ଶୁଭଲକ୍ଷ୍ମୀଙ୍କ ସହ ହୋଟେଲ ରୁମ୍‌ ଯାଇଥିଲେ ଦୁଇ ଯୁବକ

ଭୁବନେଶ୍ୱର,୧୩।୮(ସତ୍ୟଜିତ୍‌ ରାଉତ)ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ସ୍ଥିତ ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରେ ଭଦ୍ରକର ଶୁଭଲକ୍ଷ୍ମୀ ସାହୁ(୧୮) ଆତ୍ମହତ୍ୟା କରିଥିବା ଡିସିପି ସ୍ପଷ୍ଟ କରିଥିଲେ। କିନ୍ତୁ ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଏହା ପଛରେ ଥିବା କାରଣକୁ ପୋଲିସ ଖୋଜିପାଉନି। ଫଳରେ ଘଟଣା ଦିନକୁ ଦିନ ରହସ୍ୟ ଘେରକୁ ଚାଲିଯାଉଛି। ଇତିମଧ୍ୟରେ ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ ମିଳିଛି। ଗତ ୨ ତାରିଖ ଅପରାହ୍ନ ୪ଟା ୧୩ରେ ହୋଟେଲ ଦୀପାଳିର ଶିଡି ଦେଇ ଉକ୍ତ ରୁମ୍‌କୁ ପ୍ରବେଶ କରୁଛନ୍ତି ଶୁଭଲକ୍ଷ୍ମୀ। ତାଙ୍କ ସହ ୨ଜଣ ଯୁବକ ମଧ୍ୟ ଯାଉଛନ୍ତି। ଜଣେ ଯୁବକ ଟ୍ରଲି ବ୍ୟାଗ ନେଉଥିବାବେଳେ ତାଙ୍କ ପଛରେ ଥିବା ଅନ୍ୟଜଣେ ଯୁବକ ଦୁଇଟି ହାତରେ ବ୍ୟାଗ ଧରିଛନ୍ତି। ଆଉ ଉଭୟ ଯୁବକଙ୍କ ପଛରେ ଶୁଭଲକ୍ଷ୍ମୀ ଯାଉଥିବା ସିସିଟିଭ ଫୁଟେଜରୁ ଜଣାପଡିଛି। ତେବେ କାହିଁକି ଏତେ ଲଗେଜ ନେଇ ଶୁଭଲକ୍ଷ୍ମୀ ହୋଟେଲକୁ ଯାଇଥିଲେ। ସେମାନଙ୍କ ସହ ଥିବା ଯୁବକଦ୍ୱୟଙ୍କ ସହ ତାଙ୍କର ସମ୍ପର୍କ କ’ଣ? ସେ ଫେରିଲେ ନା ରହିଲେ, ତାହାର ଦୃଶ୍ୟ ଭିଡିଓରେ ନ ଥିବାବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି। ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁପରେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ପୋଲିସ ଜବତ କରିଛି। ଏପରିସ୍ଥଳେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ପ୍ରାଇଭେଟ୍‌ କରାଯାଇଥିବା ଜଣାପଡିଛି। ତେବେ କିଏ ଶୁଭଲକ୍ଷ୍ମୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଳାଉଛି ତାହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ଏନେଇ ସାଇବର ପୋଲିସର ସହାୟତା ଲୋଡ଼ାଯାଇଥିବା ସୂଚନା ମିଳିଛି।
ରାଜ୍ୟ ମହିଳା କମିଶନ (ଓଏସ୍‌ସିଡବ୍ଲ୍ୟୁ) ଘଟଣାକୁ ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା ରୁଜୁ କରି ଭୁବନେଶ୍ୱର ଡିସିପିଙ୍କୁ ୨ଦିନ ତଳେ ରିପୋର୍ଟ ତଲବ କରିଥିଲେ। ଶନିବାର ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ମନ୍ଦାକିନୀ କର ଘଟଣାରେ ଉଦ୍‌ବେଗ ପ୍ରକାଶ କରି ନିଜଆଡୁ ଏକ ମାମଲା ରୁଜୁ କରିବା ସହ ୧୫ ଦିନ ମଧ୍ୟରେ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଝିଅର ପ୍ରକୃତ ବୟସ, ପୋଷ୍ଟମର୍ଟମ ରିପୋର୍ଟ, ଯଦି ବାରରେ ନିୟୋଜିତ ହୋଇଥିଲେ ତା’ହେଲେ କେଉଁ ପରିସ୍ଥିତିରେ କାମ କରୁଥିଲେ ଆଦିର ରିପୋର୍ଟ ମାଗିଛନ୍ତି। ଏହାସହ ନାବାଳିକାଙ୍କୁ ବାର୍‌ରେ ନିୟୋଜିତ କରୁଥିବା ଦଲାଲକୁ ଗିରଫ କରିବାକୁ ସେ କହିଛନ୍ତି। ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲାରେ ହୋଟେଲ, ସପିଂ ମଲ୍‌ରେ ଯଦି କୌଣସି ପିଲା ଶିଶୁ ଶ୍ରମିକ ଭାବେ କାମ କରୁଥିବା ନଜରକୁ ଆସେ ତା’ହାଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏନେଇ ସମସ୍ତ ଜିଲାପାଳ ଓ ଶ୍ରମ ଅଧିକାରୀଙ୍କୁ ପୁଣି ଥରେ ଚିଠି ଲେଖି ଅବଗତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?