Posted inଜାତୀୟ

ଦ୍ୱିଅର୍ଥବୋଧକ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ୍‌ଙ୍କୁ ଗିରଫ ପରେ ଜାମିନ

ଚେନ୍ନାଇ,୫ା୮: ଲୋକପ୍ରିୟ ଅଭିନେତ୍ରୀ ତ୍ରିଶାଙ୍କୁ ଇଙ୍ଗିତ କରି ଓ ତାଙ୍କ ସମ୍ମାନ ଏବଂ ନାରୀତ୍ୱକୁ ଅପମାନିତ କରି ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେବା ଅଭିଯୋଗରେ ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା। ପାଖାପାଖି ୪ ଘଣ୍ଟା ପରେ ତାଙ୍କୁ ପୋଲିସ ହାଜତରୁ ମୁକ୍ତ କରିଦିଆଯାଇଛି। ମାମଲା ସମ୍ପର୍କରେ ଜେରା କରିବା ପରେ ଡିଏମ୍‌କେ ବିଧାୟକ ତଥା ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧିଙ୍କୁ ଛାଡ଼ିଦେବା ପାଇଁ ମାଡ୍ରାସ ହାଇକୋର୍ଟ ରାଜ୍ୟ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ସମୟରେ ତଦନ୍ତରେ ସହଯୋଗ କରିବା ପାଇଁ ହାଇକୋର୍ଟ ଡିଏମ୍‌କେ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଶୁଣାଣି ବେଳେ ଥାଞ୍ଜାଭୁର ପୋଲିସ ତରଫରୁ ମହାଧିବକ୍ତା ବିଜୟ ନାରାୟଣ ଉପସ୍ଥିତ ରହି କହିଥିଲେ, ଉଦୟନିଧିଙ୍କୁ ଥାଞ୍ଜାଭୁରକୁ ନିଆଯାଇଛି। ତେବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପୋଲିସର ଉଦ୍ଦେଶ୍ୟ ନୁହେଁ। ତାଙ୍କୁ କେବଳ ଜେରା କରିବା ପରେ ଥାନାରୁ ଜାମିନରେ ଛାଡ଼ିଦିଆଯିବ।
କାବେରୀ ନଦୀଜଳ ପ୍ରସଙ୍ଗକୁ ନେଇ ସୋମବାର ଥାଞ୍ଜାଭୁରଠାରେ ଏକ ବିକ୍ଷୋଭ ସଭାରେ ଉଦୟନିଧି ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେଇଥିଲେ। ଜେରା କରିବା ପାଇଁ ପୋଲିସ ଉଦୟନିଧିଙ୍କ ବାସଭବନରେ ପହଞ୍ଚତ୍ବା ପରେ ତୁରନ୍ତ ଏକ ଆଗୁଆ ଜାମିନ ଆବେଦନ ଦାଖଲ କରାଯାଇଥିଲା ବୋଲି ଡିଏମ୍‌କେ ସୂତ୍ରରୁ ଜଣାପଡ଼ିଛି। ଏହା ସତ୍ତ୍ୱେ ପୋଲିସ ଉଦୟନିଧିଙ୍କୁ ଗିରଫ କରି ଥାଞ୍ଜାଭୁର ନେଇଥିଲା। ଅଶ୍ଳୀଳ ଶବ୍ଦ ବ୍ୟବହାର କରିବା ଓ ଅଭିନେତ୍ରୀଙ୍କ ନାରୀତ୍ୱକୁ ଅପମାନିତ କରିବା ଆଦି ଅଭିଯୋଗ ନେଇ ପୋଲିସ ତାଙ୍କ ବିରୋଧରେ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। କାବେରୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଉଦୟନିଧି ଭାଷଣ ଦେଉଥିବାବେଳେ ଉପସ୍ଥିତ ଲୋକେ ତ୍ରିଶା ତ୍ରିଶା କହିବାରୁ ସେ ଏକ ଅଶ୍ଳୀଳ ଏବଂ ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।
ଉଦୟନିଧିଙ୍କ ଗିରଫଦାରିକୁ ନେଇ ଡିଏମ୍‌କେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ସମାଲୋଚନା କରିଛି। ଶାସକ ଦଳ ଅହଙ୍କାରୀ। ଏହା ଦଳକୁ ଧ୍ୱଂସ କରିଦେବ ବୋଲି ଦଳର ମୁଖ୍ୟ ତଥା ଉଦୟନିଧିଙ୍କ ବାପା ଏମ୍‌.କେ. ଷ୍ଟାଲିନ୍‌ କହିଥିଲେ। ତେବେ ଅଶ୍ଳୀଳ ଶବ୍ଦ କହି ନ ଥିବା ଉଦୟନିଧି କହିଛନ୍ତି। କାବେରୀ ଜଳ ପାଇବା ଏବଂ ମେକେଡାଟୁ ଡ୍ୟାମ୍‌କୁ ବିରୋଧ କରିବାରେ ଟିଭିକେ ସରକାର ପ୍ରଶାସନିକ ସ୍ତରରେ ବିଫଳ ଓ ଅସମର୍ଥ ହୋଇଥିବା ସେ ଅଭିଯୋଗ କରିଛନ୍ତି। କାବେରୀ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଉଦୟନିଧିଙ୍କୁ ଗିରଫ କରାଯାଇଥିବା ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri