Posted inଜାତୀୟ

ଅପରେଶନ ଗଙ୍ଗା: ଆଜି ୧୫ ବିମାନରେ ଉଦ୍ଧାର ହେବେ ୩ହଜାର ଭାରତୀୟ

ନୂଆଦିଲ୍ଲୀ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ହେଲେ ସ୍ଥିତି ଏବେବି ଅଣାୟତ୍ତ । ୟୁକ୍ରେନ୍ ଉପରେ ରୁଷିଆ ବର୍ଷି ଚାଲିଛି ମିଶାଇଲ, ଗୁଳିଗୋଳା ଓ ବୋମା । ଥରି ଉଠିଛି ୟୁକ୍ରେନ୍ ମାଟି । ଏହାରି ଭିତରେ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଲଗାତାର ଜାରି ରହିଛି । ଶନିବାର ୟୁକ୍ରେନରେ ଫସି ରହିଥିବା ପ୍ରାୟ ୩ ହଜାର ଭାରତୀୟଙ୍କୁ ଅପରେଶନ ଗଙ୍ଗା ମାଧ୍ୟମରେ ୧୫ଟି ବିମାନରେ ସ୍ୱଦେଶ ଫେରାଇ ଅଣାଯିବାର ବ୍ୟବସ୍ଥା କରାଯାଇଛି । ଏଥିରେ ବାୟୁସେନାର ୪ଟି ବିମାନ ଥିବା ବେଳେ ଅନ୍ୟ ୧୧ଟି ସାଧାରଣ ବିମାନ ରହିଛି । ଏମାନଙ୍କ ମଧ୍ୟରୁ ୧୦ଟି ବିମାନ ନୂଆଦିଲ୍ଲୀରେ ଅବତରଣ କରିବାକୁ ଥିବା ବେଳେ ଗୋଟିଏ ମୁମ୍ବାଇରେ ଅବତରଣ କରିବାର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ, ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ପଶ୍ଚିମ ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ, ସ୍ଲୋଭାକିୟା ଓ ପୋଲାଣ୍ଡରୁ ବିଶେଷ ବିମାନ ଯୋଗେ ଭାରତ ଫେରାଇ ଅଣାଯାଉଛି । ରୁଷିଆର ଆକ୍ରମଣ ଯୋଗୁ ୟୁକ୍ରେନ ଆକାଶପଥ ୪ ଫେବୃୟାରୀରୁ ବନ୍ଦ ରହିଛି । ଏପଟେ ୟୁକ୍ରେନରେ ଫସି ରହିଥିବା ପ୍ରାୟ ୩,୭୭୨ ଭାରତୀୟଙ୍କୁ ଶୁକ୍ରବାର ୧୪ଟି ବିମନରେ ଉଦ୍ଧାର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସତପୁରା ଭବନ ଅଗ୍ନିକାଣ୍ଡ: ଏକ ବଡ ଦୁର୍ନୀତି ମାମଲା, ଅନୁସନ୍ଧାନ କରାଯିବାକୁ କହିଲେ କମଲ ନାଥ…

ଭୋପାଳ,୧୩।୬ : ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥିତ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟାଳୟ ଥିବା ସତପୁରା ବିଲ୍ଡିଂରେ ନିଆଁ ଲାଗିବା ସହିତ ରାଜ୍ୟର ରାଜନୈତିକ ଉଷ୍ମତା ମଧ୍ୟ...

କଂଗ୍ରେସକୁ ଘାରିଛି ଘର କଳି ଚିନ୍ତା, ପଞ୍ଜାବ-ଉତ୍ତରାଖଣ୍ଡରେ ଅବୁଝାଙ୍କୁ ବୁଝାଇବା ଜାରି…

ନୂଆଦିଲ୍ଲୀ, ୨୭।୧ : ଆଗକୁ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ। ତେବେ ଏହି ଦୁଇରାଜ୍ୟରେ ଘର କଳି ଯୋଗୁ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି।...

କୃଷକଙ୍କ ବାଡ଼ିରେ ଫଳିଛି ୩ କେଜିର ଲେମ୍ବୁ, ଦେଖିବା ପାଇଁ ନାହିଁ ନ ଥିବା ଭିଡ଼

ଚଣ୍ଡିଗଡ଼,୨୬ା୧୨: ହରିୟାଣାର ଆଦାମପୁରର କିଶନଗଡ଼ ଗ୍ରାମ ନିବାସୀ କୃଷକ ବିଜେନ୍ଦ୍ର ଥୋରିଙ୍କ ବାଡ଼ିରେ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଯେଉଁଠାରେ ଲେମ୍ବୁଗୁଡ଼ିକ ତରଭୁଜ ଆକାରର ଫଳିଛି।...

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଡେରାଡୁନ୍‌,୨୦ା୮: ଗୁଜରାଟରୁ ତୀର୍ଥଯାତ୍ରୀଙ୍କୁ ଧରି ଯାଇଥିବା ଏକ ବସ୍‌ ରବିବାର ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ଖାତକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା...

ରାଲି ସମୟରେ କୈଳାଶ ବିଜୟବର୍ଗିୟଙ୍କୁ ଅଟକ

କୋଲକାତା,୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ର ସମର୍ଥନରେ ବାହାରିଥିବା ରାଲିରୁ ଭାଜପା ମହାସଚିବ କୈଳାଶ ବିଜୟବର୍ଗିୟଙ୍କୁ ଉଠାଇନେଲା ପୋଲିସ। ଶୁକ୍ରବାର ସିଏଏ ସମର୍ଥନରେ କୈଳାଶ ଏକ...

୫୫୮ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬...

ଗୋବରରୁ ଚପଲ ତିଆରି କରି ଚର୍ଚ୍ଚାରେ ଏହି ବ୍ୟକ୍ତି

ଅଧିକାଂଶ ଲୋକ ଗାଈ ଗୋବର ନା ଶୁଣିବା ପରେ ନାକ ଟେକିବା ଆରମ୍ଭ କରନ୍ତି। କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ଗୋବର...

ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଯୋଗୀ ସରକାରଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଦେଶର ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକଭବନରେ ଆୟୋଜିତ ହୋଇଥିବା ଏକ...

Advertisement
Archives

Model This Week