ୟୁକ୍ରେନ୍‌ ବି ଜିତିପାରେ ଯୁ୍‌ଦ୍ଧ, ରୁଷିଆ ଯୋଜନା ହେଉଛି ଅସଫଳ, କହିଲା ଆମେରିକା…

ଓ୍ବାଶିଂଟନ, ୭।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୩ ଦିନ ବିତିଛି। ୟୁକ୍ରେନର ମାରିଅପୋଲ ସହର ଧ୍ୱଂସ ହୋଇ ଯାଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୫୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ସହରର ମେୟର ଭ୍ୟାଡିୟମ ବୋଇଚେଙ୍କୋ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ୨୧୦ ଛୋଟ ପିଲା ଅଛନ୍ତି।

ଏଥି ସହିତ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଜାତିସଂଘ ମାନବ ଅଧିକାର ପରିଷଦରୁ ନିଲମ୍ବନ କରିବାକୁ ପ୍ରସ୍ତାବିତ ପଦକ୍ଷେପ ଉପରେ ମିଳିତ ଜାତିସଂଘର ସାଧାରଣ ସଭାରେ ଗୁରୁବାର ଭୋଟ ହେବ।

ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ଜନ କିର୍ବି ଦାବି କରିଛନ୍ତି ଯେ ରୁଷିଆ ବିରୋଧରେ ଯୁଦ୍ଧରେ ୟୁକ୍ରେନ ଜିତିବାର ସମ୍ଭାବନା ରହିଛି। ଯୁଦ୍ଧରେ ଭ୍ଳାଡ଼ିମିରପୁଟିନଙ୍କ କୌଶଳର ବିଫଳ ହୋଇଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ପୁଟିନ ଗୋଟିଏ ମଧ୍ୟ ରଣନୀତିକ ଉଦ୍ଦେଶ୍ୟରେ ସଫଳ ହୋଇନାହାଁନ୍ତି। ତେବେ ତାଙ୍କର ଏଭଳି ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩୩ ବର୍ଷର ଇତିହାସରେ ପ୍ରଥମ: ହୋଚୁଲ୍‌ ନ୍ୟୁୟର୍କର ପ୍ରଥମ ମହିଳା ଗଭର୍ନର…

ନ୍ୟୁୟର୍କ,୧୧।୮: ନ୍ୟୁୟର୍କର ୨୩୩ ବର୍ଷର ଇତିହାସରେ ପ୍ରଥମ ଘଟଣା ଘଟିଛି। ଏଠାରେ ଶାସନ ଡୋର ପ୍ରଥମ ଥର ପାଇଁ ଜଣେ ମହିଳା ଗଭର୍ନରଙ୍କ ହାତକୁ ଯାଇଛି।...

ସ୍ପେସ୍‌ ଷ୍ଟେଶନରେ ସୋଲାର ପ୍ୟାନେଲ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...

ଟିଭି କିଣି ଆସିଥିବା ଲୋକଙ୍କ ଭିଡ଼କୁ ଦେଖି ଶେଷରେ ପୋଲିସ ଡାକିଲେ ମାଲିକ

ଯଦି କୌଣସି ବ୍ରାଣ୍ଡର ଦାମିକିଆ ଟିଭି ଶସ୍ତାରେ ମିଳିଯାଏ, ତେବେ କେହି ତାକୁ ହାତଛଡ଼ା କରିବାକୁ ଚାହିଁବେନି। ଆହୁରି ଗୋଟିଏ ଜାଗାରେ ୪-୪ଟି ଟିଭି କିଣିବେ।...

ରଦ୍ଦ ହେଲା ତାଲିବାନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ!

କାବୁଲ,୧୧ ।୯: ଆଫଗାନିସ୍ତାନରେ କାମଚଳା ସରକାର ଘୋଷଣା କରି ସାରିଥିବା ତାଲିବାନ ଶପଥ ଗ୍ରହଣ ସମାରୋହକୁ ରଦ୍ଦ କରିଛି । ରୁଷିଆର ନ୍ୟୁଜ ଏଜେନ୍ସି ଟିଏସ୍‌ଏସ୍...

ବିସ୍ତାରବାଦ ବିରୋଧରେ ଏକାଠି ହେବାକୁ ଆହ୍ବାନ

ଜାତିସଂଘ, ୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘର ୭୬ତମ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଆତଙ୍କବାଦକୁ ରାଜନୈତିକ କରିଥିବା ରାଷ୍ଟ୍ରଗୁଡ଼ିକୁ ସମାଲୋଚନା କରିବା ସହ...

ଯୁଦ୍ଧ ଅପରାଧ ଘଟାଇଛି ରୁଷିଆ

ଜେନେଭା,୨୪ା୯: ୟୁକ୍ରେନ୍‌ ଆକ୍ରମଣ ପରଠାରୁ ରୁଷିଆ ସେଠାରେ ଯୁଦ୍ଧ ଅପରାଧ ଘଟାଇଚାଲିଛି। ପ୍ରାଥମିକ ତଦନ୍ତରୁ ଆପାତତଃ ଏହାର ପ୍ରମାଣ ମିଳିଛି ବୋଲି ଜାତିସଂଘର ସର୍ବୋଚ୍ଚ ମାନବାଧିକାର...

ଇଣ୍ଡୋନେସିଆରେ ବିଶାଳ ବିକ୍ଷୋଭ

ଜାକର୍ତ୍ତା,୧୫।୧: ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ଗତ ମାସରେ ଦେଶର ବିବାଦୀୟ ନିଯୁକ୍ତି ଆଇନ ସ୍ଥାନରେ ଏକ ଜରୁରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶନାମା...

ବିଜ୍ଞାନ ଯୋଗୁ ଲୋପ ପାଇଥିଲେ ଏଲିଆନ୍ସ

କାଲିଫର୍ନିଆ /ନୂଆଦିଲ୍ଲୀ,୨୬ା୧୨: ବିଜ୍ଞାନର ଅଗ୍ରଗତି ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଲାଣି। ଏହାସତ୍ତ୍ୱେ ମଣିଷ କାହିଁକି ଅନ୍ୟ ଗ୍ରହର ଜୀବ ବା ଏଲିଆନ୍ସଙ୍କ ସହ ଯୋଗସୂତ୍ର...

Advertisement
Archives

Model This Week