ରିମାଣ୍ଡ ଅବଧି ପୂର୍ବରୁ ଦୁଇ ବନ୍ଧୁଙ୍କୁ ଜାମିନ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କୋଭିଡ୍‌ ହସ୍ପିଟାଲ ଚିକିତ୍ସା ସମ୍ପର୍କିତ ଅଡିଓ ଭାଇରାଲ ମାମଲାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ବୁଧବାର ଜାମିନ ମିଳିଛି। ଜଣେ ଜାମିନଦାର ଓ ୧୦ହଜାର ଟଙ୍କା ମୁଚାଲିକାରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ସନ୍ଧ୍ୟାରେ ଉଭୟ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ମଙ୍ଗଳବାର ପୋଲିସ ଉଭୟଙ୍କୁ ପଚରାଉଚରା ପାଇଁ ୩ ଦିନ ରିମାଣ୍ଡରେ ନେଇଥିଲା। ହେଲେ ରିମାଣ୍ଡ ଅବଧି ସରିବା ପୂର୍ବରୁ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। ପୋଲିସ ପକ୍ଷରୁ ଦାଖଲ ହୋଇଥିବା ସମସ୍ତ ତଥ୍ୟ ଓ ପ୍ରମାଣକୁ ପରଖିବା ପରେ କୋର୍ଟ ସେମାନଙ୍କୁ ଜାମି ପ୍ରଦାନ କରିଥିଲେ।
ସୂଚନା ଅନୁଯାୟୀ, ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ୍‌ ହେଉଛନ୍ତି ଦୁଇ ବନ୍ଧୁ। ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୧୭ରେ ଭୁବନେଶ୍ୱରସ୍ଥିତ ଏକ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଶ୍ୱଜିତ୍‌ ତାଙ୍କୁ ଫୋନ୍‌ କରି ତାଙ୍କର ଅନୁଭୂତି ଜାଣିବାକୁ ଚାହିଁଥିଲେ। ଲକ୍ଷ୍ମୀକାନ୍ତ କରୋନା ଓ ଚିକିତ୍ସାକୁ ନେଇ ଯାହା କହିଥିଲେ ତାହାର ଅଡିଓକୁ ବିଶ୍ୱଜିତ୍‌ ୨୦ରୁ ୨୫ଜଣ ସାଙ୍ଗଙ୍କ ପାଖକୁ ପଠାଇଥିଲେ। ଏହାପରେ ଉକ୍ତ ଅଡିଓଟି ଭାଇରାଲ୍‌ ହୋଇଯିବାରୁ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ବିଏମ୍‌ସି ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ମାମଲା ରୁଜୁକରି ଉଭୟ ବିଶ୍ୱଜିତ୍‌ ଓ ଲକ୍ଷ୍ମୀକାନ୍ତଙ୍କୁ ସୋମବାର ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ଅଣାୟତ୍ତ…

ନୂଆଦିଲ୍ଲୀ, ୨୩।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ...

ଓଜେଇଇ ଆରମ୍ଭ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହୋଇଛି। କରୋନା ପାଇଁ ଏଥର ଓଜେଇଇ ଅହେତୁକ ବିଳମ୍ବରେ ହୋଇଛି। ତେବେ ପ୍ରଥମ ଦିନରେ...

CORONAVIRUS UPDATE: ୭ ହଜାର ଛୁଇଁଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ପୁଣି ୨୦୬ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଥିବା...

ସିଲ୍‌ ସତ୍ତ୍ୱେ ଚାଲିଲା ହୋଟେଲ

ଭୁବନେଶ୍ୱର,୧୬।୯ (ବ୍ୟୁରୋ): ଅସ୍ବାସ୍ଥ୍ୟକର ପରିବେଶ ଓ ଖରାପ ମାନର ଖାଦ୍ୟା ପ୍ରଦାନ ଅଭିଯୋଗରେ ବିଏମ୍‌ସି ପକ୍ଷରୁ ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନା ପ୍ରସିଦ୍ଧ...

ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲେ ଏଏସ୍‌ଆଇଙ୍କ ସ୍ତ୍ରୀ

ଭୁବନେଶ୍ୱର,୨।୬ (ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଓଡ଼ିଶା ପୋଲିସରେ ବହୁ ଅଧିକାରୀ କ୍ଷମତାର ଦୁରୁପଯୋଗ କରି ନିଲମ୍ବିତ ହୋଇଛନ୍ତି। ଆଉ କେତେଜଣଙ୍କ ଔଦ୍ଧତ୍ୟ ସୀମା ଟପିଛି। ତେବେ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ପାଟଣା,୩।୫ (ସ୍ବ. ପ୍ର.): ୨୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଡିଆନାଳି ବିଦ୍ୟୁତ୍‌ ଷ୍ଟ୍ରକଚର ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ...

ଏମ୍‌ସିଏଲ୍‌ କୋଇଲା ଖଣିରେ ବିସ୍ଫୋରଣ

ଝାରସୁଗୁଡ଼ା ଅଫିସ,୨୩ା୩: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ରାଧିନ ବେଲପାହାଡ଼ ଖୋଲାମୁହଁ କୋଇଲା ଖଣି ୧ନଂ କ୍ୱାରୀରେ ବିସ୍ଫୋରଣ ହେବା ଫଳରେ ଖଣି ପାର୍ଶ୍ୱ ଯୋରାବଗା...

ବରୀ, ରସୁଲପୁରରେ ଆଜି ଶେଷ ପର୍ଯ୍ୟାୟ ମତଦାନ

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାରେ ୫ମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରସୁଲପୁର ଓ ବରୀ ବ୍ଲକ୍‌ର ୮ ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ...

Advertisement
Archives

Model This Week