Posted inଜାତୀୟ

ଧର୍ମନିରପେକ୍ଷତା ପ୍ରତି ୟୁସିସି ବିପଦ

ନୂଆଦିଲ୍ଲୀ,୧୮।୮:ଭାରତରେ ପରବର୍ତ୍ତୀ ସରକାର ଗଠନ ହେବାର ୧୦ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ଦୀର୍ଘକାଳୀନ ଅଭିଯାନ ଉପରେ ପୁଣି ଜୋର୍‌ ଦେଇଛି। ବିବିଧତାପୂର୍ଣ୍ଣ ଏହି ଦେଶରେ ସମାନତା ଏକ ବିବାଦୀୟ ପ୍ରସଙ୍ଗ ରହିଆସିଥିବାବେଳେ ନାଗରିକମାନଙ୍କ ବ୍ୟକ୍ତିଗତ ବ୍ୟାପାର ସମ୍ପର୍କିତ ଆଇନ ପ୍ରଣୟନକୁ ନେଇ ବହୁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ସଂଖ୍ୟାବହୁଳ ହିନ୍ଦୁ (୯୬୬ ନିୟୁତ) ଏବଂ ସଂଖ୍ୟାଲଘୁ ମୁସଲମାନ (୨୧୩ ନିୟୁତ) ଓ ଖ୍ରୀଷ୍ଟିଆନ (୨୬ ନିୟୁତ) ବସବାସ କରନ୍ତି। ଆଦିବାସୀ ସମ୍ପ୍ରଦାୟର ଜନସଂଖ୍ୟା ହେଉଛି ୧୦୪ ନିୟୁତ। ଏମାନେ ନିଜ ନିଜ ଦଓ୍ବୋନୀ ଧର୍ମ ଓ ସଂସ୍କୃତି ପ୍ରଭାବିତ ନାଗରିକ ଆଇନ ଦ୍ୱାରା ପରିଚାଳିତ ହେଉଥିଲେ ହେଁ ସମସ୍ତଙ୍କ କ୍ଷେତ୍ରରେ ଗୋଟିଏ ଆପରାଧିକ ଆଇନ ଲାଗୁ ହୋଇଥାଏ।
ଦେଶରେ ଏକକ ଦଓ୍ବୋନୀ ସଂହିତା (ୟୁସିସି) ଲାଗୁ କରିବାକୁ କିଛି ସପ୍ତାହ ତଳେ ମୋଦି ବ୍ୟକ୍ତିଗତ ଭାବେ ଜୋର୍‌ ଦେଇଥିଲେ। ୟୁସିସି କାର୍ଯ୍ୟକାରୀ ହେଲେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର, ପୋଷ୍ୟ, ଅଭିଭାବକତ୍ୱ ଏବଂ ଜମି ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବ୍ୟକ୍ତିଗତ ଆଇନଗୁଡ଼ିକ ସ୍ବତଃ ଉଚ୍ଛେଦ ହୋଇଯିବ। ଜୁନ୍‌େରେ ମୋଦି ଭାଜପା କର୍ମୀଙ୍କୁ ସମ୍ବୋଧିତ କରି କହିଥିବା କଥାକୁ ୟୁସିସି ସମର୍ଥକମାନେ ଉଦ୍ଧୃତ କରୁଛନ୍ତି। ସେମାନଙ୍କ ମତରେ ଆଧୁନିକ ରାଷ୍ଟ୍ରରେ ‘ଦ୍ୱୈତ ଆଇନ’ ଅନାବଶ୍ୟକ। ବ୍ୟକ୍ତିଗତ ଆଇନଗୁଡ଼ିକରେ ଲିଙ୍ଗଗତ ବୈଷମ୍ୟକୁ ଶେଷ କରିବା ଦିଗରେ ୟୁସିସି ଏକ ବଳିଷ୍ଠ ପଦକ୍ଷେପ ହେବ। ଭାଜପା ନିର୍ଦ୍ଦିଷ୍ଟ ଭାବେ ଭାରତରେ ମୁସଲିମ୍‌ ପର୍ସନାଲ ଲ’କୁ ମହିଳା ବିରୋଧୀ ଆଖ୍ୟା ଦେଇଆସିଥିବାବେଳେ ଆକ୍ଟିଭିଷ୍ଟମାନେ ପ୍ରାୟ ସବୁ ସମ୍ପ୍ରଦାୟର ଲୋକେ ଅନୁସରଣ କରୁଥିତ୍ବା ନାଗରିକ ଆଇନରେ ମହିଳାଙ୍କ ସହ ପକ୍ଷପାତିତା କରାଯାଇଥିବା କୁହନ୍ତି। ୟୁସିସିକୁ ଏହାର ସମର୍ଥକମାନେ ଜାତୀୟ ସଂହତି ପାଇଁ ସହାୟକ ହେବ ବୋଲି କହିଥାନ୍ତି। କିନ୍ତୁ ୟୁସିସିର ରୂପରେଖ କିପରି ହେବ ସେନେଇ ମୋଦି ସରକାର ଏଯାଏ କୌଣସି ଚିଠା ଜାରି କରିନାହାନ୍ତି।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କୁ ନୂ୍ୟନ କରିବା ପାଇଁ ମୋଦି ସରକାର ୟୁସିସିକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି। ୟୁସିସି ଲାଗୁ ହେଲେ ଧର୍ମୀୟ ସଂଖ୍ୟାଲଘୁ ଓ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସମ୍ବିଧାନ ପ୍ରଦତ୍ତ ଧାର୍ମିକ ତଥା ସାଂସ୍କୃତିକ ଅଧିକାର ହରାଇବା ନେଇ ଆଶଙ୍କା କରୁଛନ୍ତି। କାରଣ ୨୦୧୪ରେ ମୋଦି ସରକାର କ୍ଷମତାସୀନ ହେବା ପରଠୁ ଦେଶର ବିଭିନ୍ନ ଭାଗରେ ଧର୍ମୀୟ ଓ ଜାତିଆଣ ବୈଷମ୍ୟଜନିତ ବିଭାଜନ ବଢ଼ିବାରେ ଲାଗିଥିବାରୁ ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଦେଖିବାକୁ ଗଲେ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ହିନ୍ଦୁଙ୍କ ଆକ୍ରମଣ ଘଟଣା ବଢ଼ିଛି।
କେନ୍ଦ୍ର ସରକାରଙ୍କୁ ଆଇନ ସଂସ୍କାର ଉପରେ ପରାମର୍ଶ ଦେଉଥିବା ଭାରତର ଲ’ କମିଶନ ଇତିମଧ୍ୟରେ ଧର୍ମୀୟ ସଙ୍ଗଠନଗୁଡ଼ିକ ସମେତ ବିଭିନ୍ନ ପକ୍ଷଙ୍କଠାରୁ ୟୁସିସି ଉପରେ ୭.୫ ନିୟୁତରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଗ୍ରହଣ କରିଛନ୍ତି। ନିର୍ବାଚନ ପୂର୍ବରୁ ଯାହା ବିତର୍କର ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ, ତାହା ହେଉଛି ୟୁସିସି ଲାଗୁ ହେଲେ ଭାରତର ଧର୍ମନିରପେକ୍ଷତା ଦୁର୍ବଳ ହୋଇଯିବ କି? ରାଜନୀତି ବିଜ୍ଞାନୀମାନେ ଯୁକ୍ତି ବାଢ଼ନ୍ତି, ବ୍ୟକ୍ତିଗତ ଆଇନଗୁଡ଼ିକରେ ଉନ୍ନତି ଅଣାଯିବାର ଆବଶ୍ୟକତା ରହିଥିବାବେଳେ ୟୁସିସି ପାଇଁ ନିଆଯାଉଥିବା ପଦକ୍ଷେପ ସହମତିଭିତ୍ତିକ ହେବା ଉଚିତ। ଏପରି ନ ହେଲେ ରାଜନୈତିକ ଉଦ୍ଦେଶ୍ୟରେ ଏହି ପ୍ରସ୍ତାବ ଅଣାଯାଇଛି ବୋଲି ଧରାଯିବ ଏବଂ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ପାଇଁ ଏହାର ପରିଣାମ ବିପଜ୍ଜନକ ହୋଇପାରେ। ଉଦାହରଣ ସ୍ବରୂପ ଅନ୍ୟ କେତେକ ରାଷ୍ଟ୍ରକୁ ବିଚାରକୁ ନିଆଯାଇପାରେ। ୧୮୦୪ରେ ଫ୍ରାନ୍ସରେ ଅନେକ ଶହ ସ୍ଥାନୀୟ ଆଇନକୁ ଉଚ୍ଛେଦକରି ନାଗରିକମାନଙ୍କ ପାଇଁ ଏକ ଦଓ୍ବୋନୀ ଆଇନ ପ୍ରଣୟନ କରାଯାଇଥିଲା। ଇଟାଲୀ, ସ୍ପେନ୍‌, ଜର୍ମାନୀ, ପର୍ତ୍ତୁଗାଲ, ଆୟରଲାଣ୍ଡ, ଇଜିପ୍ଟ ଓ ତୁର୍କୀ ଭଳି ରାଷ୍ଟ୍ରରେ ସାଧାରଣ ବ୍ୟକ୍ତିଗତ ଆଇନ ପ୍ରଚଳିତ। ଆମେରିକାର ବିଭିନ୍ନ ରାଜ୍ୟରେ ସ୍ଥାନୀୟ ଆଇନ ଲାଗୁ କରାଯାଇପାରେ। କିନ୍ତୁ ସୁପ୍ରିମକୋର୍ଟ ୨୦୨୫ରେ ସମଲିଙ୍ଗୀ ବିବାହକୁ ଆଇନଗତ ବୈଧତା ପ୍ରଦାନ କରିବା ଭଳି ଦେଶବ୍ୟାପୀ ଗୋଟିଏ ଆଇନର କାର୍ଯ୍ୟକାରୀ କରାଇପାରନ୍ତି।
