Posted inଜାତୀୟ

ମତ ଦୋହରାଇଲେ ଉଦୟନିଧି: ସନାତନ ଧର୍ମକୁ ବିଲୋପ କରିବାକୁ ହିଁ ପଡ଼ିବ

ଚେନ୍ନାଇ,୧୯।୯: ତାମିଲନାଡୁର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ନିଜ ବିବାଦୀୟ ମତ ପୁଣି ଦୋହରାଇଛନ୍ତି। ସନାତନ ଧର୍ମକୁ ବିଲୋପ କରିବାକୁ ହିଁ ପଡ଼ିବ ବୋଲି ସେ କହିଛନ୍ତି। ରାଜ୍ୟରେ ବହୁ ଜାତି ଭିତ୍ତିକ ଭେଦଭାବ ରହିଛି ବୋଲି ନିକଟରେ ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏକ କାର୍ଯ୍ୟକ୍ରମରେ କହିଥିଲେ। ସନାତନକୁ ବିଲୋପ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏଠାରେ ସମସ୍ତେ ଜନ୍ମ ଆଧାରରେ ସମାନ ଅଟନ୍ତି।
ଏହାର ଜବାବରେ ଷ୍ଟାଲିନ କହିଛନ୍ତି, ଜାତିଗତ ଭେଦଭାବ ହେତୁ ସେମାନେ ସନାତନ ଧର୍ମକୁ ହଟାଇବା ବିଷୟରେ କଥାବାର୍ତ୍ତା କରନ୍ତି। ସନାତନ ଧର୍ମକୁ ବିଲୋପ କରିବାକୁ ପଡିବ। ଜାତି ଭିତ୍ତିରେ ଭେଦଭାବ ଦୂର କରିବା ବିଷୟରେ ଆମେ ମଧ୍ୟ କହୁଛୁ। ରାଜ୍ୟପାଳ ମଧ୍ୟ ସମାନ କଥା କହୁଛନ୍ତି। ଜନ୍ମ ଉପରେ ଆଧାରିତ ଜାତିକୁ ରଦ୍ଦ କରାଯିବା ଉଚିତ୍‌। ଜାତି ଭିତ୍ତିରେ ଯେଉଁଠାରେ ଭେଦଭାବ ଅଛି, ମୁଁ ସେହି ଭେଦଭାବକୁ ଶେଷ କରିବାକୁ ଚାହୁଁଛି।
କିଛି ଦିନ ପୂର୍ବରୁ ଉଦୟନିଧି ଷ୍ଟାଲିନ ଏକ କାର୍ଯ୍ୟକ୍ରମ ଯୋଗଦେଇ କହିଥିଲେ, ସନାତନ ଧର୍ମ ସମାନତା ଏବଂ ସାମାଜିକ ନ୍ୟାୟ ବିରୋଧୀ। ତେଣୁ ତାହାର ବିଲୋପ ହେବା ଆବଶ୍ୟକ। ସେ ସନାତନ ଧର୍ମକୁ କରୋନା ଭୂତାଣୁ, ମ୍ୟାଲେରିଆ ଏବଂ ଡେଙ୍ଗୁ ଜ୍ୱର ସହ ତୁଳନା କରି ଏହାକୁ ବିରୋଧ ନୁହେଁ, ବିଲୋପ କରିଦିଆଯିବା ଆବଶ୍ୟକ ବୋଲି କହିଥିଲେ, ଯାହାକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

ନେପାଳରେ ବନ୍ୟା ତାଣ୍ଡବ: ୨୮୮ ଭାରତୀୟଙ୍କ ମିଳୁନି ପତ୍ତା,୨୧ ଉଦ୍ଧାର

ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର…

ନିଆରା ରାକ୍ଷୀପୂର୍ଣ୍ଣିମା: ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ରୀଛାତ୍ର

ଭଞ୍ଜନଗର, ୨୭।୮(ବାବୁଲା ପ୍ରଧାନ): ଗଛ ଓ ମଣିଷର ସମ୍ପର୍କକୁ ଦୃଢ଼ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଲକ୍ଷ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ଭଞ୍ଜନଗର କବି ସମ୍ରାଟ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri