Posted inଜାତୀୟ

ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ

ଶ୍ରୀନଗର,୨୫ ।୯: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବା ଫଳରେ ଶୁକ୍ରବାର ସକାଳେ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଆତଙ୍କବାଦୀମାନେ ଶୋପିଆନର ମିନି ସଚିବାଳନ ନିକଟରେ ମୁତୟନ ଥିବା ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ଏହାପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିବା ସହ ସର୍ଚ୍ଚ ଅପରେଶନ ଜାରି ରଖିଛି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲା ସିରହାମାରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ସେହି ଅଞ୍ଚଳକୁ ଘେରାଉ କରାଯାଇଥିଲା । ଏହାପରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ଏହା ଜାଣିପାରି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ହେଲେ ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାର୍କମୀ । ରାତିସାରା ଏଭଳି ପରିସ୍ଥିତିରେ ଶୁକ୍ରବାର ସକାଳେ ଲସ୍କରର ୨ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଚିହ୍ନଟ ହେଲେ କରୋନା ଭୂତାଣୁ ସଂକ୍ରମିତ ଦ୍ୱିତୀୟ ବ୍ୟକ୍ତି

ଥିରୁଭାନନ୍ଥପୁରମ,୨।୨: କେରଳରେ ୩ ଦିନ ପୂର୍ବରୁ ଜଣେ କରୋନା ଭୂତାଣୁ ସଂକ୍ରମିତ ପଜିଟିଭ ମିଳିଥିବା ବେଳେ ଏବେ ଆଉ ଜଣେ ବ୍ୟକ୍ତି ଏଥିରେ ସଂକ୍ରମିତ ବୋଲି...

ମୁସଲିମ ବ୍ୟକ୍ତିଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଗଲା

ଭୋପାଳ,୨୯।୮: “ଜୟ ଶ୍ରୀରାମ କହିବାରେ କ’ଣ ଅଛି। ମୋ କଥା ଶୁଣ। ଜୟ ଶ୍ରୀରାମ କହିବାକୁ ପଡ଼ିବ”। ଏଭଳି କହି ଦୁଇ ଜଣ ବ୍ୟକ୍ତି ଜଣେ...

ବାୟୁସେନା ବିମାନ ବନ୍ଦରରେ ହାଇ ଆର୍ଲଟ: ଆତ୍ମଘାତୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ,୨୫।୯: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ର ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ଭାରତୀୟ ବାୟୁସେନା ବିମାନବନ୍ଦରରେ ହାଇ ଆର୍ଲଟ ଜାରି କରାଯାଇଛି। ଏସବୁ ବିମାନ ବନ୍ଦର...

ବିହାରରେ ହିଂସା: ମହାବୀର ଶୋଭାଯାତ୍ରା ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ, ୪ ପୋଲିସକର୍ମୀଙ୍କ ସମେତ ଅନେକେ ଆହତ

ବଗହା(ପଶ୍ଚିମ ଚମ୍ପାରନ),୨୨।୮: ନାଗ ପଞ୍ଚମୀ ଅବସରରେ ସୋମବାର ମଧ୍ୟାହ୍ନରେ ମହାବୀର ଶୋଭାଯାତ୍ରାକୁ ବନ୍ଦ କରିବାକୁ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଓ ପଥରମାଡ ହୋଇଛି। ଏଥିରେ...

ଏନ୍‌ଇପିକୁ ଏକ ବର୍ଷ, ନିର୍ମାଣ ହେବ ନୂଆ ଭବିଷ୍ୟତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯ ।୭: ନ୍ୟାଶନାଲ ଏଜୁକେଶନ ପଲିସି ବା ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନ୍‌ଇପି) କୁ ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବନ୍ୟା ଜଳରେ ବିବାହ

ଥିରୁଭାନନ୍ତପୁରମ,୧୮।୧୦: କେରଳର ବନ୍ୟା ଏଯାଏ ୨୬ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଲାଣି। ଲଗାଣ ବର୍ଷା ଯୋଗୁ ଲୋକଙ୍କ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଭଳି ସ୍ଥତିରେ ଯୁବତୀ,...

ପ୍ରଥମଥର ଲାଗି ଅକ୍ସଫୋର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ହେଲେ ଭାରତୀୟ ଛାତ୍ରୀ

ନୂଆଦିଲ୍ଲୀ,୧୪ ।୨: କର୍ନାଟକର ରଶ୍ମୀ ସାମନ୍ତ କେବେ ଭାବି ନ ଥିଲେ ଗତବର୍ଷ ଜାନୁୟାରୀରେ ସେ ଯେଉଁ ପ୍ରିତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠପଢିବା ପାଇଁ ଯାଇଥିଲେ ଚଳିତ...

ମହାରାଷ୍ଟ୍ର,ଦିଲ୍ଲୀ ସମେତ ୮ ରାଜ୍ୟରେ ବୃଦ୍ଧି ପାଉଛି କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ସଂକ୍ରମଣ ମାମଲା ଚିନ୍ତା ବଢାଇଲାଣି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଇତି ମଧ୍ୟରେ ଗରୁବାର କେନ୍ଦ୍ର...

Advertisement
Archives

Model This Week