ହାରିଗଲେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ୍‌,୨୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ (ଭାଜପା) ଏବଂ ଗୀତାଞ୍ଜଳୀ ପୁଟା(ବିଜେଡ଼ି)ଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି । ବରଗଡ଼ ଜୋନ୍‌-୧ରୁ ଭାଜପା ପ୍ରାର୍ଥିନୀ ରହିଥିବା ମୁକ୍ତାଙ୍କୁ ବିଜେଡ଼ି ପ୍ରାର୍ଥିନୀ ପୁଷ୍ପା ଭୋଇ ୧୪୯୯ ଭୋଟ ବ୍ୟବଧାନରେ ହରାଇଛନ୍ତି । ପୁଷ୍ପାଙ୍କ ସପକ୍ଷରେ ୧୦ ହଜାର ୭୦୦ଖଣ୍ଡ ଭୋଟ୍‌ ପଡ଼ିଥିବା ବେଳେ ମୁକ୍ତାଙ୍କୁ ୯୨୦୧ ଭୋଟ୍‌ ମିଳିଛି।

ଚଳିତ ପଞ୍ଚାୟତ ଭୋଟ୍‌ରେ ପରାଜିତ ହୋଇଥିବା ମୁକ୍ତା ୨୦୧୭ରେ ଭାଜପାରୁ ଲଢ଼ି ବିଜୟୀ ହେବା ସହିତ ଜିଲା ପରିଷଦ ଅଧ୍ୟକ୍ଷା ପଦବୀରେ ରହିଥିଲେ । ଅନୁରୂପ ଭାବେ ପାଇକମାଲ ଜୋନ-୧ରୁ ଅନ୍ୟଜଣେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ବିଜେଡ଼ି ପ୍ରାର୍ଥିନୀ ଗୀତାଞ୍ଜଳି ପୁଟାଙ୍କୁ ପରାଜିତ ହେବାକୁ ପଡ଼ିଛି । ଗୀତାଞ୍ଜଳିଙ୍କୁ ୫୮୫ ଭୋଟ ବ୍ୟବଧାନରେ ଭାଜପା ପ୍ରାର୍ଥିନୀ ତ୍ରିପୁରା ବରିହା ହରାଇଛନ୍ତି । ୨୦୧୨ ପଞ୍ଚାୟତ ଭୋଟରେ ଗୀତାଞ୍ଜଳି ବିଜେଡ଼ି ପ୍ରାର୍ଥିନୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଳାଇ ବିଜୟୀ ହେବା ସହିତ ସେତେବେଳେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀରେ ରହିଥିଲେ। ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଏଭଳି ପରାଜୟ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯେତେ ବଳ ଗୋଟାଇଲେ ବି ଉପକୂଳ ଛୁଇଁବନି ବାତ୍ୟା

ଭୁବନେଶ୍ୱର,୯ା୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନି’ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଏହା ପୁରୀଠାରୁ ୭୪୦ କିଲୋମିଟର ଦୂର ଉତ୍ତର, ଉତ୍ତର-ପୂର୍ବ ଦିଗରେ...

ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ରାଜ୍ୟରେ ସାମାଜିକ, ଆର୍ଥିକ ଏବଂ ଜାତିଭିତ୍ତିକ ଜନଗଣନା ହେବ। ୨୦୨୧ ଜନସଂଖ୍ୟା ଗଣନା ବେଳେ ଏକାସାଙ୍ଗରେ ଏହି ଗଣନା କରାଯିବ। ଶନିବାର ରାଜ୍ୟ କ୍ୟାବିନେଟ୍‌ରେ...

କରୋନା ପ୍ରଭାବ: ମା’ ତାରାତାରିଣୀ ପୀଠ ଖାଁ ଖାଁ

ପୁରୁଷୋତ୍ତମପୁର, ୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା ଜନଶୂନ୍ୟ ହୋଇପଡିଛି। କରୋନା ଭାଇରସକୁ ନେଇ...

ପଦ୍ମପୁର ବିଧାନସଭା: ଭାଜପା ଆଗରେ

ପଦ୍ମପୁର,୨୩।୫: ପଦ୍ମପୁର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପ୍ରଦୀପ ୯୦୦୨ ଭୋଟ ପାଇଥିବାବେଳେ...

ଗଙ୍ଗାସାଗର ମେଳାକୁ ଅନୁମତି

ଭୋଗରାଇ, ୯।୧(ଡି.ଏନ.ଏ.)  କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପ ଗଙ୍ଗାସାଗର ମେଳାକୁ କୋଲକାତା ଉଚ୍ଚ ନ୍ୟାୟାଳୟ ସର୍ତ୍ତାଧୀନ...

ପୁରୀରେ ଜାରି ହେଲା ୧୪୪ ଧାରା: ପତିତପାବନ ଦର୍ଶନ ବନ୍ଦ

ପୁରୀ ଅଫିସ, ୨୬।୧୧: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ଏହା...

ବିଶ୍ୱବ୍ୟାଙ୍କ ଅନୁଦାନ ଅର୍ଥ ମିଳିବାରେ ବିଳମ୍ବ

ତିହିଡ଼ି, ୧୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମାଧବ ଅର୍ଜୁନ(ବିଏନ୍‌ଏମ୍‌ଏ) କଲେଜର ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ...

୧୧ ଜିଲାକୁୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର,୧୪।୨(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜୋରଦାର ହୋଇଛି। ସୋମବାର ୧୧ ଜିଲାକୁୁ ପୋଲିଂ ପାର୍ଟି ପଠାଯାଇଥିବା ବେଳେ ମଙ୍ଗଳବାର...

Advertisement
Archives

Model This Week