୫ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ନିଶ୍ଚିନ୍ତକୋଇଲି,୧୮ା୮(ଅଶୋକ କୁମାର ମହାପାତ୍ର): ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ଓ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନ କଟିକଟା ପଞ୍ଚାୟତର ପାରସାଇଲୋ ସରକାରୀ ଊର୍ଦ୍ଦୁ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ସ୍କୁଲର ଛାତ ବିପଦସଙ୍କୁଳ ଅବସ୍ଥାରେ ରହିଥିବାବେଳେ ଶିକ୍ଷାଦାନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ତୁରନ୍ତ ଏ ଦିଗରେ ସରକାର ଦୃଷ୍ଟି ଦେବା ପାଇଁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ୧୯୪୯ ମସିହାରେ ଏହି ସ୍କୁଲ ସ୍ଥାପନ କରାଯାଇଥିଲା। ଏବେ ଏଠାରେ ୫ଟି ଶ୍ରେଣୀରେ ୬୬ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ କାର୍ଯ୍ୟରେ ବ୍ୟସ୍ତ ରହୁଥିବାବେଳେ ୫ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ପାଇଁ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଏଥିଯୋଗୁ ପାଠପଢା ବ୍ୟାହତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍କୁଲର ଉପର ଭାଗରେ ରଙ୍ଗ ଦିଆଯାଇଥିବାବେଳେ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଏପରି କି ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ଲୁହାରଡ଼ ଦେଖାଗଲାଣି। ପୂର୍ବରୁ ଅନେକ ଥର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସିବା ଦ୍ୱାରା ଛାତ୍ରୀଛାତ୍ର ଆହତ ହୋଇଥିବା ନଜିର ରହିଛି। ଏବେ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ବସି ମଧ୍ୟାହ୍ନଭୋଜନ ଖାଉଛନ୍ତି। କେତେବେଳେ ଯେ ବଡ କଂକ୍ରିଟ୍‌ ଖଣ୍ଡ ଖସି ଜୀବନହାନି ଘଟିବ ତାହା କହିହେବ ନାହିଁ।
ଅପରପକ୍ଷରେ ଏହି ବିଦ୍ୟାଳୟରେ ପାରସାଇଲୋ ଅଙ୍ଗନୱାଡି କେନ୍ଦ୍ର ଚାଲିଛି। ଏହି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ କରାଯାଇନାହିଁ। ତେଣୁ ଏହି କେନ୍ଦ୍ରର ୩୪ଜଣ ଛାତ୍ରୀଛାତ୍ର ଉକ୍ତ ସ୍କୁଲଗୃହରେ ପାଠ ପଢୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଗୋଟିଏ ଛାତ ତଳେ ପ୍ରାୟ ୧୦୦ ଛାତ୍ରୀଛାତ୍ର ବିପଦସଙ୍କୁଳ ଭାବେ ପଢିବା ସହ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ନାଥଶର୍ମା ନିଶ୍ଚିନ୍ତକୋଇଲି ବିଡିଓ ଏବଂ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କୁ ଲିଖିତ ଆକାରରେ ଜଣାଇବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ଏନେଇ ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରା କହିଛନ୍ତି, ଉକ୍ତ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ପଦୋନ୍ନତି ହେବା ପରେ ଏବେ ଜଣେ ଶିକ୍ଷକ ଅଛନ୍ତି। ସେଠାକୁ ଅନ୍ୟଜଣେ ଶିକ୍ଷକଙ୍କୁ ଡେପୁଟେଶନରେ ପଠାଯାଇଛି। ବିପଦସଙ୍କୁଳ ଗୃହ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?