ଚନ୍ଦ୍ରରେ ସୁପର ହାଇଓ୍ବେ ତିଆରି କରିବ ଆମେରିକା ସୈନ୍ୟ ବାହିନୀ…

ଓ୍ବାଶିଂଟନ,୨୫।୧୦: ମହାକାଶରେ ଭିତ୍ତି ଭୂମି ବିକାଶ ପାଇଁ ଏବେ ବିଭିନ୍ନ ଦେଶ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଚାଇନା ମହାକାଶ ଅଭିଯାନ ଜାରି ରଖିଥିବାବେଳେ ଆମେରିକା ସୈନ୍ୟ ବାହିନୀ ଚନ୍ଦ୍ର ଯାତ୍ରାକୁ ସହଜ କରିବା ଲାଗି ସୁପର ହାଇଓ୍ବେ ନିର୍ମାଣ ପାଇଁ ଯୋଜନା କରିଛି। ଏହି ହାଇଓ୍ବେ ପାର୍ଶ୍ୱରେ ମହାକାଶ ଯାନରେ ଇନ୍ଧନ ଭର୍ତ୍ତି କରିବା, ମହାକାଶଯାନ ମରାମତି ଏବଂ ଆବର୍ଜନା ପକାଇବା ଲାଗି ବ୍ୟବସ୍ଥା ମଧ୍ୟ ରହିବ। ଏହି ପ୍ରକଳ୍ପରେ ଆମେରିକୀୟ ବ୍ୟବସାୟିକ ସଂସ୍ଥା ଏବଂ ବନ୍ଧୁ ଦେଶଙ୍କୁ ସାମିଲ କରାଯିବ।

ଏକ ସେମିନାରରେ ସ୍ପେସ ଫୋର୍ସର ବ୍ରିଗେଡିୟର୍‌ ଜେନେରାଲ ଜନ ଓଲସନ କହିଛନ୍ତି ଯେ, ମହାକାଶରେ ବିଭିନ୍ନ ଦେଶର ଯୋଜନା ବିଶେଷ କରି ଚାଇନାର ପଦକ୍ଷେପକୁ ଦୃଷ୍ଟିରେ ରଖି ଏହି ମେଗା ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛୁ।

ଜେନେରାଲ ଜନ ଚାଇନାକୁ ଟାର୍ଗେଟ କରି କହିଛନ୍ତି ଯେ, ବିଶ୍ୱରେ ତଥା ମହାକାଶ ଯାତ୍ରାରେ ଇଂରାଜୀ ହେଉଛି ଅନ୍ତର୍ଜାତୀୟ ନାଗରିକ ଉଡାଣ ସଂଗଠନର ଭାଷା। ମୁଁ ବିଶ୍ୱାସ କରେ ଯେ ଏହା ପୂର୍ବଭଳି ରହିବା ଉଚିତ। ମାତ୍ର କୌଣସି ସ୍ଥଳେ ଚାଇନାର ମାନ୍ଦାରିନ ଭାଷା ହେବା ଠିକ୍‌ ନୁହେଁ।

ଚାଇନା ପୃଥିବୀର କକ୍ଷପଥରେ ଅନେକ କିଲୋମିଟର ଅଞ୍ଚଳରେ ’ମେଗାଷ୍ଟ୍ରକଚର’ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି। ଏଠାରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର, ପର୍ଯ୍ୟଟନ କମ୍ପ୍ଲେକ୍ସ, ଗ୍ୟାସ ଷ୍ଟେସନ ଠାରୁ ଆରମ୍ଭ କରି ଆଷ୍ଟରଏଡ ଖଣି ପର୍ଯ୍ୟନ୍ତ ସୁବିଧା ଉପଲବ୍ଧ ହେବ। ପାଞ୍ଚ ବର୍ଷୀୟ ଯୋଜନା ଘୋଷଣା କରି ଚାଇନା ନିଜର ପ୍ରାକୃତିକ ବିଜ୍ଞାନ ଫାଉଣ୍ଡେସନ ଅନୁସନ୍ଧାନକାରୀଙ୍କୁ ଏସମ୍ପର୍କିତ ଟେକ୍ନୋଲୋଜି ଏବଂ କୌଶଳ ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛି।
୨୦୩୫ ସୁଦ୍ଧା ଚାଇନା ମହାକାଶରେ ବିଦ୍ୟୁତ ଉତ୍ପାଦନ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛି। ଏହି ପ୍ରକଳ୍ପ ପ୍ରାୟ ଏକ ମାଇଲ ଚୌଡ଼ା ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁର୍ବେଦର ସୁବର୍ଣ୍ଣ ଯୁଗ ଆସୁଛି

ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଶିଶୁରୋଗ ବିଶେଷଜ୍ଞ ତଥା ଅଧ୍ୟାପକ ଡା. ବିମଳ କୁମାର ପଣ୍ଡାଙ୍କ ଇଚ୍ଛାଶକ୍ତି ତାଙ୍କ...

ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୧୩୯କୁ ବୃଦ୍ଧି

ଭୁବନେଶ୍ୱର,୧ା୮(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ୮୦୦ ତଳେ ଥିବା ବେଳେ ଆଜି ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

ଘର ବାହାରେ ବସିଥିବା ବ୍ୟକ୍ତିଙ୍କ ସହ ପୋଷା କୁକୁର କରୁଛି ଏପରି, ଭିଡିଓ ଦେଖିଲେ….

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଦ୍ୱିତୀୟ ସ୍ଥାନକୁ ଖସିଲା ଖୋର୍ଦ୍ଧା

ଭୁବନେଶ୍ୱର, ୧୭।୨ (ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବା ସହ ନିୟନ୍ତ୍ରଣକୁ ଆସୁଛି। ଏଥିସହ ଦୈନିକ ସଂକ୍ରମଣରେ ସବୁବେଳେ ଶୀର୍ଷରେ ରହୁଥିବା ଖୋର୍ଦ୍ଧା...

ରାଜ୍ୟରୁ ସୁସ୍ଥ ହେଲେ ୮୧୮୧ କରୋନା ଆକ୍ରାନ୍ତ

ଭୁବନେଶ୍ବର,୩୧।୧(ବ୍ୟୁରୋ) : ରାଜ୍ୟରେ ଏବେ ଦୈନିକ କୋଭିଡ ସଂକ୍ରମଣ ହାର ଧିରେ ଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧି ପାଉଛି। ସୋମବାର ରାଜ୍ୟରେ ୮୧୮୧...

ଜୋନ୍‌-୧ରେ ରାଜ୍ୟର ଏହି ୧୦ ଜିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ୫୦ରୁ ଅଧିକ ସକ୍ରିୟ କେସ୍‌ ରହିଥିବା ୧୦ ଜିଲାକୁ ମଙ୍ଗଳବାର ଜୋନ୍‌-୧ ଭାବେ ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର,...

କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ,କହିଲେ କେଜରିଓ୍ବାଲ-ଅମରିନ୍ଦର

ନୂଆଦିଲ୍ଲୀ,୧୬।୧: ଭାରତରେ ଶନିବାରଠାରୁ ସର୍ବବୃହତ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ସାର୍ବଜନୀକ ଟିକାକରଣକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ...

ବାଥ ଟବରେ ଗାଧୋଉଛି ବାଘ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ବାଘ ବାଥ ଟବରେ ଗାଧୋଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଜଙ୍ଗଲ...

Advertisement
Archives

Model This Week