Posted inଫୁରସତ

୭ମାସରେ ତିଆରି ହେଲା ୪କୋଟିର ଏହି ନିଆରା ଡାଇମଣ୍ଡ ଚେନ୍‌

ହଲିଉଡ୍‌ର ବେଶ୍‌ ଜଣାଶୁଣା ରେପର ଗାୟକ ଟାଇଲର ଦ କ୍ରିଏଟର୍‌ଙ୍କ ନିକଟରେ ଏକ ନୂଆ ଆଲବମ୍‌ ‘କଲ ମି ଇଫ୍‌ ୟୁ ଗେଟ୍‌ ଲଷ୍ଟ’ର ରିଲିଜ୍‌ ହୋଇଛି। ଏହି ଗୀତକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିବା ବେଳେ ଏବେ ସମସ୍ତଙ୍କ ମନରେ ଛାଇଯାଇଛି। ଏହି ଗୀତକୁ ନେଇ ଟାଇଲର ବେଶ୍‌ ଚର୍ଚ୍ଚାରେ ଥିବା ବେଳେ ଇତିମଧ୍ୟରେ ସେ ଏକ ମହଙ୍ଗା ଓ ସୁନ୍ଦର ଗୋଲ୍ଡ ଡାଇମଣ୍ଟ ମିଶ୍ରିତ ଚେନ୍‌ ଏବଂ ପେଣ୍ଡେଣ୍ଟ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ନିଆରା ପେଣ୍ଡେଣ୍ଟରେ ୨ଟି ଚକଚକିଆ ସୁଟକେଶ ଝୁଲୁଥିବା ବେଳେ ଏହାକୁ ଧରି ଜଣେ ବେଲ୍‌ହାପ୍‌ ଠିଆହୋଇଥିବାର ଦେଖିବାକୁ ମିଳିଛି। ଏହି ଜ୍ୱେଲାରୀ ପିସ୍‌କୁ ଏଲେକ୍ସ ମସ୍‌ ନାମକ ଜଣେ ସେଲେବସ୍‌ ଗହଣା ଦୋକାନୀ ତିଆରି କରିଛନ୍ତି। ଏହି ଗହଣା ତିଆରି କରିବା ପାଇଁ ଟାଇଲର ଏଲେକ୍ସଙ୍କୁ ୭ମାସ ସମୟ ଦେଇଥିଲେ। ହେଲେ କେବଳ ୪ମାସ ପେଣ୍ଡେଣ୍ଟ ପାଇଁ ରଙ୍ଗବେରଙ୍ଗର ଡାଇମଣ୍ଡ ଖୋଜିବାରେ ପଳାଇଥିଲା ବୋଲି ଏଲେକ୍ସ କହିଛନ୍ତି। ଏହି ଗହଣାକୁ ଟାଇଲର ଓ ଏଲେକ୍ସ ମିଶି ଡାଜାଇନ୍‌ କରିଥିଲେ। ହେଲେ ଏହି ଚେନ୍‌ରେ ଲାଗିଥିବା ଡାଇମଣ୍ଡ ଓ ସୁନାର କ୍ୟାରେଟ ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ। ଆଜ୍ଞା ହଁ ୧୮ କ୍ୟାରେଟ ସୁନାରେ ତିଆରି ହୋଇଥିବା ଏହି ଚେନ୍‌ରେ ଭିନ୍ନ ପ୍ରକାରର ୧୮୬ କ୍ୟାରେଟର ଡାଇମଣ୍ଡ ଲଗାଯାଇଥିବା ବେଳେ ୬୦ କ୍ୟାରେଟ ନୀଳା ଓ ୨୩,୫୧୫ଟି ଷ୍ଟୋନ୍‌ ଲାଗିଛି। କେବଳ ପେଣ୍ଡେଣ୍ଟ ପାଇଁ ଟାଇଲର ୫୦୦,୦୦୦ଡଲାର ଖର୍ଚ୍ଚ କରିଛି। ଯାହା ଭାରତୀୟ ମୂଲ୍ୟ ଅନୁସାରେ ପ୍ରାୟ ୩,୭୧,୮୦,୨୫୦ଟଙ୍କା। ତେବେ ଏହି ଚେନ୍‌ ପଛରେ ଥିବା ଅର୍ଥ ବିଷୟରେ କାହାକୁ ଜଣା ନ ଥିବା ବେଳେ ଟାଇଲର ଏହାକୁ ଏକ ରହସ୍ୟ ରଖିବାକୁ ବସନ୍ଦ କରିଛନ୍ତି। ସୂଚନା ମୁତାବକ ଟାଇଲରଙ୍କ ପୁରା ନାମ ହେଉଛି ଟାଇଲର ଗ୍ରେଗୋରୀ ଓକୋନ୍ମା। ସେ ରେପର ଗାୟକ ହେବା ସହ ଜଣେ ଗାୟକ, ଗୀତିକାର, ଅଭିନେତା, ପ୍ରଯୋଜକ ଓ କମେଡିଆ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଗାଁ : ୧୩ଶହ ବର୍ଷ ହେଲା ଭୂପୃଷ୍ଠରେ ପାଦ ରଖିନାହାନ୍ତି ଏଠାକାର ଲୋକେ

ସାଧାରଣତଃ ଭୂପୃଷ୍ଠରେ ଲୋକମାନେ ଘର କରି ବସବାସ କରିଥା’ନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ଏଭଳି ବି ଜନଜାତି ଅଛନ୍ତି, ଯେଉଁମାନେ ୧୩ଶହ...

ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ: ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ୩୩ ହଜାର, ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ପାଇଛି ସ୍ଥାନ

ବିଶ୍ୱରେ ଅନେକ ପୁରାତନ ହୋଟେଲମାନ ରହିଛି। ଯାହାକି ସମୟ ସାଙ୍ଗକୁ ପରିବର୍ତ୍ତନ ମଧ୍ୟ ହୋଇଥାଏ। ମାତ୍ର ଜାପାନରେ ଏମିତି ଏକ ହୋଟେଲ ରହିଛି, ଯାହା ଆଜି...

ଏଗ୍ରିକଲ୍ଚର ଫିଲ୍ଡରେ ଜବ୍‌

କୃଷି ବା ଏଗ୍ରିକଲ୍ଚର ଫିଲ୍ଡରେ କ୍ୟାରିୟର ଗଢ଼ିବାକୁ ଅଧିକାଂଶ ଯୁବପିଢ଼ି ଆଗ୍ରହୀ ହେଉଥିବାର ଦେଖିବାକୁ ମିଳୁଛି। କାରଣ ଏହି କ୍ଷେତ୍ରରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦ୍ୱାରା...

ସର୍ଜନାରେ ଆବାମିକା 

ସମ୍ପର୍କମାନଙ୍କ ଭିତରେ ଦାମ୍ପତ୍ୟ ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ଉପହାର। ଅଦୃଷ୍ଟର ଇଙ୍ଗିତରେ ଅଲଗା ଅଲଗା ପରିବେଶରେ ଜନ୍ମନେଇ ପରସ୍ପର ପାଇଁ ଗଢ଼ି ହେବାର ପ୍ରକ୍ରିୟା ଚାଲିଥାଏ ନିଜ...

ନୂଆବର୍ଷ ଆକର୍ଷଣ

ପୁରୁଣାବର୍ଷକୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ଦେଖାଗଲାଣି ଉତ୍ସାହର ମାହୋଲ। କେବଳ ଅପେକ୍ଷା ଆଉ ଦିନ କେଇଟାକୁ। ଏହାପରେ ଆରମ୍ଭ ହୋଇଯିବ...

ନୂଆ ଚାକିରୀ ପାଇଁ କ’ଣ ସବୁ କରିବା ଆବଶ୍ୟକ ଜାଣନ୍ତୁ..

କୌଣସି କାରଣ ବସତଃ ଚାକିରୀ ଚାଲିଗଲେ ଅନେକେ ଡିପ୍ରେସନର ଶିକାର ହୋଇଥାନ୍ତି। ତେବେ ଏଭଳି ସମୟରେ ନିରାଶ ନ ହୋଇ ଧର୍ଯ୍ୟର ସହ ନୂତନ ଚାକିରୀ...

ଚୁମ୍ବନ ଦିବସ: ଚାଇନାରେ ନୋ କିସିଂ କଟକଣା

ବେଜିଂ,୧୨।୨: ଭାଲେଣ୍ଟାଇନ୍‌ ଓ୍ବିକ୍‌ର ଷଷ୍ଠ ଦିନକୁ କିସ୍‌ ଡେ’ ବା ଚୁମ୍ବନ ଦିବସ ଭାବେ ପାଳନ କରାଯାଇଥାଏ। ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦେବାଦ୍ୱାରା ବହୁ ଶାରୀରିକ...

ବ୍ୟକ୍ତିତ୍ୱ: ଅନ୍ତର୍ଜାତୀୟ ସୁପରଷ୍ଟାର ଏମା ଓ୍ବାଟ୍‌ସନ୍‌

ଇଣ୍ଟରନ୍ୟାଶନାଲ ସୁପରଷ୍ଟାର ବା ଅନ୍ତର୍ଜାତୀୟ ସୁପରଷ୍ଟାର। ଅତି କମ୍‌ ବୟସରେ ଏଭଳି ଏକ ମୁକୁଟ ପିନ୍ଧିବାର ସଫଳ ହୋଇଛନ୍ତି ସେ। ଏକ ପରିସଂଖ୍ୟାନ ଅନୁଯାୟୀ ସେ...

Advertisement
Archives

Model This Week