ଆକାଶରୁ ବୋମା ବର୍ଷା

କ୍ୱିଭ୍‌/ମସ୍କୋ,୫ା୩: ଆକାଶରୁ ତୁହାକୁ ତୁହା ବର୍ଷୁଛି ବୋମା। ରାଜରାସ୍ତାରେ ଫୁଟୁଛି ଗୁଳି। ବଡ଼ ବଡ଼ ଆପାର୍ଟମେଣ୍ଟ ଓ ସରକାରୀ ବିଲ୍ଡିଂଗୁଡ଼ିକୁ ରକେଟ ମାଡ଼ କରି ଧରାଶାୟୀ କରିବାରେ ଲାଗିଛି ରୁଷିଆ ସେନା। ମୃତାହତଙ୍କ ସଂଖ୍ୟା କେବଳ ଅନୁମାନ ମାତ୍ର। ପ୍ରକୃତ ସଂଖ୍ୟାର ହିସାବ କାହା ପାଖରେ ନାହିଁ। ସବୁଠି ଶୁଭୁଛି କ୍ରନ୍ଦନରୋଳ। ମହିଳା ଓ ଶିଶୁମାନେ ପ୍ରାଣ ବିକଳରେ ଦେଶରୁ ପଳାୟନ କରିବାରେ ଲାଗିଥିବାବେଳେ ପୁରୁଷମାନେ ଘର ଜଗିଛନ୍ତି। ଏହା ହେଉଛି ଯୁଦ୍ଧ ପ୍ରଭାବିତ ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ର ସଦ୍ୟ ବିକଳ ଚିତ୍ର।
ପକ୍ଷରୁ ଆକ୍ରମଣର ନବମ ଦିନରେ ଛାରଖାର ହୋଇଯାଇଛି ୟୁକ୍ରେନ୍‌। ଶୁକ୍ରବାର ୟୁକ୍ରେନ୍‌ ଉତ୍ତରାଞ୍ଚଳରେ ଥିବା ଚେର୍ନିହିଭ୍‌ ସହରରେ ରୁଷୀୟ ସୈନ୍ୟଙ୍କ ବର୍ବରତା ସୀମା ଲଂଘିଛି। ଆବାସିକ କୋଠା, ସ୍କୁଲ, ଚର୍ଚ୍ଚ କାହାକୁ ବି ଛାଡ଼ିନାହାନ୍ତି ସେମାନେ। ଆକ୍ରମଣରେ କେବଳ ଏହି ସହରରେ ଏକ ଏୟାର ଷ୍ଟ୍ରାଇକ୍‌ରେ ୪୭ ନିରୀହ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ବୋରୋଡ୍‌ୟାଙ୍କା ଓ ଖର୍କିଭ୍‌ରେ ମଧ୍ୟ ଅନୁରୂପ ଆକ୍ରମଣ ଜାରି ରହିଛି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବନ୍ଦର ସହର ମାରିଉପୋଲକୁ ଦଖଲ କରିବା ପାଇଁ ରୁଷୀୟ ସୈନ୍ୟ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ରୁଷିଆ ସେନା ୟୁକ୍ରେନ୍‌ର ପୂର୍ବ, ଉତ୍ତର ଓ ଦକ୍ଷିଣ ତିନିପଟୁ ଘେରିରହିଥିବାବେଳେ ୟୁକ୍ରେନୀୟ ସୈନ୍ୟ ସେମାନଙ୍କୁ ଜବାବ ଦେଉଛନ୍ତି। କେବଳ ଖେରିସୋନ୍‌ ସହରକୁ ରୁଷିଆ ଦଖଲ କରିଥିବା କ୍ୱିଭ୍‌ ଦାବି କରିଛି। ଇତିମଧ୍ୟରେ ରୁଷିଆରେ ଏକ ନୂଆ ଆଇନ ଅଣାଯାଇଛି। ସେନା ସମ୍ପର୍କରେ ଅପପ୍ରଚାର କଲେ ଦଣ୍ଡ ଦିଆଯିବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ରୁଷିଆ ଉପରେ ଅତିରିକ୍ତ କଟକଣା ଲଗାଇ ସ୍ଥିତି ଖରାପ ନ କରିବାକୁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଚେତାବନୀ ଦେଇଛନ୍ତି। ଜର୍ମାନ ବ୍ରୋଡକାଷ୍ଟର ଡିଡବ୍ଲ୍ୟୁ ଉପରେ ରୁଷିଆ କଟକଣା ଜାରି କରିଛି।

‘ରୁଷିଆର ଆଣବିକ ଆତଙ୍କବାଦ’

ରୁଷିଆ ସୈନ୍ୟମାନେ ଜେପୋରିଝିଆ ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ କରି ଏହାକୁ ଦଖଲ କରିନେଇଛନ୍ତି। ଏହି ପଦକ୍ଷେପକୁ ୟୁକ୍ରେନ୍‌ ଶକ୍ତିମନ୍ତ୍ରୀ ଜର୍ମାନ ଗଲୁସ୍କେଚେଙ୍କୋ ପ୍ରକୃତ ଆଣବିକ ଆତଙ୍କବାଦ ଭାବେ ଅଭିହିତ କରି ଦୃଢ଼ ନିନ୍ଦା କରିଛନ୍ତି। ଶକ୍ତିମନ୍ତ୍ରୀ କହିଛନ୍ତି, ରୁଷୀୟ ସୈନ୍ୟ ଷ୍ଟେଶନକୁ ପ୍ରତ୍ୟକ୍ଷ ଭାବେ ଆକ୍ରମଣ କରିଥିଲେ। ସୈନ୍ୟମାନେ କ’ଣ କରୁଥିଲେ ତାହା ସେମାନଙ୍କୁ ଜଣାଥିଲା। ଉକ୍ତ ପ୍ଲାଣ୍ଟ ନିକଟରେ ଲଢ଼େଇ ଜାରି ରହିଲେ ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ସ୍ଥିତି ଆହୁରି ଜଟିଳ ହୋଇଯିବ। ଏହା ସାରା ବିଶ୍ୱ ପାଇଁ ସୁରକ୍ଷାର ପ୍ରଶ୍ନ। ତେଣୁ ୟୁକ୍ରେନ୍‌ ଉପରେ ରୁଷିଆର ଯୁଦ୍ଧବିମାନ ଉଡ଼ାଣକୁ ରୋକିବା ପାଇଁ ‘ନୋ ଫ୍ଲାଏ ଜୋନ୍‌’ଘୋଷଣା କରାଯାଉ। ଆମେ ୟୁକ୍ରେନ୍‌ ଆକାଶକୁ ସୁରକ୍ଷିତ ରଖିବା ପାଇଁ ବନ୍ଦ କରିବାକୁ ଚାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri