Posted inଖେଳ

ୟୁଇଏଫ୍‌ଏ ନେସନ୍ସ ଲିଗ୍‌: ସ୍ପେନ୍‌କୁ ପ୍ରଥମଥର ପାଇଁ ହରାଇଲା ୟୁକ୍ରେନ

କିଏଭ,୧୫। ୧୦(ଏପି): ଗତ ୧୭ ବର୍ଷ ମଧ୍ୟରେ ସ୍ପେନ୍‌ ଭଳି ଫୁଟ୍‌ବଲ ପାଓ୍ବାର ହାଉସ୍‌କୁ ୟୁକ୍ରେନ ପ୍ରଥମଥର ପାଇଁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ମଙ୍ଗଳବାର ପାଖାପାଖି ୧୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ କିଏଭ ଅଲିମ୍ପିକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ନେସନ୍ସ ଲିଗ୍‌ରେ ଗ୍ରୁପ୍‌ ଡି’ର ଏକ ମ୍ୟାଚ୍‌ରେ ୟୁକ୍ରେନ୍‌ ୧-୦ ଗୋଲରେ ସ୍ପେନ୍‌କୁ ହରାଇଛି। ଦଳ ତରଫରୁ ଭିକ୍ଟର ସିଗାନକୋଭ ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍‌ର ଏକମାତ୍ର ଗୋଲ ସ୍କୋର କରିଥିଲେ। ୧୭ ବର୍ଷ ମଧ୍ୟରେ ସ୍ପେନ୍‌ ବିପକ୍ଷରେ ୟୁକ୍ରେନର ଏହା ପ୍ରଥମ ବିଜୟ। ସିଗାନକୋଭ୍‌ ୭୬ ମିନିଟ୍‌ରେ ଗୋଲ ଦେଇଥିଲେ। ତେବେ ସେ ଠିକ୍‌ ୧୦ ମିନିଟ୍‌ ପୂର୍ବରୁ ପଡିଆରେ ପ୍ରବେଶ କରିଥିଲେ। ସ୍ପେନ ମଧ୍ୟ ଏକାଧିକ ସୁଯୋଗ ହାସଲ କରିଥିଲା। ତେବେ ସେଗୁଡିକୁ ଗୋଲରେ ପରିଣତ କରିପାରି ନ ଥିଲା। ଘରୋଇ ପରିବେଶରୁ ୟୁକ୍ରେନ୍‌ ଫାଇଦା ଉଠାଇଥିଲା। ପରାଜୟ ସତ୍ତ୍ୱେ ସ୍ପେନ୍‌ ୭ ପଏଣ୍ଟ ହାସଲ କରି ଗ୍ରୁପ୍‌ ଡି’ର ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଜର୍ମାନୀ ଅନ୍ତିମ ସ୍ଥାନରେ ଥିବା ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ୍‌କୁ ୩-୩ ଗୋଲରେ ଅମୀମାଂସିତ ରଖିଛି। ସେହିପରି ୟୁକ୍ରେନ ଓ ଜର୍ମାନୀ ୬ ଲେଖାଏ ପଏଣ୍ଟ ପାଇଛନ୍ତି। ତେବେ ଗୋଲ ବ୍ୟବଧାନ ଫଳରେ ୟୁକ୍ରେନ ତୃତୀୟ ସ୍ଥାନରେ ରହିଛି। ୪ଟି ମ୍ୟାଚ୍‌ ଖେଳି ସୁଇଜରଲାଣ୍ଡ ମାତ୍ର ୨ ପଏଣ୍ଟ ପାଇଛି। ଜର୍ମାନୀ ବିପକ୍ଷରେ ସ୍ପେନ୍‌ ତା’ର ପ୍ରଥମ ମ୍ୟାଚ୍‌କୁ ଅମୀମାଂସିତ ରଖିଥିଲା। ଏହପରେ ସ୍ପେନ୍‌ ୪-୦ରେ ୟୁକ୍ରେନ ଓ ୧-୦ ଗୋଲରେ ସୁଇଜରଲାଣ୍ଡକୁ ହରାଇଥିଲା। ନଭେମ୍ବରରେ ସ୍ପେନ୍‌ ସୁଇଜରଲାଣ୍ଡ ଯାତ୍ରା କରିବ ଓ ଏହାପରେ ଜର୍ମାନୀ ବିପକ୍ଷରେ ମ୍ୟାଚ୍‌ ଆୟୋଜନ କରିବ। ସେହିପରି ୟୁକ୍ରେନ୍‌ ଜର୍ମାନୀ ଓ ସୁଇଜରଲାଣ୍ଡ ଟୁର କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମ୍ପାୟାରଙ୍କ ଆଗରେ ହାତ ଯୋଡି ଟ୍ରୋଲ୍‌ ହେଲେ ବିରାଟ

ସାଉଥାମ୍ପ୍ଟନ,୨୩।୬:ଚଳିତ ବିଶ୍ୱକପରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚରେ...

