Posted inଫୁରସତ

ମାତ୍ର ୩୫ ବର୍ଷ ବୟସରେ ଅଜା-ଆଈ ହେଲେ ଏହି ଦମ୍ପତି; ଅଜବ ମାମଲା ଜାଣିଲେ…

ଜେଜେ-ଜେଜେ ମା’ କିମ୍ବା ଅବା ଅଜା-ଆଈଙ୍କ କଥା ଉଠିଲେ ବୃଦ୍ଧ ଦମ୍ପତିଙ୍କ କଥା ମନକୁ ଆସେ। କାରଣ ବୃଦ୍ଧାବସ୍ଥାରେ ହିଁ ଜଣଙ୍କୁ ଏହି ପଦବୀ ମିଳିଥାଏ। ଏହା ଅନେକଙ୍କ ପାଇଁ ଖୁସିର ମୂହୁର୍ତ୍ତ ହୋଇଥାଏ। ହେଲେ ବ୍ରିଟେନ୍‌ରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଏଠାରେ ମାତ୍ର ୩୫ ବର୍ଷ ବୟସରେ ଜଣେ ଦମ୍ପତି ଅଜା-ଆଈ ହୋଇଛନ୍ତି। କାରଣଟି ହେଲା ନିକଟରେ ତାଙ୍କର ୧୭ ବର୍ଷର ଝିଅ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରିଟେନର ହାଲରେ ରହୁଥିବା ୩୫ ବର୍ଷୀୟ ରିଚାର୍ଡ ଏବଂ ୩୩ ବର୍ଷୀୟ ଜେନି ମେଡଲାମଙ୍କ ୧୭ ବର୍ଷର ଝିଅ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହାପରେ ଉଭୟ ଅଜା-ଆଈ ପାଲଟିଛନ୍ତି। ଶିଶୁ କନ୍ୟାର ନାମ ଇସଲା-ମେ ରଖାଯାଇଛି। ଇସଲାଙ୍କୁ ବୁଲାଇବାକୁ ନେଇ ଗଲେ ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। କେହି କେହି ଉଭୟ ରିଚାର୍ଡ-ଜେନିଙ୍କୁ ଶିଶୁଙ୍କ ମା’ବାପା ବୋଲି ଭାବୁଛନ୍ତି। ସେମାନଙ୍କୁ ସତ ଜଣାଇବା ପରେ ସମସ୍ତେ ଚମକି ପଡ଼ୁଛନ୍ତି।

ଜେନି କୁହନ୍ତି, ସେ ମଧ୍ୟ ୧୭ ବର୍ଷ ବୟସରେ ମା’ ହୋଇଥିଲେ। କମ୍‌ ବୟସରେ ମା’ ହେବାକୁ ସେ ଚ୍ୟାଲେଞ୍ଜ ମଧ୍ୟ କହିଛନ୍ତି। ଏଭଳି ସମୟରେ ସେ ନିଜ ଝିଅଙ୍କ ସହ ରହିବେ ବୋଲି ମଧ୍ୟ କହିଛନ୍ତି।

କୁହାଯାଉଛି, ଶିଶୁକନ୍ୟାଙ୍କ ମା’ ଚାର୍ମେନଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ ଏହି ଦମ୍ପତି। ଚାର୍ମେନ ଉଭୟଙ୍କୁ ପ୍ରେମିକଙ୍କ ସହ ସମ୍ପର୍କରେ ଥିବା ଏବଂ ମା’ ହେବାକୁ ଯାଉଥିବା କହିଥିଲେ। ଏହା ଜାଣିବା ପରେ ଉଭୟ ଝିଅଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଜୁନ୍‌ ୨୦୨୧ରେ ଚାର୍ମେନ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେ ସୁସ୍ଥ ଥିବା ବେଳେ ରିଚାର୍ଡ-ଜେନି ନିଜର ଅବେଳରେ ଦାମ୍ପତ୍ୟ ଭଳି ମୂହୁର୍ତ୍ତକୁ ଉପଭୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?