୫ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ନିଶ୍ଚିନ୍ତକୋଇଲି,୧୮ା୮(ଅଶୋକ କୁମାର ମହାପାତ୍ର): ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ଓ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନ କଟିକଟା ପଞ୍ଚାୟତର ପାରସାଇଲୋ ସରକାରୀ ଊର୍ଦ୍ଦୁ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ସ୍କୁଲର ଛାତ ବିପଦସଙ୍କୁଳ ଅବସ୍ଥାରେ ରହିଥିବାବେଳେ ଶିକ୍ଷାଦାନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ତୁରନ୍ତ ଏ ଦିଗରେ ସରକାର ଦୃଷ୍ଟି ଦେବା ପାଇଁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ୧୯୪୯ ମସିହାରେ ଏହି ସ୍କୁଲ ସ୍ଥାପନ କରାଯାଇଥିଲା। ଏବେ ଏଠାରେ ୫ଟି ଶ୍ରେଣୀରେ ୬୬ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ କାର୍ଯ୍ୟରେ ବ୍ୟସ୍ତ ରହୁଥିବାବେଳେ ୫ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ପାଇଁ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଏଥିଯୋଗୁ ପାଠପଢା ବ୍ୟାହତ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍କୁଲର ଉପର ଭାଗରେ ରଙ୍ଗ ଦିଆଯାଇଥିବାବେଳେ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଏପରି କି ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ଲୁହାରଡ଼ ଦେଖାଗଲାଣି। ପୂର୍ବରୁ ଅନେକ ଥର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସିବା ଦ୍ୱାରା ଛାତ୍ରୀଛାତ୍ର ଆହତ ହୋଇଥିବା ନଜିର ରହିଛି। ଏବେ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ବସି ମଧ୍ୟାହ୍ନଭୋଜନ ଖାଉଛନ୍ତି। କେତେବେଳେ ଯେ ବଡ କଂକ୍ରିଟ୍‌ ଖଣ୍ଡ ଖସି ଜୀବନହାନି ଘଟିବ ତାହା କହିହେବ ନାହିଁ।
ଅପରପକ୍ଷରେ ଏହି ବିଦ୍ୟାଳୟରେ ପାରସାଇଲୋ ଅଙ୍ଗନୱାଡି କେନ୍ଦ୍ର ଚାଲିଛି। ଏହି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ କରାଯାଇନାହିଁ। ତେଣୁ ଏହି କେନ୍ଦ୍ରର ୩୪ଜଣ ଛାତ୍ରୀଛାତ୍ର ଉକ୍ତ ସ୍କୁଲଗୃହରେ ପାଠ ପଢୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଗୋଟିଏ ଛାତ ତଳେ ପ୍ରାୟ ୧୦୦ ଛାତ୍ରୀଛାତ୍ର ବିପଦସଙ୍କୁଳ ଭାବେ ପଢିବା ସହ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ନାଥଶର୍ମା ନିଶ୍ଚିନ୍ତକୋଇଲି ବିଡିଓ ଏବଂ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କୁ ଲିଖିତ ଆକାରରେ ଜଣାଇବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ଏନେଇ ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରା କହିଛନ୍ତି, ଉକ୍ତ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ପଦୋନ୍ନତି ହେବା ପରେ ଏବେ ଜଣେ ଶିକ୍ଷକ ଅଛନ୍ତି। ସେଠାକୁ ଅନ୍ୟଜଣେ ଶିକ୍ଷକଙ୍କୁ ଡେପୁଟେଶନରେ ପଠାଯାଇଛି। ବିପଦସଙ୍କୁଳ ଗୃହ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri