Posted inଜାତୀୟ

ଅନ୍ତର୍ଜାତୀୟ ବିଶ୍ୱାସଘାତ ଦିବସ ନେଇ ଉଦ୍ଧବ-ଭାଜପା ମୁହାଁମୁହିଁ: ନୋଟିସ ଜାରି କଲା ମୁମ୍ବାଇ ପୋଲିସ…

ମୁମ୍ବାଇ,୨୦।୬ : ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ଏକ ବିଶେଷ ଦିନ । ବାସ୍ତବରେ, ଗତ ବର୍ଷ ଜୁନ ୨୦ ରେ, ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ବିଧାୟକ ଉଦ୍ଧବ ଠାକରେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଏହି ଦିନକୁ ‘ଅନ୍ତର୍ଜାତୀୟ ବିଶ୍ୱାଘାତ ଦିବସ’ ଭାବରେ ପାଳନ କରିବାକୁ ଶିବସେନା ଘୋଷଣା କରିଛି। ଏହି କାରଣରୁ ମୁମ୍ବାଇ ପୋଲିସ ଶିବସେନା-ଏନସିପି କର୍ମୀଙ୍କୁ ରାଜ୍ୟରେ ଆଇନ ଶୃଙ୍ଖଳାକୁ ଭଙ୍ଗ ନ କରିବାକୁ ନୋଟିସ ଜାରି କରି ଚେତାବନୀ ଦେଇଛି।

ବିଶ୍ୱାସଘାତକତା ପ୍ରସଙ୍ଗରେ ରାଜ୍ୟର ରାଜନୀତି ତୀବ୍ର ହୋଇଛି ଏବଂ ଆରୋପ ପ୍ରତ୍ୟରୋପର ବାକ୍‌ ଯୁଦ୍ଧ ଚାରିଆଡ଼େ ଚାଲିଛି।

ଜୁନ ୨୦କୁ ଅନ୍ତର୍ଜାତୀୟ ବିଶ୍ୱାସଘାତକ ଦିବସ ଭାବେ ପାଳନ କରିବାକୁ ଶିବସେନା ଦାବି କରୁଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କୁ ଶିବସେନା ନେତା ସଞ୍ଜୟ ରାଉତ ଏକ ଚିଠି ଲେଖିଛନ୍ତି। ଏହି ପତ୍ରରେ ସେ ଲେଖିଛନ୍ତି, ଭାରତର ରାଜ୍ୟସଭାର ସଦସ୍ୟ ଏବଂ ଶିବସେନା (ୟୁବିଟି) ର ନେତା ଭାବେ ମୁଁ ଜୁନ ୨୦କୁ ବିଶ୍ୱ ବିଶ୍ୱାସଘାତକ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଉଛି । ସେହି ଦିନ ୪୦ ଜଣ ବିଧାୟକଙ୍କ ଏକ ବୃହତ ଦଳ ଭାଜପାର ପ୍ରରୋଚନାରେ ଶିବସେନା ଛାଡି ମହାବିକାଶ ଆଘାଡି ସରକାରକୁ ହଟାଇବାକୁ ଚେଷ୍ଟା କରିଥିଲେ। ଏହି ଲୋକମାନେ ଉଦ୍ଧବ ଠାକରେଙ୍କୁ ଠକିଥିଲେ। ସେଥିପାଇଁ ମୁଁ ଆବେଦନ କରୁଛି ଜୁନ ୨୦ କୁ ଅନ୍ତର୍ଜାତୀୟ ବିଶ୍ୱାସଘାତ ଦିବସ ଭାବରେ ପାଳନ କରାଯିବା ଉଚିତ।

ଏଥିସହ ଶିବସେନା (ୟୁବିଟି)ର ବିଶ୍ୱାସ ଘାତକତା ଅଭିଯୋଗ ନେଇ ଭାଜପା ମଧ୍ୟ ଉତ୍ତର ଦେଇଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଉଦ୍ଧବ ଠାକରେ ବିଶ୍ୱାସଘାତକତା ବିଷୟରେ କଥାବାର୍ତ୍ତା କରୁଛନ୍ତି। କିନ୍ତୁ ଉଦ୍ଧବ ଠାକରେ ପ୍ରକୃତରେ ବିଶ୍ୱାସଘାତକତା କରିଛନ୍ତି। ଫଡନାଭିସ କହିଛନ୍ତି ରାଜ୍ୟବାସୀ ଶିବସେନା-ଭାଜପାକୁ ସମର୍ଥନ କରିଛନ୍ତି କିନ୍ତୁ ଆପଣ କଂଗ୍ରେସ-ଏନସିପି ସହିତ ଯାଇଛନ୍ତି। ଏହି କ୍ଷେତ୍ରରେ, ଆପଣ ଏକ ପ୍ରକାର ବିଶ୍ୱାସଘାତକତା କରିଛନ୍ତି। ଫଡନାଭିସ ଏହା ମଧ୍ୟ କହିଛନ୍ତି. ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନାକୁ ରକ୍ଷା କରିଛନ୍ତି। ଭିଓ୍ବଣ୍ଡି ଲୋକସଭାର କଲ୍ୟାଣ ବିଧାନସଭାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ଫଡନାଭିସ ଏହି କଥା କହିଛନ୍ତି।

ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରି ଭାଜପା ବିଧାୟକ ନୀତୀଶ ରାଣେ କହିଛନ୍ତି ଉଦ୍ଧବ ଠାକରେ ୨୭ ଜୁଲାଇରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। ତାଙ୍କଠାରୁ କେହି ବଡ଼ ବିଶ୍ୱାସଘାତକ ନାହାନ୍ତି। ସେ ତାଙ୍କ ପିତାଙ୍କ ଆଦର୍ଶ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ହିନ୍ଦୁତ୍ୱ ଏବଂ ମରାଠା ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେ ଦେବେନ୍ଦ୍ର ଫଡନାଭିସ ଏବଂ ଭାଜପା ପ୍ରତି ବିଶ୍ୱାସଘାତକତା କରିଥିଲେ। ସେଥିପାଇଁ ଜୁଲାଇ ୨୭କୁ ଅନ୍ତର୍ଜାତୀୟ ବିଶ୍ୱାସଘାତକ ଦିବସ ଭାବରେ ପାଳନ କରାଯିବା ଉଚିତ । ରାଣେ କହିଛନ୍ତି ମୋର ଆଶା ମିଳିତ ଜାତିସଂଘ ମୋର ଆବେଦନ ଉପରେ ବିଚାର କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?