ଚତୁଃରାଷ୍ଟ୍ରୀୟ ଯୁବ ସିରିଜ୍‌ ଜିତିଲା ଭାରତ

ଡର୍ବନା,୧୦।୧(ପି.ଟି.)- ଉଇକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୋରେଲଙ୍କ ଶତକ ଓ ବାମହାତୀ ସ୍ପିନର ଆଥର୍ଭ ଆଙ୍କୋଲେକରଙ୍କ ୪ ଉଇକେଟ ସଫଳତା ଯୋଗୁ ଘରୋଇ ଦକ୍ଷିଣ ଆଫ୍ରିକାକୁ ୬୯...

ଶହୀଦ ସ୍ପୋର୍ଟିଂ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର : ରାଜେଶ, ପ୍ରିୟଙ୍କା ପୁରସ୍କୃତ

ଭୁବନେଶ୍ୱର, ୧୧।୮(ସ୍ପୋଟର୍‌ସ ବ୍ୟୁରୋ): ଜଣାଶୁଣା କ୍ରିକେଟ କ୍ଲବ ଶହୀଦ ସ୍ପୋର୍ଟିଂ ଆନୁକୂଲ୍ୟରେ ରବିବାର ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ରାଜ୍ୟର ଦୁଇ ସଫଳ...

ଶାହରୁଖ ଖାନ୍‌ଙ୍କ ଦଳ ନାଇଟ୍‌ ରାଇଡର୍ସର ହ୍ୟାଟ୍ରିକ ବିଜୟ

ନୂଆଦିଲ୍ଲୀ, ୨୪।୮: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ଏକ ମୁକାବିଲାରେ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ୧୯ ରନରେ ବାର୍ବାଡସ୍‌ ଟ୍ରାଇଡେଣ୍ଟସ୍‌କୁ ପରାସ୍ତ କରିଛି। ବଲିଉଡ୍‌ ଅଭିନେତା...

ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ଜିଭୋଜିକ୍‌ଙ୍କ ଅବସର

କିଏଭ୍‌ ,୧୦।୬ (ଏପି): ପୂର୍ବତନ ବିଶ୍ୱ ଲାଇଟ୍‌ ହେଭିଓ୍ବେଟ୍‌ ବକ୍ସିଂ ଚାମ୍ପିୟନ ଆଲେକଜାଣ୍ଡାର ଜିଭୋଜିକ୍‌ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କ ମ୍ୟାନେଜର ଏଗିସ୍‌...

ଇଂଲଣ୍ଡକୁ ଡରାଇଲେ ରାହାନେ

ଅହମ୍ମଦାବାଦ,୨।୩ : ଚଳିତ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅବସ୍ଥା ନ କହିଲେ ଭଲ। ଦୁଇଟି ଟେଷ୍ଟର ୪ଟି...

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଗୋଆକୁ ୧୦ କୋଟି ଟଙ୍କା ଜରିମାନା ଦେବାକୁ କହିଛି। ୩୬ତମ ଜାତୀୟ ଗେମ୍ସ ଆୟୋଜନକୁ ବାରମ୍ବାର ଘୁଞ୍ଚାଇବା...

କରୋନା ଭାଇରସ ପ୍ରଭାବ: ରୁଦ୍ଧଦ୍ୱାରରେ ହେବ ସୁମୋ ଟୁର୍ନାମେଣ୍ଟ

ଟୋକିଓ,୧ା୩(ଏଏଫ୍‌ପି)-କରୋନା ଭାଇରସ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ସୁମୋ ସ୍ପ୍ରିଙ୍ଗ୍‌ ଟୁର୍ନାମେଣ୍ଟ ରୁଦ୍ଧଦ୍ୱାର ମଧ୍ୟରେ ହେବ। ଏହି ଖେଳର ପରିଚାଳନା ପରିଷଦ ରବିବାର ପ୍ରକାଶ...

Ten Cric Info
Advertisement


Archives

Model This Week

Why Dharitri