ଅଳିଆଗଦାରେ ପଡ଼ିଛି ମହାପ୍ରସାଦ

ପୁରୀ ଅଫିସ,୧୩।୮:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୂଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଶ୍ରୀମନ୍ଦିର ନିକଟରେ ହିଁ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଅସମ୍ମାନ ପରିଲକ୍ଷିତ ହୋଇଛି। ବିକ୍ରି ନ ହୋଇ ନଷ୍ଟ ହୋଇଯାଇଥିବା ମହାପ୍ରଭୁଙ୍କ ପ୍ରିୟ ଶୁଖିଲି ଭୋଗ (ଖଜା, ଗଜା, ଲୁଣି ଖୁଡୁମା, ଜଗନ୍ନାଥବଲ୍ଲଭ ଆଦି)କୁ ଦକ୍ଷିଣ ଦ୍ୱାର ପେଯନଳା ପାଖ ଅଳିଆଗଦାରେ ଫିଙ୍ଗି ଦିଆଯାଇଛି। ଏହା ଉପରେ କୁକୁର ଚଢୁଥିବାବେଳେ ଗୋରୁ ଖାଇବାକୁ ଆସି ଘାଣ୍ଟି ପକାଉଛନ୍ତି। ମହାପ୍ରସାଦ ପ୍ରତି ଏଭଳି ଅସମ୍ମାନକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସେବକଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଭକ୍ତ ମହଲରେ ଆଲୋଚନା ହେଉଛି।
ସୁଆର ମହାସୁଆର ସେବକ ଏହି ଶୁଖିଲି ଭୋଗ ତିଆରି କରିଥାନ୍ତି। ବିଭିନ୍ନ ନିଯୋଗ ଏଥିପାଇଁ ସୁଆର ମହାସୁଆର ସେବକଙ୍କୁ ବରାଦ ଦେଇଥାନ୍ତି। ମହାପ୍ରଭୁଙ୍କ ପାଖରେ ଏହା ଲାଗି ହେବା ପରେ ଆନନ୍ଦ ବଜାରରେ ସୁଆର ମହାସୁଆର ସେବକ ବିକ୍ରି କରିଥାନ୍ତି। ସେହିପରି ଅନ୍ୟ ସେବାୟତ ନିଯୋଗ ଏହି ଶୁଖିଲି ଭୋଗକୁ ସେମାନଙ୍କ ଯାତ୍ରୀଙ୍କୁ ମଧ୍ୟ ଦେଇଥାନ୍ତି। ତେବେ କରୋନା କଟକଣା ପାଇଁ ଗତ ମାର୍ଚ୍ଚ ୨୦ ତାରିଖ ପରଠାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି। ତେଣୁ ଆଗରୁ ଯେଉଁ ପରିମାଣର ମହାପ୍ରସାଦ ବିକ୍ରି ହେଉଥିଲା ଏବେ ତାହା ହେଉନାହିଁ। କଁା ଭଁା ଭକ୍ତ ଆସି ମହାପ୍ରସାଦ ନେଉଛନ୍ତି। ଫଳରେ ବଳିପଡ଼ୁଥିବା ଶୁଖିଲି ଭୋଗ ରହି ନଷ୍ଟ ହୋଇଯାଉଛି। ଏଭଳି ନଷ୍ଟ ହୋଇଯାଇଥିବା ଶହ ଶହ ତାଳପତ୍ର ପେଡ଼ି ଭର୍ତ୍ତି ଶୁଖିଲି ଭୋଗକୁ କେହି ଅଳିଆଗଦାରେ ଫିଙ୍ଗି ଦେଇଛନ୍ତି। ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ସଭାପତି ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବାବେଳେ କାହିଁକି ଏତେ ପରିମାଣର ଶୁଖିଲି ଭୋଗ ତିଆରି କରାଯାଇଥିଲା। ଯଦି କରାଯାଇଥିଲା ତେବେ ପୂର୍ବରୁ ଏହାକୁ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ ଆଜି ଏଭଳି ପରିସ୍ଥିତି ଉପୁଜି ନ ଥାନ୍ତା। ମହାପ୍ରସାଦକୁ ଅସମ୍ମାନ ଅର୍ଥ ମହାପ୍ରଭୁଙ୍କୁ ଅସମ୍ମାନ। ତେବେ କିଏ ମହାପ୍ରସାଦକୁ ବାହାରେ ଏମିତି ଫିଙ୍ଗିଛନ୍ତି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ସେହିପରି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଯଦି ମହାପ୍ରସାଦ ନଷ୍ଟ ହୁଏ ତେବେ କୋଇଲି ବୈକୁଣ୍ଠରେ ଏହା ପୋତାଯିବାର ପରମ୍ପରା ରହିଛି। ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିକୁ ଆଣି ଏହା ପୋତା ଦିଆଯାଇପାରିଥାନ୍ତା। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ପେଯନଳା ନିକଟରେ କେଉଁ ପରିସ୍ଥିତିରେ ଏତେ ପରିମାଣର ଭୋଗ ପଡ଼ିଛି ତାହାର ତଦନ୍ତ କରାଯିବ। ଯଦି ନଷ୍ଟ ହୋଇଯାଇଥିଲା ତେବେ ପୋତା ଯାଇପାରିଥାନ୍ତା। ମହାପ୍ରସାଦକୁ ଏମିତି ଫୋପାଡ଼ିବା କଥା ନୁହେଁ। ଏ ଦିଗରେ ବିହୀତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?