Posted inଫୁରସତ

ଲିଙ୍ଗ ପରିବର୍ତ୍ତନ କରି ଭଉଣୀ ହେଲେ ଯାଆଁଳା ଭାଇ

ବ୍ରାଜିଲରେ ରହୁଥିବା ୨ ଯାଆଁଳା ଭାଇ ସେମାନଙ୍କର ଅଧିକାଂଶ କାମ ଏକାଠି କରିଥାନ୍ତି। ଏବେ ଏହି ୨ ଭାଇ ଏକତ୍ରି ଟ୍ରାନ୍ସଜେଣ୍ଡର ଅପରେଶନ କରି ରେକର୍ଡ କରିଛନ୍ତି। ୧୯ ବର୍ଷୀୟ ଏହି ୨ ଭାଇ ଲିଙ୍ଗ ଅସ୍ତ୍ରୋପଚାର କରି ଝିଅ ହୋଇଛନ୍ତି। ମାୟଲା ଏବଂ ସୋଫିଆ କହିଛନ୍ତି, ପିଲାଦିନରୁ ସେମାନେ ପୁଅ ପରି ଅନୁଭବ କରି ନ ଥିଲେ ତେଣୁ ଅପରେଶନ କରି ଝିଅ ହେବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି।
ବ୍ରାଜିଲର ଦକ୍ଷିଣ ପୂର୍ବ ଶହର ବ୍ଲୁମେନୋରେ ଥିବା ଏକ ଟ୍ରାନ୍ସଜେଣ୍ଡର ସେଣ୍ଟରରେ ଉଭୟ ଅସ୍ତ୍ରୋପଚାର କରିଛନ୍ତି। ଏହି କେନ୍ଦ୍ରର ଡାକ୍ତର ଜୋସେ କାର୍ଲୋସ କହିଛନ୍ତି, ଦୁଇ ଯାଆଁଳା ଭାଇ ଅସ୍ତ୍ରୋପଚାର ପରେ ଝିଅ ହେବା ଦୁନିଆରେ ଏହା ପ୍ରଥମ ରିପୋଟେଡ୍‌ କେସ୍‌।
ମାୟଲା ଜୋ ଆର୍ଜେଣ୍ଟିନାରେ ମେଡିସିନ୍‌ରେ ପାଠ ପଢ଼ୁଛନ୍ତି। ସେ କହିଛନ୍ତି ଯେ, ବାଳକ ପରି ମୁଁ ନିଜକୁ ଅସହଜ ମନେ କରୁଥିଲି। ତେଣୁ ଆମେ ପରସ୍ପରର ସମର୍ଥନରେ ଝିଅ ହେବାକୁ ନିଷ୍ପତ୍ତି ନେଲୁ।
ସେହିପରି ସିଭିଲ ଇଞ୍ଜିନିୟରିଂ କରୁଥିବା ସୋଫିଆ କହିନ୍ତି, ବ୍ରାଜିଲରେ ବହୁତ ଟ୍ରାନ୍ସଫୋବିଆ ଅଛି। ଏଠାରେ ଲୋକମାନେ ଟ୍ରାନ୍ସଜେଣ୍ଡରଙ୍କୁ ବହୁତ ଗାଳି କରିଥାନ୍ତି।
ଆହୁରି ମଧ୍ୟ ସୋଫିଆ କହିଛନ୍ତି, ତାଙ୍କର ଏପରି ନିଷ୍ପତ୍ତିରେ ପରିବାର ଲୋକେ ତାଙ୍କୁ ସମର୍ଥନ କରିଥିଲେ। ଏହି ସର୍ଜରୀ ପାଇଁ ଜେଜେ ବାପା ଅର୍ଥ ଯୋଗାଡ଼ କରିଥିଲେ। ଜେଜେ ବାପା ନିଜର ସମ୍ପତ୍ତି ବିକ୍ରି କରି ଏହି ସର୍ଜରୀ ପାଇଁ ୨୦ ହଜାର ଟଙ୍କା ଦେଇଥିଲେ ବୋଲି ସୋଫିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଙ୍କରେ ଫସିଥିବା ଟ୍ରାକ୍ଟରକୁ ଶୁଣ୍ଢରେ ଉପରକୁ ଟାଣି ଆଣିଲା ହାତୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପଙ୍କ କାଦୁଅରେ ପୋଖରୀରେ ଫସି ରହିଥିବା ଟ୍ରାକ୍ଟରକୁ ଏକ ହାତୀ ଗୋଟିଏ ଝଟ୍‌କାରେ ଉପରକୁ...

ବିରଜାଇ ଜଙ୍ଗଲର କୃଷ୍ଣାପଲ୍ଲୀରୁ ଆସିଥିଲା କାଠକଡ଼ି

କୋଣାର୍କଠାରେ ମନ୍ଦିର ତୋଳା ଅବସରରେ ନିର୍ମିତ ବୟାଳିଶ ବାଟିର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଐତିହ୍ୟ ଅନୁଶୀଳନ କାର୍ଯ୍ୟ ଓଡ଼ିଶା ଐତିହ୍ୟ ପରିଷଦ, କୋଣାର୍କ ଐତିହ୍ୟ ପରିଷଦ...

ବୋତଲରେ ପାଣି ପିଉଛି ବତକ ଛୁଆ: ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

କଳିଝଗଡ଼ା କରିବାକୁ ଯେଉଁ ମେଳାକୁ ଆସନ୍ତି ମହିଳା..

ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ...

ଏହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନେଉଛନ୍ତି ସାପ: ଥରେ କି ଦୁଇଥର ନୁହେଁ, କାମୁଡ଼ିଲେଣି ୭୨ ଥର; ତଥାପି..

ଅନିଷ୍ଟ କରିଥିବା ବ୍ୟକ୍ତିଠାରୁ ସାପ ପ୍ରତିଶୋଧ ନିଏ ବୋଲି କୁହାଯାଏ। ଏହା କେତେ ସତ କେତେ ମିଛ କେହି ବି ଜାଣେନା। ମାତ୍ର ଏଭଳି ଏକ...

ଏମିତି ଶିଡ଼ି, ଯାହା ଆଗରୁ କେବେ ଦେଖି ନ ଥିବେ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏଥି ମଧ୍ୟରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‌ ସେମିତି ଗୋଟିଏ ଭିଡିଓ...

ଭାରତର ଏହି ସ୍ଥାନରେ ରହିଛି ସୁନାର ଭଣ୍ଡାର, ଥରେ ଯଦି ଦ୍ୱାର ଖୋଲିଗଲା କଥା ସରିଲା

ପ୍ରାଚୀନ ସଂସ୍କୃତି ପାଇଁ ଭାରତ ସାରା ବିଶ୍ୱରେ ଜଣାଶୁଣା। ଏହା ବ୍ୟତୀତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହାର ରହସ୍ୟ ବୈଜ୍ଞାନିକମାନେ ଆଜି...

ବେଲୁନ ତଳେ ଠିଆ ହୋଇ ଜନତାଙ୍କୁ ଭେଟୁଥିଲେ ନେତା, ଠିକ୍‌ ସେହି ସମୟରେ ଘଟିଲା କିଛି ଏଭଳି…

ବଲିଉଡ୍‌ ଅଭିନେତା ତଥା କମେଡିଆନ ସୁନୀଲ ଗ୍ରୋଭର ପ୍ରାୟ ସମୟରେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସବୁବେଳେ ସେ ମଜାଳିଆ ଭିଡ଼ିଓମାନ ସବୁ ଶେୟାର...

Advertisement
Archives

Model This Week