Posted inଖେଳ

୩ ବର୍ଷ ପରେ ଫେରିଲେ, ତଥାପି ଗର୍ଜିଲା ସୂର୍ଯ୍ୟକୁମାରଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୨୧।୧୨: ରଣଜୀ ଟ୍ରଫି ମ୍ୟାଚ୍‌ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ପ୍ରାୟ ୩ ବର୍ଷ ପରେ ମୁମ୍ବାଇ ପକ୍ଷରୁ ରଣଜୀ ମ୍ୟାଚ୍‌ ଖେଳି ସେ ୮୦ ବଲ୍‌ରେ ୯୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏଥିରେ ୧୫ ଚୌକା ଏବଂ ୧ ଛକା ରହିଥିଲା।

ରେକର୍ଡକୁ ଦେଖିଲେ ଗତ ବର୍ଷକ ମଧ୍ୟରେ ଖେଳାଯାଇଥିବା ସୀମିତ ଓଭର ମ୍ୟାଚ୍‌ରେ ଭାରତର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଗଣିତ ହେଉଛନ୍ତି ସୂର୍ଯ୍ୟକୁମାର। ଏବେ ଲାଲ୍‌ ବଲ୍‌ରେ ମଧ୍ୟ ସେ ସମାନ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି।

ମ୍ୟାଚ୍‌ରେ ଅଧିନାୟକ ଅଜିଙ୍କ୍ୟ ରାହାନେ ଏବଂ ଯଶସ୍ବୀ ଜୈସଓ୍ବାଲ ଶତକ ମାରିଥିଲେ। ହେଲେ ସୂର୍ଯ୍ୟକୁମାରଙ୍କ ଇନିଂସ ବାରି ହୋଇ ପଡ଼ିଥିଲା। ମୁମ୍ବାଇ ଟିମ୍‌ ହାଇଦ୍ରାବାଦ ବିପକ୍ଷ ରଣଜୀର ଗ୍ରୁପ୍‌ ବି ମ୍ୟାଚ୍‌ର ପ୍ରଥମ ଦିନ ୩ ଉଇକେଟ ହରାଇ ୩୯୬ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁଲ୍‌ଟର ନାଇଲଙ୍କ ବିଶ୍ୱକପ୍‌ ରେକର୍ଡ

ନଟିଂହାମ,୭।୬(ପିଟି)- ଅଷ୍ଟ୍ରେଲିଆନ ଅଲରାଉଣ୍ଡର ନାଥାନ କୁଲ୍‌ଟର ନାଇଲ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୬୦ ବଲରୁ ୯୨ ରନ୍‌ର ଇନିଂସ ଖେଳିଥିଲେ। କ୍ୟାରିୟରର ଶ୍ରେଷ୍ଠ ଇନିଂସ ତାଙ୍କୁ ବିଶ୍ୱକପ୍‌...

ଇର୍ଫାନ, କପିଳଙ୍କ ସମକକ୍ଷ ହେଲେ ବୁମରା

କେପ୍‌ ଟାଉନ,୧୨।୧: ନ୍ୟୁଲାଣ୍ଡ୍ସରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଛନ୍ତି ଯଶପ୍ରୀତ ବୁମରା। ଏହା ତାଙ୍କ...

ଏହି ୩ ଭାରତୀୟ ଖେଳାଳିଙ୍କୁ ଏକଦିବସୀୟ କ୍ରିକେଟରେ ବ୍ୟାଟିଂ କରିବାର ମିଳିନି ସୁଯୋଗ

ଏକଦିବସୀୟ କ୍ରିକେଟରେ ଅନେକ ରେକର୍ଡ ରହିଛି। କିଛି ଖେଳାଳିଙ୍କ ନାଁରେ ଏମିତି କିଛି ରେକର୍ଡ ରହିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ। ଭାରତୀୟ କ୍ରିକେଟରେ ୩ ଜଣ...

ଖୋର୍ଦ୍ଧା ଜିଲା ଚେସ୍‌:ସ୍ବପ୍ନିଳ ଚାମ୍ପିୟନ, ସୌମ୍ୟ ରନର୍ସଅପ୍‌

ଭୁବନେଶ୍ୱର, ୨୮।୧(କ୍ରୀଡ଼ା ପ୍ରତିନିଧି)- ଖୋର୍ଦ୍ଧାଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସ୍ବପ୍ନିଳ ପ୍ରିୟଦର୍ଶୀ ଓ...

ବଲ୍‌ବୀରଙ୍କ ନାମରେ ହକି ଷ୍ଟାଡିୟମ

ଚଣ୍ଡିଗଡ଼, ୨୬ା୫ (ପି.ଟି.)-ମୋହାଲିସ୍ଥିତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଧିବଦ୍ଧ ଭାବେ କିମ୍ବଦନ୍ତୀ ବଲ୍‌ବୀର ସିଂ ସିନିୟରଙ୍କ ନାମରେ ନାମିତ କରାଯାଇଛି। ମଙ୍ଗଳବାର ବଲ୍‌ବୀରଙ୍କ ପ୍ରଥମ ମୃତ୍ୟୁ...

ଅନ୍ୟ ଧର୍ମରେ ବିବାହ କରିଛନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟର

ଭାରତୀୟ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ଧର୍ମରେ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମିତି କିଛି...

ଶାସ୍ତ୍ରୀ କହିଲେ ‘ସାରା ଜୀବନ ପାଇଁ ବ୍ୟାନ୍‌ ଲଗାଇଦେବା ଉଚିତ’

ମୁମ୍ବାଇ,୯।୪: ନିକଟରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଜୀବନରେ ଅଙ୍ଗେ ନିଭାଇଥିବା ଏକ ଛାତି ଥରା ଘଟଣା ଉପରୁ ପରଦା ଉଠାଇଥିଲେ। ଜଣେ ଖେଳାଳି ତାଙ୍କୁ...

ଆଇପିଏଲ୍‌ ମଝିରେ ଅବସର ନିଷ୍ପତ୍ତି ନେଲେ ଏହି କ୍ରିକେଟର୍‌

ୟୁଏଇ,୨୭।୯: ଆଇପିଏଲ ୨୦୨୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ...

Advertisement
Archives

Model This Week