Posted inଜାତୀୟ

‘ପୂର୍ବରୁ ମହାତ୍ମା ଗାନ୍ଧୀ ଥିଲେ, ଏବେ ଆଧୁନିକ ଭାରତର ରାଷ୍ଟ୍ରପିତା ହେଉଛନ୍ତି ମୋଦି’

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଧୁନିକ ଭାରତର ରାଷ୍ଟ୍ରପିତା ବୋଲି କହିଛନ୍ତି। ମଙ୍ଗଳବାର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଅମୃତା ଏହା କହିଛନ୍ତି। ମହାତ୍ମା ଗାନ୍ଧୀ କିଏ ବୋଲି ପଚରାଯିବାରୁ ଅମୃତା କହିଛନ୍ତି, ଆମ ଦେଶରେ ଦୁଇଜଣ ପିତା ଅଛନ୍ତି। ମହାତ୍ମା ଗାନ୍ଧୀ ପୂର୍ବରୁ ରାଷ୍ଟ୍ରପିତା ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଆଧୁନିକ ଭାରତର ପିତା।
ଏହେି କାର୍ଯ୍ୟକ୍ରମରେ ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ନିଜେ ରାଜନୈତିକ ମନ୍ତବ୍ୟ ଦେବାକୁ ପସନ୍ଦ କରେ ନାହିଁ। ସାଧାରଣ ଲୋକମାନେ ମୋର ମନ୍ତବ୍ୟକୁ ଟ୍ରୋଲ କରନ୍ତି ନାହିଁ। ଏହି କାର୍ଯ୍ୟ ଏନସିପି କିମ୍ବା ଶିବସେନାର ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥାଏ। ମୁଁ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଏ ନାହିଁ। ମୁଁ କେବଳ ମୋ ମା’ କିମ୍ବା ଶାଶୁଙ୍କୁ ଭୟ କରେ। ମୁଁ ବାକି ବିଷୟରେ ଚିନ୍ତା କରେ ନାହିଁ।
ରାଜନୀତିରେ ପ୍ରବେଶ କରିବା ପ୍ରଶ୍ନରେ ଅମୃତା କହିଛନ୍ତି, ରାଜନୀତିରେ ଯୋଗଦେବାକୁ ମୋର ଆଗ୍ରହ ନାହିଁ। ରାଜନୈତିକ କାର୍ଯ୍ୟ ପାଇଁ ମୁଁ ମୋର ୨୪ ଘଣ୍ଟା ଦେଇ ପାରିବି ନାହିଁ। ମୋ ସ୍ବାମୀ ସମାଜର କାର୍ଯ୍ୟ ପାଇଁ ୨୪ ଘଣ୍ଟା ଦିଅନ୍ତି। ସେଥିପାଇଁ ଯେଉଁମାନେ ରାଜନୀତି ଏବଂ ସମାଜ ପାଇଁ ୨୪ ଘଣ୍ଟା ଦେଇପାରିବେ, କେବଳ ସେମାନେ ରାଜନୀତି କରିବାକୁ ଯୋଗ୍ୟ ଅଟନ୍ତି। ଦେବେନ୍ଦ୍ର ଜୀ ମୁଖ୍ୟମନ୍ତ୍ରୀ ହେବା ଉଚିତ୍‌ ବୋଲି ସେ କହିଛନ୍ତି।
୩ ବର୍ଷ ପୂର୍ବେ ମଧ୍ୟ ଅମୃତା ନରେନ୍ଦ୍ର ମୋଦିଙ୍କୁ ଜାତିର ପିତା ଭାବରେ ଉଲ୍ଲେଖ କରିଥିଲେ। ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା, କିନ୍ତୁ ସେ ତାଙ୍କ ବିବୃତ୍ତିରେ ଦୃଢ ଼ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri