Posted inଖେଳ

ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଦୁଇ ଖେଳାଳି

ପ୍ୟାରିସ, ୭ା୮ (ଏପି): ଦୁଇ ଜଣ ମହିଳା ଟେବୁଲ ଟେନିସ ଖେଳାଳି ପ୍ୟାରିସ ଗେମ୍ସରେ ପୂରା ଅଭିଜ୍ଞତା ଲାଭ କରିବେ। ସେମାନେ ହେଲେ ବ୍ରାଜିଲର ବ୍ରୁନା ଆଲେଜାଣ୍ଡ୍ରେ ଓ ଅଷ୍ଟ୍ରେଲିଆର ମେଲିସା ଟାପର। ଦୁହେଁ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି। ପରେ ସେମାନେ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିବେ। ଦୁଇଟି ଗ୍ରୀଷ୍ଣ କ୍ରୀଡ଼ାରେ ଭାଗ ନେବାର ସୌଭାଗ୍ୟ ସ୍ବଳ୍ପ କେତେଜଣଙ୍କ ଭାଗ୍ୟରେ ଜୁଟିଥାଏ। ପୂର୍ବରୁ ସୌଭାଗ୍ୟ ଲାଭ କରିଥିବା ଆଥଲେଟ ମାନଙ୍କ ମଧ୍ୟରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଡବଲ-ଆମ୍ପୁଟି ସ୍ପ୍ରିଣ୍ଟର ଓସ୍କାର ପିଷ୍ଟୋରିଅସ। ସେ ନିଜ ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ୯ବର୍ଷ ଜେଲ ଗଲା ପରେ ଜାନ୍ରାରୀରେ ଖଲାସ ହୋଇଛନ୍ତି। ୨୦୧୨ରେ ଲଣ୍ଡନରେ ସେ ଉଭୟ ଇଭେଣ୍ଟରେ ଭାଗ ନେଇଥିଲେ। ୨୯ ବର୍ଷୀୟା ଆଲେଜାଣ୍ଡ୍ରେଙ୍କର ଜନ୍ମ ହେବାର କିଛି ମାସ ମଧ୍ୟରେ ରକ୍ତ ଜମାଟ ଘଟିବାରୁ ତାଙ୍କ ଡାହାଣ ହାତ କଟାଯାଇଥିଲା। ସେହିପରି ୩୪ ବର୍ଷୀୟା ଟାପରଙ୍କର ଜନ୍ମ ବେଳେ ପକ୍ଷାଘାତ ପାଇଁ ଡାହାଣ ହାତ ହରାଇବାକୁ ହୋଇଥିଲା। ଏକ ସଙ୍ଗରେ ଡବଲ୍ସ ଅଲିମ୍ପିକ୍ସରେ ଭାଗ ନେବା ଟାପରଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ସେ ୨୦୧୬ରେ ରିଓ ଡି ଜେନିରୋ ଏବଂ ୩ ବର୍ଷ ପୂର୍ବେ ଟୋକିଓରେ ଅଂଶଗ୍ରହଣ କରିଥିଲେ। ପ୍ୟାରିସରେ ସେ କିନ୍ତୁ ୪ର୍ଥ ସିଡ୍‌ ତଥା ଦକ୍ଷିଣ କୋରିଆର ଶିନ୍‌ ୟୁ-ବିନ୍‌ଙ୍କ ବିପକ୍ଷ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ ହାରିଯାଇଛନ୍ତି। ଟାପର ହେଉଛନ୍ତି ବିଶ୍ୱର ୨୪୮ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ପ୍ୟାରିସରେ ସେ ୬୩ତମ ସିଡ୍‌ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?