Posted inଜାତୀୟ

ଦୁଇତୃତୀୟାଂଶ ପ୍ରବାସୀ ଶ୍ରମିକ ସହରମୁହାଁ

ନୂଆଦିଲ୍ଲୀ ୪ା୮(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ କାମଧନ୍ଦା ହରାଇ ଭିଟାମାଟିକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନେ ପୁଣି କାମ ଅନ୍ବେଷଣରେ ସହରକୁ ଫେରିବା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଦକ୍ଷତା ଅନୁସାରେ କାର୍ଯ୍ୟ ମିଳୁ ନ ଥିବାରୁ ଲକ୍‌ଡାଉନ ବେଳେ ଫେରିଥିବା ଦୁଇତୃତୀୟାଂଶ ଶ୍ରମିକ ସହରକୁ ଫେରିଲେଣି କିମ୍ବା ଫେରିଯିବା ଯୋଜନାରେ ଅଛନ୍ତି। ୧୧ ରାଜ୍ୟର ୪୮ଟି ଜିଲାରୁ ୪,୮୩୫ ପରିବାରକୁ ନେଇ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି। ଉକ୍ତ ଅଧ୍ୟୟନ ଅନୁଯାୟୀ ୨୯ ପ୍ରତିଶତ ପ୍ରବାସୀ ଶ୍ରମିକ ସହରକୁ ଫେରିଗଲେଣି। ଅନ୍ୟ ୪୫ ପ୍ରତିଶତ ଫେରିଯିବା ପାଇଁ ଚାହୁଁଛନ୍ତି।
ଗ୍ରାମାଞ୍ଚଳରେ ଅନ୍‌ଲକ୍‌ କିପରି କାର୍ଯ୍ୟକାରୀ ହେଉଛି ତାହା ଉପରେ ଆଗା ଖାନ୍‌ ରୁରାଲ ସପୋର୍ଟ ପ୍ରୋଗ୍ରାମ (ଇଣ୍ଡିଆ), ଆକ୍ସନ ଫର୍‌ ସୋସିଆଲ ଆଡଭାନ୍ସମେଣ୍ଟ, ଗ୍ରାମୀଣ ସହର, ଆଇ-ସକ୍ଷମ, ପ୍ରଦାନ(ପ୍ରଫେସନାଲ ଆସିଷ୍ଟାଣ୍ଟ ଫର୍‌ ଡେଭେଲପମେଣ୍ଟ ଆକ୍ସନ), ସେବା ମନ୍ଦିର, ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ ଫାଉଣ୍ଡେଶନ ଆଦି ସଂସ୍ଥା ପକ୍ଷରୁ ମିଳିତ ଭାବେ ଏହି ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ ଯେଉଁ ପ୍ରବାସୀ ଗାଁକୁ ଫେରିଥିଲେ ସେମାନଙ୍କୁ ସେଠାରେ କେବଳ ଶ୍ରମଭିତ୍ତିକ କାର୍ଯ୍ୟ ମିଳିଥିଲା। ଗ୍ରାମାଞ୍ଚଳରେ କୌଶଳଭିତ୍ତିକ କାର୍ଯ୍ୟର ଅଭାବ ୮୦ ପ୍ରତିଶତରୁ ଅଧିକ ଅନୁଭବ କରିଥିଲେ। ଏକ ଚତୁର୍ଥାଂଶ ଦାଦନ ଏବେ ବି ଗ୍ରାମରେ କାମ ଅନ୍ବେଷଣ କରୁଥିବା ଅଧ୍ୟୟନରୁ ଜଣାପଡିଛି। ପ୍ରତି ୪ ପରିବାରରୁ ଗୋଟିଏ ପରିବାର ସେମାନଙ୍କ ତୃତୀୟ ପିଲାକୁ ସ୍କୁଲରୁ ଫେରାଇନେବାକୁ ଚିନ୍ତା କରୁଛନ୍ତି। ଗ୍ରାମୀଣ ଭାରତରେ କୋଭିଡ୍‌-୧୯ ଜନିତ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଚାଲିଥିବା ଅଧ୍ୟୟନରେ ସତର୍କ କରିଦିଆଯାଇଛି।
ଲକ୍‌ଡାଉନ ଯୋଗୁ ଲୋକମାନଙ୍କର ଆୟ ଯଥେଷ୍ଟ ହ୍ରାସ ପାଇଛି। ଫଳରେ ୪୩ ପ୍ରତିଶତ ପରିବାର ଖାଇବା କମାଇଦେଇଥିବାବେଳେ ୫୫ ପ୍ରତିଶତ ସେମାନଙ୍କ ଖାଦ୍ୟରେ ବ୍ୟଞ୍ଜନ ସଂଖ୍ୟା କମାଇଦେଇଥିବା ସର୍ଭେରୁ ଜଣାପଡିଛି। ଅନ୍‌ଲକ କାର୍ଯ୍ୟକାରୀ ହେବା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ମିଳିଯାଉଥିବାରୁ ଗରିବ ଶ୍ରେଣୀର ପରିବାର କୌଣସି ପ୍ରକାରେ ଚଳିଯାଉଛନ୍ତି। ସେମାନେ ବଜାରରୁ କିଣାକିଣି କରିବା କମାଇଦେଇଛନ୍ତି। ଆର୍ଥତ୍କ ଦୁଃସ୍ଥିତିରୁ ମୁକିଳିବା ପାଇଁ ୬ ପ୍ରତିଶତ ପରିବାର ସେମାନଙ୍କର ଘରକରଣା ସାମଗ୍ରୀ ବନ୍ଧକ ରଖିଥିବାବେଳେ ୧୫ ପ୍ରତିଶତ ସେମାନଙ୍କର ପ୍ରାଣୀ ସମ୍ପଦ ବିକ୍ରି କରିଦେଇଛନ୍ତି। ୨ ପ୍ରତିଶତ ଗୋରୁଗାଈ ବିକିଥିବାବେଳେ ଅନ୍ୟ ୨ ପ୍ରତିଶତ ଜମି ବନ୍ଧକ ରଖିଛନ୍ତି। ୧ ପ୍ରତିଶତ ସେମାନଙ୍କ ଜମି ବିକ୍ରି କରିଦେଇଛନ୍ତି। ୧୦ ପ୍ରତିଶତ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ହାତ ଉଧାରି କରିଥିବାବେଳେ ୭ ପ୍ରତିଶତ ମହାଜନଙ୍କଠାରୁ ଋଣ କରିଥିବା ସର୍ଭେରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?