Posted inଜାତୀୟ

କହ୍ନେୟାଲାଲ ହତ୍ୟାକାଣ୍ଡ: ଦୁଇ ପାକିସ୍ତାନୀ ନାଗରିକଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ

ନୂଆଦିଲ୍ଲୀ,୨୩ ।୧୨: ରାଜସ୍ଥାନର ଉଦୟପୁରରେ ଜୁନ ମାସରେ ଜଣେ ଦର୍ଜି କହ୍ନେୟାଲାଲଙ୍କୁ ଅର୍ତିମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ଗୁରୁବାର ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ମାମଲାର ଯାଞ୍ଚ କରୁଥିବା ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ୨ ଜଣ ମୁଖ୍ୟ ଆକ୍ରମଣକାରୀ ମହମ୍ମଦ ରିୟାଜ ଅତ୍ରି ଓ ମହମ୍ମଦ ଗୌସ ସହିତ ୧୧ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ଚାର୍ଜସିଟରେ ୨ ଜଣ ପାକିସ୍ତାନୀ ନାଗରିକଙ୍କର ନାମ ରହିଛି ।
ସୂଚନାଯୋଗ୍ୟ, ଜୁନ ୨୮ରେ ରାଜସ୍ଥାନର ଉଦୟପୁରରେ ସୁପ୍ରିମ ଟେଲର୍ସର ମାଲିକ କହ୍ନେୟାଲାଲଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ମହମ୍ମଦ ରିୟାଜ ଅତ୍ରି ଓ ମହମ୍ମଦ ଗୌସଙ୍କୁ ଗିରଫ କରିଥିଲା ।
ଏନଆଇଏର ଜଣେ ପ୍ରବକ୍ତା କହିଛନ୍ତି ହତ୍ୟା ଓ ଏହାର ଭିଡିଓ ପ୍ରସାର କରି ସାରା ଦେଶର ଜନତାଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଇଥିଲା । ପ୍ରଥମରୁ ଏହି ମାମଲା ରାଜସ୍ଥାନର ଉଦୟପୁର ଜିଲା ଧାନମଣ୍ଡି ପୋଲିସ ଷ୍ଟେଶନରେ ଦାଖଲ କରାଯାଇଥିଲା ପରେ ଏନଆଇଏ ଦ୍ୱାରା ଏହାକୁ ପୁଣିଥରେ ଦାଖଲ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri