ଦୁଇ ଟ୍ରେନ ଧକ୍କ, ୫୭ ଆହତ…

ମେକ୍ସିକୋ ସିଟି,୮।୧ : ମକ୍ସିକୋ ସିଟିରେ ମେଟ୍ରୋ ଲାଇନ ୩ ରେ ଦୁଇଟି ଟ୍ରେନ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ମେକ୍ସିକୋ ସିଟି କ୍ଲାଉଡିଆ ଶେନବାଉମ ସରକାରଙ୍କ ସୂତ୍ରରୁ ଏଲ ୟୁନିଭର୍ସାଲ ଏହି ସୂଚନା ଦେଇଛି।

ମେଟ୍ରୋ ଟ୍ରେନ ମଧ୍ୟରେ ଦୁର୍ଘଟଣା ଲା ରଜା ଏବଂ ପୋଟ୍ରେରୋ ଷ୍ଟେଶନ ମଧ୍ୟରେ ଘଟିଥିଲା। ମେକ୍ସିକୋ ଭିତ୍ତିକ ଖବରକାଗଜ ଏଲ ୟୁନିଭର୍ସାଲ ଅନୁଯାୟୀ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ତଥା ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ଯୁବତୀଙ୍କ ପରିବାରଙ୍କ ପ୍ରତି ସହ କ୍ଲାଉଡିଆ ଶେନବାଉମ ସମବେଦନା ଜ୍ଞାପନ କରିଛନ୍ତି।

ଶେନବାଉମଙ୍କ କହିବାନୁସାରେ, ଆହତମାନଙ୍କ ମଧ୍ୟରେ ଟ୍ରେନର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ଏଲ ୟୁନିଭର୍ସାଲ ରିପୋର୍ଟ ଅନୁଯାୟୀ ଟ୍ରେନରେ ଫସି ରହିଥିବା ଚାରି ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସରକାରଙ୍କ ସଚିବ, ସିଭିଲ ଡିଫେନ୍ସ, ବିସ୍ତୃତ ବିପଦ ପରିଚାଳନା ଏବଂ ମେଟ୍ରୋ ନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଟୁଇଟ କରି କହିଛନ୍ତି, ମେକ୍ସିକୋ ସିଟି ମେଟ୍ରୋରେ ଘଟିଥିବା ଦୁର୍ଘଟଣା ପାଇଁ ମୁଁ ଦୁଃଖିତ। ଦୁର୍ଭାଗ୍ୟବଶତଃ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ମୋର ସମବେଦନା ଏବଂ ଏକତା। ଅନ୍ୟ ଏକ ଟୁଇଟରେ ଓବ୍ରାଡୋର କହିଛନ୍ତି: ଆରମ୍ଭରୁ ମେକ୍ସିକୋ ସିଟିର ସରକାରୀ କର୍ମଚାରୀମାନେ ରିଲିଫ କାର୍ଯ୍ୟରେ ଭାଗ ନେଇଛନ୍ତି, ଯାହାର ଆମର ସମ୍ପୂର୍ଣ୍ଣ ସମର୍ଥନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?