Posted inଜାତୀୟ

ପ୍ରଣବ ମୁଖାର୍ଜୀଙ୍କୁ ନେଇ ଗୁଜବ

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଗୁରୁବାର ସୋସିଆଲ୍‌ ମିଡ଼ିଆରେ ଗୁଜବ ପ୍ରଚାର ହେବାରେ ଲାଗିଛି। ଏହାକୁ ବିଶ୍ୱାସ ନ କରିବାକୁ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏବଂ ପୁଅ ଅଭିିଜିତ୍‌ ମୁଖାର୍ଜୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପ୍ରଣବଙ୍କ ମୃତ୍ୟୁ ସମ୍ପର୍କରେ ପ୍ରଚାର କରାଯାଉଥିବା ଖବର ମିଥ୍ୟା ବୋଲି ସେମାନେ କହିଛନ୍ତି। ସେ ଏବେ ବି ସେନା ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଅଗଷ୍ଟ ୧୦ରେ ସେ ଦିଲ୍ଲୀ କ୍ୟାଣ୍ଟନ୍‌ମେଣ୍ଟସ୍ଥିତ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମସ୍ତିଷ୍କ ସର୍ଜରୀ କରାଯିବା ପୂର୍ବରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କର ଚିକିତ୍ସା ଜାରି ରହିଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗରରେ ଏକକାଳୀନ ନମାଜ ପଢିବାରେ ଲାଗିଲା ପ୍ରତିବନ୍ଧକ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ସୋମବାର ଏଠାରେ ପ୍ରଥମ କରି ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ...

ଗେହଲଟଙ୍କ ଗେମ୍‌ ପ୍ଲାନ୍‌: ମନ୍ତ୍ରିମଣ୍ଡଳରେ ୨ ଉପମୁଖ୍ୟମନ୍ତ୍ରୀ

ଜୟପୁର, ୧୫।୭: ରାଜସ୍ଥାନରେ ଶାସକ କଂଗ୍ରେସ ସରକାର କ୍ଷମତା ଚ୍ୟୁତ ହେବା ପୂର୍ବରୁ ଷଡ଼ଯନ୍ତ୍ର ଫସର ଫାଟିଯାଇଛି। ଏବେ ଦଳର ସମସ୍ତ ସଦସ୍ୟତାରୁ ବିଦ୍ରୋହୀ ସଚିନ...

ମାଲିକାଣୀଙ୍କୁ ଝୁଣି ମାଂସ ଖାଇଗଲା ପୋଷା କୁକୁର

ଲକ୍ଷ୍ନୌ,୧୪।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପୋଷା କୁକୁର ନିଜ ମାଲିକାଣୀଙ୍କୁ କାମୁଡି ତାଙ୍କ ମାଂସ ଖାଇଯାଇଛି। ଏଥିପାଇଁ ସ୍ଥାନୀୟ...

ଶାହୀନ ବାଗ ଆସିବାକୁ ଭିନ୍ନ ଢଙ୍ଗରେ ମୋଦିଙ୍କୁ ନିମନ୍ତ୍ରଣ କଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ,୧୪।୨: ରାଜଧାନୀର ଶାହୀନ ବାଗରେ ଗତ ପ୍ରାୟ ୨ ମାସେ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଛି। ଏହି ବିରୋଧ ପ୍ରଦର୍ଶନକୁ...

ଜେଏମ୍‌ଏମ୍‌ ନେତାଙ୍କୁ ଗୁଳି କରି ହତ୍ୟା: ଘର ଅଗଣାରେ ସ୍ତ୍ରୀ-ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଧାନବାଦ, ୧୧।୧୦: ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌ ନେତା ଶଙ୍କର ରଓ୍ବାନି ଏବଂ ତାଙ୍କ ସ୍ତ୍ରୀ ବାଳିକା ଦେବୀଙ୍କ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହା...

ପାକିସ୍ତାନ ଯିବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ତୃତୀୟ ଚିଠି ଲେଖିଲେ ସିଦ୍ଧୁ

ଚଣ୍ଡିଗଡ଼,୭।୧୧: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଗୁରୁବାର ବିଦେଶ ମନ୍ତ୍ରଣାଳୟକୁ ତୃତୀୟ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ...

ଦେଶରେ ୧୫୦ ଦିନରେ ସୁସ୍ଥ ହେଲେଣି ୧୦ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ,୩୦।୭: କରୋନା ମହାମାରୀ ଏବେ ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ହେଲେ ଦେଶରେ ଯେଉଁପରି ଭାବେ ସଂକ୍ରମିତଙ୍କ...

ଖଟ୍ଟରଙ୍କ ଆସନ ଟଳମଳ, ଏବେ ପ୍ରଶ୍ନ କିଏ ହେବ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଚୁଡାନ୍ତ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି। ଏହି ସମୟରେ ହରିୟାଣାରେ ନିର୍ବାଚନ ହୋଇଥିବା ୯୦ଟି ଆସନର...

Advertisement
Archives

Model This Week