ଅଳିଆଗଦାରେ ପଡ଼ିଛି ମହାପ୍ରସାଦ

ପୁରୀ ଅଫିସ,୧୩।୮:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଶ୍ରୀମନ୍ଦିର ନିକଟରେ ହିଁ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଅସମ୍ମାନ ପରିଲକ୍ଷିତ ହୋଇଛି। ବିକ୍ରି ନ ହୋଇ ନଷ୍ଟ ହୋଇଯାଇଥିବା ମହାପ୍ରଭୁଙ୍କ ପ୍ରିୟ ଶୁଖିଲି ଭୋଗ (ଖଜା, ଗଜା, ଲୁଣି ଖୁଡୁମା, ଜଗନ୍ନାଥବଲ୍ଲଭ ଆଦି)କୁ ଦକ୍ଷିଣ ଦ୍ୱାର ପେଯନଳା ପାଖ ଅଳିଆଗଦାରେ ଫିଙ୍ଗି ଦିଆଯାଇଛି। ଏହା ଉପରେ କୁକୁର ଚଢୁଥିବାବେଳେ ଗୋରୁ ଖାଇବାକୁ ଆସି ଘାଣ୍ଟି ପକାଉଛନ୍ତି। ମହାପ୍ରସାଦ ପ୍ରତି ଏଭଳି ଅସମ୍ମାନକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସେବକଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଭକ୍ତ ମହଲରେ ଆଲୋଚନା ହେଉଛି।
ସୁଆର ମହାସୁଆର ସେବକ ଏହି ଶୁଖିଲି ଭୋଗ ତିଆରି କରିଥାନ୍ତି। ବିଭିନ୍ନ ନିଯୋଗ ଏଥିପାଇଁ ସୁଆର ମହାସୁଆର ସେବକଙ୍କୁ ବରାଦ ଦେଇଥାନ୍ତି। ମହାପ୍ରଭୁଙ୍କ ପାଖରେ ଏହା ଲାଗି ହେବା ପରେ ଆନନ୍ଦ ବଜାରରେ ସୁଆର ମହାସୁଆର ସେବକ ବିକ୍ରି କରିଥାନ୍ତି। ସେହିପରି ଅନ୍ୟ ସେବାୟତ ନିଯୋଗ ଏହି ଶୁଖିଲି ଭୋଗକୁ ସେମାନଙ୍କ ଯାତ୍ରୀଙ୍କୁ ମଧ୍ୟ ଦେଇଥାନ୍ତି। ତେବେ କରୋନା କଟକଣା ପାଇଁ ଗତ ମାର୍ଚ୍ଚ ୨୦ ତାରିଖ ପରଠାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି। ତେଣୁ ଆଗରୁ ଯେଉଁ ପରିମାଣର ମହାପ୍ରସାଦ ବିକ୍ରି ହେଉଥିଲା ଏବେ ତାହା ହେଉନାହିଁ। କଁା ଭଁା ଭକ୍ତ ଆସି ମହାପ୍ରସାଦ ନେଉଛନ୍ତି। ଫଳରେ ବଳିପଡ଼ୁଥିବା ଶୁଖିଲି ଭୋଗ ରହି ନଷ୍ଟ ହୋଇଯାଉଛି। ଏଭଳି ନଷ୍ଟ ହୋଇଯାଇଥିବା ଶହ ଶହ ତାଳପତ୍ର ପେଡ଼ି ଭର୍ତ୍ତି ଶୁଖିଲି ଭୋଗକୁ କେହି ଅଳିଆଗଦାରେ ଫିଙ୍ଗି ଦେଇଛନ୍ତି। ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ସଭାପତି ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବାବେଳେ କାହିଁକି ଏତେ ପରିମାଣର ଶୁଖିଲି ଭୋଗ ତିଆରି କରାଯାଇଥିଲା। ଯଦି କରାଯାଇଥିଲା ତେବେ ପୂର୍ବରୁ ଏହାକୁ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ ଆଜି ଏଭଳି ପରିସ୍ଥିତି ଉପୁଜି ନ ଥାନ୍ତା। ମହାପ୍ରସାଦକୁ ଅସମ୍ମାନ ଅର୍ଥ ମହାପ୍ରଭୁଙ୍କୁ ଅସମ୍ମାନ। ତେବେ କିଏ ମହାପ୍ରସାଦକୁ ବାହାରେ ଏମିତି ଫିଙ୍ଗିଛନ୍ତି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ସେହିପରି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଯଦି ମହାପ୍ରସାଦ ନଷ୍ଟ ହୁଏ ତେବେ କୋଇଲି ବୈକୁଣ୍ଠରେ ଏହା ପୋତାଯିବାର ପରମ୍ପରା ରହିଛି। ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିକୁ ଆଣି ଏହା ପୋତା ଦିଆଯାଇପାରିଥାନ୍ତା। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ପେଯନଳା ନିକଟରେ କେଉଁ ପରିସ୍ଥିତିରେ ଏତେ ପରିମାଣର ଭୋଗ ପଡ଼ିଛି ତାହାର ତଦନ୍ତ କରାଯିବ। ଯଦି ନଷ୍ଟ ହୋଇଯାଇଥିଲା ତେବେ ପୋତା ଯାଇପାରିଥାନ୍ତା। ମହାପ୍ରସାଦକୁ ଏମିତି ଫୋପାଡ଼ିବା କଥା ନୁହେଁ। ଏ ଦିଗରେ ବିହୀତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,-୨୭ା୮(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଯାଇ ନିଖୋଜ ଥିବା...

ଅନ୍ଧବିଶ୍ୱାସ ବିରୋଧରେ ଅଣ୍ଟା ଭିଡ଼ିଲେ କଳାକାର : ଫିଲ୍ମ ମାଧ୍ୟମରେ ଲୋକଙ୍କୁ କରିବେ ସଚେତନ

ନୟାଗଡ଼ ଅଫିସ,୨୮ା୭- ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ ଏବେ ବି ଅନ୍ଧବିଶ୍ୱାସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି କରିଥିଲେ...

ଅପରାଜିତା ପବ୍ଲିସିଟି ରାଜନୀତି ନ କରନ୍ତୁ: ମେୟର

ଭୁବନେଶ୍ୱର,୩୦।୮(ବ୍ୟୁରୋ)”ଭୁବନେଶ୍ୱରରେ ଡମ୍ପିଂୟାର୍ଡ ସମସ୍ୟା ଭିତରେ ବିଏମ୍‌ସି ଛନ୍ଦି ହୋଇପଡ଼ିଛି। ଏଥିପାଇଁ ବିଏମ୍‌ସିକୁ ବହୁ ସମାଲୋଚନାର ଶିକାର ହେବାକୁ ପଡୁଛି। ରବିବାର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଡମ୍ପିଂୟାର୍ଡର...

ଆବର୍ଜନା ବୁହା ଗାଡ଼ିରେ ଶ୍ରୀମନ୍ଦିର ଫଟୋ: ହଟାଇବାକୁ ଦାବି

ପୁରୀ ଅଫିସ,୩ା୧: ପୁରୀ ସହରକୁ ସ୍ବଚ୍ଛ ରଖିବା ଲାଗି ପୌରସଂସ୍ଥା ପକ୍ଷରୁ ଆବର୍ଜନା ବୁହା ଗାଡ଼ିି (ସ୍ବଚ୍ଛ ସବାରୀ) ବୁଲୁଛି। ତେବେ ଏହି ଗାଡ଼ିରେ ଶ୍ରୀମନ୍ଦିର...

ଭାରତୀୟ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ: ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁଷ୍ପ ବର୍ଷା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା ସହ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସ୍ବାସ୍ଥ୍ୟକର୍ମୀ, ପୋଲିସ ଏବଂ ସ୍ବେଚ୍ଛାସେବୀମାନେ। ବିଶେଷକରି ସ୍ବାସ୍ଥ୍ୟକର୍ମୀମାନେ ପ୍ରତ୍ୟକ୍ଷ ଭାବେ ଏହି ଲଢ଼େଇକୁ ସାମ୍ନା...

ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ଦେବେ ବାୟୋମେଟ୍ରିକ ଆଟେଣ୍ଡାନ୍ସ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ରେଜିଷ୍ଟର ସିଷ୍ଟମ୍‌। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ...

ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି: ଏପ୍ରିଲ ୧ କଳାଦିବସ, ୨୯ରେ ମହାବନ୍ଦ ଡାକରା

ବରଗଡ଼ ଅଫିସ, ୧୪।୩- ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହାକୁ ନେଇ ଆସନ୍ତା ଏପ୍ରିଲ ୧ତାରିଖକୁ କଳା ଦିବସ...

ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ବିଲୀନ ହେବେ ୨ ବୀର ଯବାନ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ପୂର୍ବ ଲଦାଖ ସୀମା ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଚାଇନା ଶତ୍ରୁ ସହ ଲଢ଼ି ଦେଶ ପାଇଁ ଶହୀଦ ହୋଇଥିବା ଦୁଇ ଓଡ଼ିଆ ବୀରଙ୍କ ଜନ୍ମମାଟିରେ ଆଉ...

Advertisement
Archives

Model This Week