Posted inଜାତୀୟ

ଦୁଇତୃତୀୟାଂଶ ପ୍ରବାସୀ ଶ୍ରମିକ ସହରମୁହାଁ

ନୂଆଦିଲ୍ଲୀ ୪ା୮(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ କାମଧନ୍ଦା ହରାଇ ଭିଟାମାଟିକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନେ ପୁଣି କାମ ଅନ୍ବେଷଣରେ ସହରକୁ ଫେରିବା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଦକ୍ଷତା ଅନୁସାରେ କାର୍ଯ୍ୟ ମିଳୁ ନ ଥିବାରୁ ଲକ୍‌ଡାଉନ ବେଳେ ଫେରିଥିବା ଦୁଇତୃତୀୟାଂଶ ଶ୍ରମିକ ସହରକୁ ଫେରିଲେଣି କିମ୍ବା ଫେରିଯିବା ଯୋଜନାରେ ଅଛନ୍ତି। ୧୧ ରାଜ୍ୟର ୪୮ଟି ଜିଲାରୁ ୪,୮୩୫ ପରିବାରକୁ ନେଇ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି। ଉକ୍ତ ଅଧ୍ୟୟନ ଅନୁଯାୟୀ ୨୯ ପ୍ରତିଶତ ପ୍ରବାସୀ ଶ୍ରମିକ ସହରକୁ ଫେରିଗଲେଣି। ଅନ୍ୟ ୪୫ ପ୍ରତିଶତ ଫେରିଯିବା ପାଇଁ ଚାହୁଁଛନ୍ତି।
ଗ୍ରାମାଞ୍ଚଳରେ ଅନ୍‌ଲକ୍‌ କିପରି କାର୍ଯ୍ୟକାରୀ ହେଉଛି ତାହା ଉପରେ ଆଗା ଖାନ୍‌ ରୁରାଲ ସପୋର୍ଟ ପ୍ରୋଗ୍ରାମ (ଇଣ୍ଡିଆ), ଆକ୍ସନ ଫର୍‌ ସୋସିଆଲ ଆଡଭାନ୍ସମେଣ୍ଟ, ଗ୍ରାମୀଣ ସହର, ଆଇ-ସକ୍ଷମ, ପ୍ରଦାନ(ପ୍ରଫେସନାଲ ଆସିଷ୍ଟାଣ୍ଟ ଫର୍‌ ଡେଭେଲପମେଣ୍ଟ ଆକ୍ସନ), ସେବା ମନ୍ଦିର, ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ ଫାଉଣ୍ଡେଶନ ଆଦି ସଂସ୍ଥା ପକ୍ଷରୁ ମିଳିତ ଭାବେ ଏହି ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ ଯେଉଁ ପ୍ରବାସୀ ଗାଁକୁ ଫେରିଥିଲେ ସେମାନଙ୍କୁ ସେଠାରେ କେବଳ ଶ୍ରମଭିତ୍ତିକ କାର୍ଯ୍ୟ ମିଳିଥିଲା। ଗ୍ରାମାଞ୍ଚଳରେ କୌଶଳଭିତ୍ତିକ କାର୍ଯ୍ୟର ଅଭାବ ୮୦ ପ୍ରତିଶତରୁ ଅଧିକ ଅନୁଭବ କରିଥିଲେ। ଏକ ଚତୁର୍ଥାଂଶ ଦାଦନ ଏବେ ବି ଗ୍ରାମରେ କାମ ଅନ୍ବେଷଣ କରୁଥିବା ଅଧ୍ୟୟନରୁ ଜଣାପଡିଛି। ପ୍ରତି ୪ ପରିବାରରୁ ଗୋଟିଏ ପରିବାର ସେମାନଙ୍କ ତୃତୀୟ ପିଲାକୁ ସ୍କୁଲରୁ ଫେରାଇନେବାକୁ ଚିନ୍ତା କରୁଛନ୍ତି। ଗ୍ରାମୀଣ ଭାରତରେ କୋଭିଡ୍‌-୧୯ ଜନିତ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଚାଲିଥିବା ଅଧ୍ୟୟନରେ ସତର୍କ କରିଦିଆଯାଇଛି।
ଲକ୍‌ଡାଉନ ଯୋଗୁ ଲୋକମାନଙ୍କର ଆୟ ଯଥେଷ୍ଟ ହ୍ରାସ ପାଇଛି। ଫଳରେ ୪୩ ପ୍ରତିଶତ ପରିବାର ଖାଇବା କମାଇଦେଇଥିବାବେଳେ ୫୫ ପ୍ରତିଶତ ସେମାନଙ୍କ ଖାଦ୍ୟରେ ବ୍ୟଞ୍ଜନ ସଂଖ୍ୟା କମାଇଦେଇଥିବା ସର୍ଭେରୁ ଜଣାପଡିଛି। ଅନ୍‌ଲକ କାର୍ଯ୍ୟକାରୀ ହେବା ପରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟଶସ୍ୟ ମିଳିଯାଉଥିବାରୁ ଗରିବ ଶ୍ରେଣୀର ପରିବାର କୌଣସି ପ୍ରକାରେ ଚଳିଯାଉଛନ୍ତି। ସେମାନେ ବଜାରରୁ କିଣାକିଣି କରିବା କମାଇଦେଇଛନ୍ତି। ଆର୍ଥତ୍କ ଦୁଃସ୍ଥିତିରୁ ମୁକିଳିବା ପାଇଁ ୬ ପ୍ରତିଶତ ପରିବାର ସେମାନଙ୍କର ଘରକରଣା ସାମଗ୍ରୀ ବନ୍ଧକ ରଖିଥିବାବେଳେ ୧୫ ପ୍ରତିଶତ ସେମାନଙ୍କର ପ୍ରାଣୀ ସମ୍ପଦ ବିକ୍ରି କରିଦେଇଛନ୍ତି। ୨ ପ୍ରତିଶତ ଗୋରୁଗାଈ ବିକିଥିବାବେଳେ ଅନ୍ୟ ୨ ପ୍ରତିଶତ ଜମି ବନ୍ଧକ ରଖିଛନ୍ତି। ୧ ପ୍ରତିଶତ ସେମାନଙ୍କ ଜମି ବିକ୍ରି କରିଦେଇଛନ୍ତି। ୧୦ ପ୍ରତିଶତ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ହାତ ଉଧାରି କରିଥିବାବେଳେ ୭ ପ୍ରତିଶତ ମହାଜନଙ୍କଠାରୁ ଋଣ କରିଥିବା ସର୍ଭେରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନାରେ ସାମିଲ୍‌ ହେଲେ ଉର୍ମିଳା

ମୁମ୍ବାଇ,୧।୧୨: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିଛନ୍ତି। ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ମଙ୍ଗଳବାର ସେ ଶିବସେନାରେ ଯୋଗଦେଇଛନ୍ତି ।...

ସ୍ଥଳ, ବାୟୁସେନାର ବୃଦ୍ଧି ପାଇବ ପରାକ୍ରମ: ଡିଆର୍‌ଡିଓ ନିର୍ମାଣ କରୁଛି ‘ପ୍ରନାଶ’ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧୦।୨: ଅଗାମୀ ଦିନରେ ସ୍ଥଳସେନା ଏବଂ ବାୟୁସେନାର ପରାକ୍ରମ ବୃଦ୍ଧି ପାଇବ। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ) ପକ୍ଷରୁ ପ୍ରହାର କ୍ଷେପଣାସ୍ତ୍ର ଶ୍ରେଣୀର ନୂଆ...

ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ, ୫୪୨୪ରୋଗୀ ଚିହ୍ନଟ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବା ବେଳେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସମସ୍ତଙ୍କ ନିଦ ହଜାଇ ଦେଇଛି। ସୋମବାର...

୭୯୮ ଭାରତୀୟଙ୍କୁ ନେଇ ହିଣ୍ଡନ ଏୟାରବେସ୍‌ ପହଞ୍ଚିଲେ ୪ ବିମାନ…

ଗାଜିଆବାଦ୍‌,୩।୩ : ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କାର୍ଯ୍ୟ ଜାରି ରହିଛି। ଗୁରୁବାର ମୋଟ ୭୯୮ ଭାରତୀୟଙ୍କୁ ନେଇ ଭାରତୀୟ ବାୟୁସେନାର ୪ଟି...

ମନ୍ଦିର ଶପିଂ କମ୍ପ୍ଲେକ୍ସ୍‌ ନିଲାମୀ ପ୍ରକ୍ରିୟାରେ ସବୁଧର୍ମର ଲୋକଙ୍କୁ ସାମିଲ କରାଯାଉ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

କୁରନୁଲ୍‌, ୧୮।୧୨: ଆନ୍ଧ୍ରପ୍ରଦେଶର କୁରନୁଲ୍‌ରେ ଥିବା ଶ୍ରୀ ବ୍ରମରମମ୍ବା ମଲ୍ଲକାର୍ଜୁନ ସ୍ବାମୀ ମନ୍ଦିରର ଶପିଂ କମ୍ପ୍ଲେକ୍ସ୍‌ ଲିଜ୍‌ ନିଲାମୀ ପ୍ରକ୍ରିୟାରେ ସବୁଧର୍ମର ଲୋକଙ୍କୁ ସାମିଲ୍‌ କରିବାକୁ...

ମାଡିଆସୁଛି ବାତ୍ୟା ‘ହିକ୍କା’: ଏହିସବୁ ଜାଗାରେ ରଚିବ ତାଣ୍ଡବ

ନୂଆଦିଲ୍ଲୀ,୨୪।୯: ଆରବ ସାଗର ଉପରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ହିକ୍କା’ରେ ପରିଣତ ହୋଇଛି। ଫଳରେ...

ପୋଲିସ ସୁରକ୍ଷାରେ ନବଦମ୍ପତି ସାକ୍ଷୀ-ଅଜିନେଶ୍‌: ସୋମବାର ହାଇକୋର୍ଟରେ ହେବେ ହାଜର

ଲକ୍ଷ୍ନୌ,୧୪।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ବାମୀ ଅଜିନେଶ୍‌ଙ୍କୁ ହାଇକୋର୍ଟରେ ହାଜର କରାଇବା ପାଇଁ ଏକ ୩...

ଚାଷୀଙ୍କ ପାଇଁ ଖୁସି ଖବର: ଏବର୍ଷ ସ୍ବାଭାବିକ ହେବ ବର୍ଷା

ନୂଆଦିଲ୍ଲୀ,୧୬।୪: ଚାଷୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ହେବ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ...

Advertisement
Archives

Model This Week