ଅତୀତରେ ଭାରତରେ ମଧ୍ୟ ବ୍ୟକ୍ତିଗତ ଆଇନଗୁଡ଼ିକୁ ନେଇ ଅନେକ ବିତର୍କ ହୋଇଛି। ଜାତିଗତ ବୈଷମ୍ୟକୁ ଶେଷ କରିବା ଏବଂ ମହିଳାଙ୍କୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ ଏକ ଡ୍ରାଫ୍ଟ ହିନ୍ଦୁ କୋଡ୍‌ ବିଲ୍‌ ୧୯୪୭ରେ ବ୍ରିଟିଶ ଇଣ୍ଡିଆର ସେଣ୍ଟ୍ରାଲ ଲେଜିସ୍‌ଲେଟିଭ୍‌ ଆସେମ୍ବ୍ଲିରେ ଆଗତ କରାଯାଇଥିଲା। ପରେ ୧୯୪୮ରେ ସ୍ବାଧୀନ ଭାରତର ସମ୍ବିଧାନ ସଭାରେ ଏହାକୁ ଆଗତ କରାଯାଇଥିଲା। ବର୍ତ୍ତମାନ ଲିଙ୍ଗଗତ ସମାନତା ପାଇଁ ଓକିଲାତି କରୁଥିବା ଭାଜପାର ବୈଚାରିକ ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ନେତୃତ୍ୱରେ ହିନ୍ଦୁ ଜାତୀୟତାବାଦୀମାନେ ୟୁସିସି ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି। ସେମାନେ ସେହି ସମୟରେ ହିନ୍ଦୁ କୋଡ୍‌ ବିଲ୍‌କୁ ହିନ୍ଦୁ ସମାଜ ପାଇଁ ‘ଆଟମ୍‌ ବମ୍‌’ ବା ପରମାଣୁ ବୋମା ଭାବେ ଅଭିହିତ କରି ବିରୋଧ କରିଥିଲେ। ୧୯୮୪ରେ ୟୁସିସି ଉପରେ ସ୍ବାଧୀନ ଭାରତର ନୂଆ ସମ୍ବିଧାନ ପାଇଁ ଉଦ୍ଦିଷ୍ଟ ଚିଠା କମିଟି ଆଲୋଚନା କରିବା ସମୟରେ ଜଣେ ସଦସ୍ୟ ଯୁକ୍ତି ବାଢ଼ିଥିଲେ ଯେ, ଏହା ଦେଶର ଏକତା ଏବଂ ପ୍ରସ୍ତାବିତ ସମ୍ବିଧାନର ନିରପେକ୍ଷ ବିଶ୍ୱସନୀୟତାକୁ ବଜାୟ ରଖିବ। ମୁସଲମାନ ସଦସ୍ୟମାନେ ସେମାନଙ୍କ ଧର୍ମୀୟ ସ୍ବାଧୀନତାରେ ହସ୍ତକ୍ଷେପ ହେବା ଆଶଙ୍କା କରି ଏହାକୁ ବିରୋଧ କରିଥିଲେ। କିନ୍ତୁ ବିନା ଏକକ ଦଓ୍ବୋନୀ ସଂହିତାରେ ମହିଳାମାନଙ୍କ ଅଧିକାର ସୁରକ୍ଷିତ ହୋଇପାରିବ ନାହିଁ ବୋଲି ଯୁକ୍ତି କରାଯିବାରୁ ସେମାନେ ପଛଘୁଞ୍ଚା ଦେଇଥିଲେ। ଶେଷରେ ୟୁସିସି ପ୍ରଣୟନ ପ୍ରସ୍ତାବକୁ ସମ୍ବିଧାନର ଡିରେକ୍ଟିଭ୍‌ ପ୍ରିନ୍ସିପୁଲ୍ସରେ ସନ୍ନିବେସିତ କରାଯାଇଥିଲା। ଅର୍ଥାତ୍‌ ରାଷ୍ଟ୍ର ତତ୍କାଳ ୟୁସିସି ଆଣିବାକୁ ବାଧ୍ୟ ନୁହେଁ ଏବଂ ସବୁ ସମ୍ପ୍ରଦାୟର ସହମତି ଭିତ୍ତିରେ ପରବର୍ତ୍ତୀ ସମୟରେ ୟୁସିସି ଅଣାଯାଇପାରେ ବୋଲି ଏଥିରେ କୁହାଯାଇଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ୟୁସିସି ଆଣିବା ନେଇ ନିଜ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ୨୦୧୮ରେ ଲ’ କମିଶନ ୟୁନିଫର୍ମ ସିଭିଲ୍‌ କୋଡ୍‌କୁ ‘ଅଣଜରୁରୀ ଓ ଅବାଞ୍ଛନୀୟ’ ଦର୍ଶାଇ କହିଥିଲେ, ଧର୍ମନିରପେକ୍ଷତା ଦେଶରେ ପ୍ରଚଳିତ ବହୁଳବାଦର ବିରୁଦ୍ଧାଚରଣ କରିପାରିବ ନାହିଁ।
(ସୌଜନ୍ୟ: ଅଲ୍‌ଜଜିରା)


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?