ହାଇବ୍ରିଡ୍‌ ଶିକ୍ଷା ମଡେଲ୍‌ର ଲାଭ ଉଠାନ୍ତୁ ଛାତ୍ରୀଛାତ୍ର

ଅନ୍‌ଲାଇନ୍‌ ଶିକ୍ଷା ଦ୍ୱାରା ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମାତ୍ର ଅନ୍‌ଲାଇନ୍‌ ଶିକ୍ଷା ପ୍ରଚଳିତ ହେବା ପରଠାରୁ ଛାତ୍ରୀଛାତ୍ର ହାଇବ୍ରିଡ୍‌ ଶିକ୍ଷା ମଡେଲ୍‌ (ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ମୋଡ୍‌ର ମିଶ୍ରିତ ଶିକ୍ଷଣ ବ୍ୟବସ୍ଥା)କୁ ଅଧିକ ପସନ୍ଦ କରୁଛନ୍ତି। ଆଗ୍ରହୀ ପିଲାମାନେ ବର୍ତ୍ତମାନ ଏହି ହାଇବ୍ରିଡ୍‌ ଶିକ୍ଷଣ ବ୍ୟବସ୍ଥାର ଲାଭ ଉଠାଇବା ଦରକାର ବୋଲି ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତକାର ଦେବା ସମୟରେ ବିଜୁ ପଟ୍ଟନାୟକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ ଷ୍ଟଡିଜ୍‌୍‌ (ବିଆଇଆଇଟିଏମ୍‌)ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ପ୍ରତାପ କୁମାର ବଳବନ୍ତରାୟ କହିଛନ୍ତି।

ମହାମାରୀ ସମୟରେ ବିଆଇଆଇଟିଏମ୍‌ ଛାତ୍ରୀଛାତ୍ରଙ୍କୁ କିଭଳି ସୁବିଧା ଦେଇଥିଲା?
ଆମେ ଗୁଗଲ୍‌ ମିଟ୍‌ ଏବଂ ଜୁମ୍‌ ଆପ୍‌ ସହାୟତାରେ ଅନ୍‌ଲାଇନ୍‌ ଶିକ୍ଷା ଦେଇଥିଲୁ। ପରେ ଗୁଗଲ୍‌ ମିଟ୍‌ ଆମକୁ ଅଧିକ ୟୁଜର ଫ୍ରେଣ୍ଡ୍‌ଲି ଲାଗିଲା। ତେଣୁ ଆମେ ଗୁଗଲ୍‌ ଫର୍‌ ଏଜୁକେଶନଠାରୁ ଗୁଗଲ୍‌ ମିଟ୍‌ ପ୍ଲାଟଫର୍ମ କ୍ରୟ କରି ପିଲାଙ୍କୁ ଅନ୍‌ଲାଇନ୍‌ ଶିକ୍ଷାଦାନ କରିଥିଲୁ। ଅଧ୍ୟାପିକା ଅଧ୍ୟାପକମାନଙ୍କୁ ଗୁଗଲ୍‌ ମିଟ୍‌ ସହାୟତାରେ ନିଜ ଘରୁ ଅନ୍‌ଲାଇନ୍‌ କ୍ଲାସ୍‌ ନେବାକୁ ପରାମର୍ଶ ଦିଆଯାଇଥିଲା। ସେମାନଙ୍କୁ କ୍ଲାସ୍‌ ପାଇଁ ଲାପ୍‌ଟପ୍‌, ହାଇ-ଡେଫିନିନ କ୍ୟାମେରା, ହେଡ୍‌ଫୋନ୍‌, ଡିଜିଟାଇଜର୍ସ ଭଳି ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଥିଲା। ଅନ୍‌ଲାଇନ୍‌ କ୍ଲାସ୍‌ ବେଳେ ରେକର୍ଡିଂ କରାଯାଇ ତାହା ପିଲାଙ୍କ ନିକଟକୁ ପଠାଯାଇଥିଲା। କେତେ ସଂଖ୍ୟକ ପିଲା କ୍ଲାସ୍‌ କରୁଛନ୍ତି ସେ ରେକର୍ଡ ରଖିବା ପାଇଁ ଅନ୍‌ଲାଇନ୍‌ ଉପସ୍ଥାନ ନିଆଯାଉଥିଲା। ଛାତ୍ରୀଛାତ୍ରଙ୍କୁ ପଢ଼ା ଚାପ ନ ଦେବାକୁ କ୍ଲାସ୍‌ ମଝିରେ ୧୦ ମିନିଟ୍‌ ଲେଖାଏ ବିରତି ଧାର୍ଯ୍ୟ କରାଯାଇଥିଲା। ଇଣ୍ଟରନାଲ୍‌ ଏବଂ ୟୁନିଭର୍ସିଟି ପରୀକ୍ଷା ପାଇଁ ପିଲାମାନଙ୍କୁ ମଡେଲ୍‌ ଏମ୍‌ସିକ୍ୟୁ ପ୍ରଶ୍ନ ଏବଂ ସେଗୁଡ଼ିକର ସମାଧାନ ସହିତ ପଢ଼ାଯାଉଥିଲା। ଅନ୍‌ଲାଇନ୍‌ ଗ୍ରୁପ୍‌ ଆଲୋଚନା, ପର୍ସନାଲ୍‌ ଇଣ୍ଟରଭ୍ୟୁ ଏବଂ ଲିଖିତ ଦ୍ୱାରା ଆମେ ସଫଳତାର ସହିତ ପ୍ଲେସ୍‌ମେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ। ମହାମାରୀ ସମୟରେ ଆମେ ଜୁ୍‌ମ୍‌ ମାଧ୍ୟମରେ ୱେବିନାର ଆୟୋଜନ କରିଥିଲୁ। ଗୁଗଲ୍‌ ମିଟ୍‌ରେ ଏକାଥରରେ ୧୦୦ରୁ କମ୍‌ ଏବଂ ଜୁମ୍‌ ପ୍ଲାଟ୍‌ଫର୍ମରେ ୧୦୦ରୁ ଊର୍ଦ୍ଧ୍ୱ ଅଂଶଗ୍ରହଣକାରୀ ଉପସ୍ଥିତ ରହିପାରୁଥିଲେ। ତେଣୁ ଏ ସବୁର ସମାଧାନ ପାଇଁ ଇ-ଷ୍ଟୁଡିଓ ପ୍ରତିଷ୍ଠା କରିଥିଲୁ। ଗୁଗଲ୍‌ କ୍ଲାସରୁମ୍‌ ଜରିଆରେ ପିଲାଙ୍କୁ ଆସାଇନ୍‌ମେଣ୍ଟ ଦିଆଯାଉଥିଲା ଏବଂ ଅନ୍‌ଲାଇନ୍‌ରେ ସେମାନଙ୍କ ଉତ୍ତର କପି ସଂଶୋଧନ ମଧ୍ୟ କରାଯାଉଥିଲା। ଅନ୍‌ଲାଇନ୍‌ କ୍ଲାସ୍‌ଗୁଡ଼ିକ ସା ସମୟରେ ଆୟୋଜିତ ହେଉଥିଲା। ଏହାଦ୍ୱାରା ଭାଲ୍ୟୁ ଆଡ୍‌-ଅନ୍‌ ପାଠ୍ୟକ୍ରମ ପରିଚାଳନା କରିବା ସୁବିଧା ହେଉଥିଲା।
ଅନ୍‌ଲାଇନ୍‌ ଶିକ୍ଷାର ମୁଖ୍ୟ ଅସୁବିଧା କ’ଣ?
