ରୁଷିଆ ୟୁରାନିୟମ ନିର୍ଭରତା ହ୍ରାସ ପାଇଁ ବ୍ରିଟେନ ଜାରି କଲା ପାଣ୍ଠି…

ଲଣ୍ଡନ,୨।୧ : ରୁଷିଆ ଉପ;ର ୟୁରାନିୟମ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ଆଣବିକ ଇନ୍ଧନର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ବ୍ରିଟେନ ୭୫ ମିଲିୟନ ପାଉଣ୍ଡ(୯୦.୫ମିଲିୟନ ଡଲାର୍‌) ପାଣ୍ଠି ଜାରି କରିଛି।

ବ୍ରିଟେନ କହିଛି ଯେ ଜୁଲାଇରେ ଘୋଷିତ ଏହି ପାଣ୍ଠି ୟୁରାନିୟମ ରୂପାନ୍ତର ଏବଂ ଧାତୁରୁ ଆଣବିକ ଇନ୍ଧନ ତିଆରି ପ୍ରକ୍ରିୟାରେ ଜଡିତ ବ୍ୟବସାୟୀଙ୍କୁ ଅନୁଦାନ ପ୍ରଦାନ କରିବ। ସୋମବାର ଠାରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ଆବେଦନ ପାଇଁ ଏହି ପାଣ୍ଠି ଖୋଲା ରହିବ। ରୁଷିଆ ବର୍ତ୍ତମାନ ବିଶ୍ୱର ୟୁରାନିୟମ ରୂପାନ୍ତର କ୍ଷମତାର ପ୍ରାୟ ୨୦ ପ୍ରତିଶତ କ୍ଷମତା ରଖିଛି।

ଏନେଇ ବ୍ରିଟେନର ପ୍ରଧାନନ୍ତ୍ରୀ ଋଷି ସୁନକଙ୍କ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ବ୍ରିଟେନର ଶକ୍ତି ଏବଂ ଜଳବାୟୁ ସଚିବ ଗ୍ରାହାମ ଷ୍ଟୁଆର୍ଟ କହିଛନ୍ତି ଯେ ରୁଷିଆର ବେଆଇନ ଭାବେ ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ଘରୋଇ ଅକ୍ଷୟ ଶକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଉଛି। ତେବେ ବ୍ରିଟେନ ମଧ୍ୟ ଆଣବିକ ଶକ୍ତି ଉତ୍ପାଦନ କରି ଅଧିକ କାରଖାନା ନିର୍ମାଣ ଏବଂ ଘରୋଇ ଇନ୍ଧନ କ୍ଷମତା ବିକାଶ କରୁଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହି ପାଣ୍ଠିରୁ ୧୩ ମିଲିୟନ ପାଉଣ୍ଡ ଉତ୍ତର-ପଶ୍ଚିମ ଇଂଲଣ୍ଡର ସ୍ପ୍ରିଙ୍ଗଫିଲ୍ଡ ଆଣବିକ ଇନ୍ଧନ ଉତ୍ପାଦନକୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ରୋଷର ଶିକାର ହେଲେ ଅଧୀକ୍ଷଣ ଯନ୍ତ୍ରୀ: ସୁନ୍ଦରଗଡ଼ କ୍ଷୁଦ୍ର ଜଳସେଚନ ବିଭାଗରେ ହୋହଲ୍ଲା, ବଦଳି ଦାବିରେ ଅଟଳ କର୍ମଚାରୀ

ସୁନ୍ଦରଗଡ,୨୩।୪(ଜୟ ନାରାୟଣ ମେଣ୍ଡୁଳି): କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ପଡିଛି ମହଙ୍ଗା । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁନ୍ଦରଗଡ ସହର ମଧ୍ୟ ଭାଗରେ…

ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

ପଟ୍ଟାଙ୍ଗି,୨୩।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ…

‘ଇରାନ ଖାଲି କରନ୍ତୁ ଭାରତୀୟ’: ଟ୍ରମ୍ପଙ୍କ ଧମକ ମଧ୍ୟରେ ବିଗୁଡୁଛି ମଧ୍ୟପ୍ରାଚ୍ୟ ପରିସ୍ଥିତି , ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ,୨୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ତେହରାନରେ ଥିବା ଭାରତୀୟ ଦୂତାବାସ ଗୁରୁବାର (୨୩ ଏପ୍ରିଲ, ୨୦୨୬) ଏକ ନୂତନ…

ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ: ସମ୍ବର୍ଦ୍ଧିତ ହେଲେ ୧୮ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା)-  ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ ଗୁରୁବାର ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି…

ସ୍ପିଡବୋଟ, ମାସ୍କ ଏବଂ ରାଇଫଲ… ହର୍ମୁଜରେ ଭୟଙ୍କର ଦୃଶ୍ୟ: ଦେଖନ୍ତୁ ଭାରତ ଅଭିମୁଖେ ଯାଉଥିବା ଜାହାଜକୁ ଅଟକାଇବାର ଛାତିଥରା ଭିଡିଓ

ତେହରାନ,୨୩।୪: ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏକ ଭିଡିଓ ଜାରି କରିଛି, ଯାହା ହର୍ମୁଜ ପ୍ରଣାଳୀରେ ଭାରତ ଅଭିମୁଖେ ଯାଉଥିବା ଜାହାଜଗୁଡ଼ିକୁ ଅଟକାଇବାର ଦୃଶ୍ୟ ପ୍ରଦାନ କରୁଛି। ଫୁଟେଜରେ,…

ଗଞ୍ଜାମରେ ବଢ଼ିଲା ସ୍କୁଲ ଛୁଟି: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜିଲା ପ୍ରଶାସନର ବଡ଼ ନିଷ୍ପତ୍ତି

ଛତ୍ରପୁର,୨୩।୪(ଦିଲ୍ଲୀପ ସାମଲ): ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଅବଧିକୁ ପୁଣି…

ଅସହ୍ୟ ତାତି : ପଥଚାରୀଙ୍କୁ ସରବତ୍ ବାଣ୍ଟିଲେ ବରଗଡ଼ ଏସପି

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅସହ୍ୟ ତାତି ଅନୁଭୂତ ହେଉଛି। ଏହା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପଥଚାରୀମାନଙ୍କ ଦୁର୍ଦ୍ଦଶା ବଢି ଚାଲିଛି। ରାସ୍ତାପାର୍ଶ୍ବରେ ଆଶ୍ରୟ…

୨୦୨୬ ଶେଷ ସୁଦ୍ଧା ଟ୍ରମ୍ପଙ୍କୁ ମିଳିବ ଦୁଇଟି ଖରାପ ଖବର? ମେଲାନିଆଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଜ୍ୟୋତିଷ

ଓ୍ବାଶିଂଟନ,୨୩।୪: ୨୦୨୬ ମସିହାର ଆରମ୍ଭ ଯେପରି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିସ୍ଫୋରକ ଥିଲା, ସେହିପରି ବର୍ଷର ଶେଷ ମଧ୍ୟ ସମାନ ଭାବରେ ଭୟଙ୍କର ହୋଇପାରେ। ଇରାନ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri