜୟ ସ୍ତ୍ରୀଙ୍କୁ ଦିଲ୍ଲୀ ନେଇ କିଛି ମାସ ରଖିଥିଲେ। ବିଭିନ୍ନ ସ୍ଥାନ ବୁଲାବୁଲି କରିବା ପରେ ସ୍ତ୍ରୀଙ୍କ ସହ ବ୍ରହ୍ମପୁର ଗୋଷାଣୀନୂଆଗାଁରେ ଥିବା ଶ୍ୱଶୁରଘରକୁ ଆସିଥିଲେ। କିଛି ଦିନ ପରେ ଅଜୟ ଦିଲ୍ଲୀ ଚାଲିଯାଇଥିଲେ। ଦିଲ୍ଲୀରେ ଥିବା ବେଳେ ସ୍ବାସ୍ଥ୍ୟ ଖରାପ ଦର୍ଶାଇ ସ୍ତ୍ରୀଙ୍କ ଜରିଆରେ ବାପାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ। ପରେ ବିଦେଶରେ କାମ ମିଳିଛି ବୋଲି ଅଜୟ ସ୍ତ୍ରୀଙ୍କୁ କହିଥିଲେ। ବିଦେଶ ଯିବାକୁ ଟଙ୍କା ଦରକାର କହି ପର୍ଯ୍ୟାୟକ୍ରମେ ପ୍ରାୟ ୨୦ଲକ୍ଷ ଟଙ୍କା ନେଇଯାଇଥିଲେ। କିଛିଦିନ ପରେ ସ୍ତ୍ରୀଙ୍କ ଫୋନ ଅଜୟ ଉଠାଇ ନ ଥିଲେ। ସେ ବାରମ୍ବାର ଯୋଗାଯୋଗ ଓ ଖୋଜାଖୋଜି ପରେ ସ୍ବାମୀଙ୍କ କୌଣସି ପତ୍ତା ପାଇ ନ ଥିଲେ। ଏନେଇ ମହିଳା ଜଣଙ୍କ ଠକେଇର ଶିକାର ହୋଇଥିବା ନେଇ ଗତ ଜୁନ ୧୬ରେ ଗୋଷାଣୀନୂଆଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଫୋନ ଟ୍ରାକିଂ କରି ପୋଲିସ ଅଜୟ ପଞ୍ଜାବରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ପଞ୍ଜାବ ଯାଇ ଅଜୟଙ୍କୁ ଧରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟିହେଲା ଆମ୍ବ ବୋଝେଇ ଗାଡ଼ି, ଚାଳକଙ୍କ ଜୀବନ ଗଲା

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ବୁଧବାର ଭୋର୍‌ ସମୟରେ ଏକ ଆମ୍ବ ବୋଝେଇ ପିକଅପ୍‌ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

ରାସ୍ତା ତଳକୁ ଖସିଲା ବାଇକ୍‌, ଜଣେ ମୃତ

ଝୁମ୍ପୁରା, ୨୮।୧୧ (ଡି.ଏନ.ଏ.)-ବାରିଆ ଥାନାଞ୍ଚଳ ଅନ୍ତର୍ଗତ ବରାହପଶି ଜଙ୍ଗଲ ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯିବାରୁ ହିମାଂଶୁ...

ଅଯୋଗ୍ୟଙ୍କ ସଂଖ୍ୟା ୨୦ ଲକ୍ଷ ଟପିବ: ଭାଜପା

ଭୁବନେଶ୍ୱର,୨୦-୯(ବ୍ୟୁରୋ):ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା ା ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି...

ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ଏତଲା ଦେଲେ ତହସିଲଦାର

ଚନ୍ଦ୍ରଗିରି,୨୨ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ ଯୋଜନା କରିବା ଜଣେ ଦୈନିକ ଖବରକାଗଜର ଏଜେଣ୍ଟ/ଖବରଦାତାଙ୍କ ପାଇଁ ମହଙ୍ଗା...

ଜେଲରେ ଟଳିପଡ଼ିଲେ ବିଚାରାଧୀନ କଏଦୀ

ଗଜପତି, ୯।୧୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କର ସୋମବାର ସକାରେ ମୃତ୍ୟୁ ଘଟିଛି। ସେ ହେଲେ ଜୟପାଲ ସିଂ। ତାଙ୍କ ଘର...

CORONAVIRUS UPDATE: ରାଜ୍ୟରେ ପୁଣି ୮୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚିଲା

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ପୁଣି ୮୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

ଚକ୍ରନାରାୟଣଙ୍କ ଚାରି ଆଶ୍ରମ ପରିକ୍ରମା

ପୁରୀ ଅଫିସ, ୨୮ା୭: ଶ୍ରାବଣ କୃଷ୍ଣପକ୍ଷ ଏକାଦଶୀକୁ ଚକ୍ରବୁଲା ଏକାଦଶୀ କୁହାଯାଏ। ରବିବାର ଏହି ଚକ୍ରବୁଲା ଏକାଦଶୀରେ ପରମ୍ପରା ଅନୁଯାୟୀ, ଚକ୍ରନାରାୟଣ ଶ୍ରୀକ୍ଷେତ୍ରର ୪ ଆଶ୍ରମ...

ବଞ୍ଚିବା ପାଇଁ ସଂଘର୍ଷ : ପେଟ ଲାଗି ୮୦ ବର୍ଷର ବୃଦ୍ଧ ସଂଗ୍ରହ କରୁଛନ୍ତି ବର୍ଜ୍ୟବସ୍ତୁ

ମାଲକାନଗିରି,୨୩।୧୦(ଡି.ଏନ୍‌.ଏ.): ପରିଣତ ବୟସରେ ମାତାପିତା ଭଲରେ ଗଣ୍ଡେ ଖାଇବା, ରହିବା ପାଇଁ ପରିବାରରେ ପୁଅ ବୋହୂ, ନାତି ନାତୁଣୀଙ୍କ ହାତକୁ ଚାହିଁଥାନ୍ତି। କିନ୍ତୁ ଜଣେ ୮୦...

Advertisement
Archives

Model This Week