ଅଫ୍‌ଲାଇନ୍‌ କ୍ଲାସ୍‌ରେ ଶିକ୍ଷକ-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରୁଥିଲା। ଶିକ୍ଷକଙ୍କ ଶିକ୍ଷାଦାନ ପ୍ରଣାଳୀ ଏବଂ ଅଙ୍ଗଭଙ୍ଗୀ ପିଲାଙ୍କୁ ପାଠ ବୁଝିବାରେ ସହାୟକ ହେଉଥିଲା କିନ୍ତୁ ଅନ୍‌ଲାଇନ୍‌ କ୍ଲାସ୍‌ରେ ଏହା ସମ୍ଭବ ହେଉନାହିଁ। ଅନ୍‌ଲାଇନ୍‌ ମୋଡ୍‌ରେ ଲ୍ୟାବ୍‌ କ୍ଲାସ୍‌ କରିବା କଷ୍ଟକର। ଏପରି କି କେତେଜଣ ପିଲା ଲିଙ୍କ୍‌ ମାଧ୍ୟମରେ ଲଗ୍‌ଇନ୍‌ କରୁଥିଲେ ମାତ୍ର କ୍ଲାସ୍‌ରେ ଉପସ୍ଥିତ ରହୁ ନ ଥିଲେ। ଗ୍ରାମାଞ୍ଚଳର ଛାତ୍ରୀଛାତ୍ର ନେଟ୍‌ୱର୍କ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପିଲାମାନେ ଫିଜିକାଲ୍‌ ଗ୍ରୀଷ୍ମ ଇଣ୍ଟର୍ନଶିପ୍‌ କରିବାରୁ ମଧ୍ୟ ବଞ୍ଚତ୍ତ ହୋଇଥିଲେ।
ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଉପରେ ଆପଣଙ୍କ ମତାମତ?
ସାଧାରଣତଃ ଛାତ୍ରୀଛାତ୍ରମାନେ ଅଫ୍‌ଲାଇନ୍‌ କ୍ଲାସ୍‌କୁ ଅଧିକ ପସନ୍ଦ କରନ୍ତି। ଏହା ସେମାନଙ୍କ ପାଇଁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। କିନ୍ତୁ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବା ପରେ ପିଲାମାନେ ହାଇବ୍ରିଡ୍‌ ମଡେଲ୍‌କୁ ଅଧିକ ପସନ୍ଦ କରୁଛନ୍ତି। ହାଇବ୍ରିଡ୍‌ ମଡେଲ୍‌ ହେଉଛି ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ମୋଡ୍‌ ଶିକ୍ଷଣର ମିଶ୍ରିତ ଶିକ୍ଷା ବ୍ୟବସ୍ଥା।
ବିଆଇଆଇଟିଏମ୍‌ ଛାତ୍ରୀଛାତ୍ରଙ୍କୁ କିଭଳି ଉତ୍ସାହିତ କରେ?
ଶିକ୍ଷାନୁଷ୍ଠାନର ସୁସଂଗଠିତ ପ୍ଲେସ୍‌ମେଣ୍ଟ ବ୍ୟବସ୍ଥା ଏହାକୁ ପିଲାଙ୍କ ପାଇଁ ଏକ ଉତ୍ତମ ଅନୁଷ୍ଠାନର ପରିଚୟ ଦେଇଥାଏ। ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଗ୍ରୁପ୍‌ ଆଲୋଚନା ଏବଂ ପର୍ସନାଲ୍‌ ଇଣ୍ଟରଭ୍ୟୁ ପାଇଁ ତାଲିମ୍‌ ଦିଆଯିବା ସହ ଉତ୍ସାହିତ କରାଯାଇଥିଲା। ଏହା ପ୍ଲେସ୍‌ମେଣ୍ଟ ଆକ୍ଟିଭିଟିରେ ସଫଳ କରିବା ସହିତ ସେମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ଉତ୍ସାହିତ କରିଥିଲା।
ଭବିଷ୍ୟତକୁ ନେଇ ଆଶାୟୀ ଛାତ୍ରୀଛାତ୍ରଙ୍କୁ କି ପରାମର୍ଶ ଦେବେ?
ଆଶାୟୀ ଛାତ୍ରୀଛାତ୍ରମାନେ ନିଜ ଆଇଟି ଦକ୍ଷତା ବିକାଶ କରିବା ସହିତ ହାଇବ୍ରିଡ୍‌ ମଡେଲ୍‌ର ଲାଭ ଉଠାଇବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri