Posted inଜାତୀୟ

ଆସାମରେ ୨ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ…

ଗୁଆହାଟୀ,୧୮।୩ : ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୮ ଥିଲା। ଉଭୟ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ଖବର ନାହିଁ। ରିକ୍ଟର ସ୍କେଲରେ ୩.୬ ତୀବ୍ରିତାଯୁକ୍ତ ପ୍ରଥମ ଭୂକମ୍ପ ପୂର୍ବାହ୍ନ ୯.୦୩ ରେ ବ୍ରହ୍ମପୁତ୍ର ନଦୀର ଦକ୍ଷିଣ କୂଳରେ ଥିବା ଜୋରହାଟ ଜିଲାର ତିତାବର ନିକଟରେ ଭୂଗର୍ଭର ୫୦ କିଲୋମିଟର ଗଭୀରରେ ରେକର୍ଡ କରାଯାଇଥିଲା ବୋଲି ଜାତୀୟ ଭୂକମ୍ପ କେନ୍ଦ୍ର କହିଛି। ଶିବସାଗର, କର୍ବି ଆଙ୍ଗ୍ଲୋଙ୍ଗ ଏବଂ ଗୋଲାଘାଟ ଜିଲାରେ ଏହି କମ୍ପନ ଅନୁଭୂତ ହୋଇଥିଲା। ବ୍ରହ୍ମପୁତ୍ରର ଉତ୍ତର କୂଳରେ ଥିବା ଲାଖୀପୁରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ ନାଗାଲାଣ୍ଡର ଉତ୍ତର-ପଶ୍ଚିମ ଭାଗରେ ଥିବା ଅନେକ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

ପୂର୍ବାହ୍ନ ୧୧ଟା ୨ରେ ରେ ଦ୍ୱିତୀୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୨.୮ ଥିଲା। ବ୍ରହ୍ମପୁତ୍ରର ଉତ୍ତର କୂଳର ଦାରାଙ୍ଗ ଜିଲାର ଡାଲଗାଓଁ ନିକଟରେ ଭୂଗର୍ଭର ୯ କିଲୋମିଟର ଗଭୀରରେ ଏହାର କେନ୍ଦ୍ର ଥିଲା। ଉଡାଲଗୁରୀ, ବକସା ଏବଂ ସୋନିଟପୁର ଜିଲାରେ ରହୁଥିବା ଲୋକମାନେ ଏହି ଭୂକମ୍ପ ଅନୁଭବ କରିଥିବାବେଳେ ଶକ୍ତିଶାଳୀ ନଦୀର ଦକ୍ଷିଣ କୂଳରେ ଅବସ୍ଥିତ ମୋରିଗାଓଁର ଲୋକମାନେ ମଧ୍ୟ କମ୍ପନ ଅନୁଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରୁ ପଣସ ତୋଳୁଛି ହାତୀ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ,୧୨।୧୧: ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଗଛରୁ ପଣସ ତୋଳି ଖାଉଥିବା ଏକ ହାତୀର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଜଣେ ଆଇଏଫ୍‌ଏସ୍‌...

ଚାଇନାର ଦାଦାଗିରି: ଏଲ୍‌ଏସିରେ ହେଲିପ୍ୟାଡ୍‌ ନିର୍ମାଣ…

ଲଦାଖ, ୨୧।୧୨: ଏଲ୍‌ଏସିା ଲଦାଖ ଅଞ୍ଚଳରେ ଚାଇନା ନିଜର ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଆମେରିକା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି ଯେ, ଚାଇନା ପାଙ୍ଗୋଙ୍ଗ...

ଲାଲ୍‌ କିଲ୍ଲା ପାଲଟିଲା ଅଭେଦ୍ୟ ଦୁର୍ଗ,୯ ଆଣ୍ଟି ଡ୍ରୋନ୍‌-୩୦୦ ସିସିଟିଭି-୫୦୦୦ ଯବାନ ମୁତୟନ…

ନୂଆଦିଲ୍ଲୀ,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍‌ କିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିଲ୍ଲାକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି।...

ବଡ ଦୁର୍ନୀତି ପଛରେ କଂଗ୍ରେସର ହାତ, ରାହୁଲଙ୍କୁ ରବି ଶଙ୍କରଙ୍କ କଡ଼ା ଜବାବ…

ନୂଆଦିଲ୍ଲୀ,୭।୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଭାଜପା କଡ଼ା ଜବାବ ଦେଇଛି। ମଙ୍ଗଳବାରଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ...

‘ସିନ୍ଦେ ଭାଇ ମାତୋଶ୍ରୀ ଫେରି ଚାଲ’

ଗୁଆହାଟୀ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ଶିବସେନାର ସତାରା ଜିଲା ଉପମୁଖ୍ୟ ସଞ୍ଜୟ ଭୋସଲେ ଆସାମର ଗୁଆହାଟୀରେ ପହଞ୍ଚିଛନ୍ତି। ସେ...

ମୃତ୍ୟୁ ନିଆଁରେ ରାଜନୀତି

ନୂଆଦିଲ୍ଲୀ,୯ା୧୨: ଦିଲ୍ଲୀର ଅନାଜ ମଣ୍ଡି ନିଆଁରେ ଜଳିଯାଇଛି ୪୩ ଜୀବନ। ଏହି ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବାବେଳେ ଏଥିରେ ବି ରାଜନୀତିର ରୁଟି ସେକିବାକୁ ପଛାଉନାହାନ୍ତି...

ମାଲେଗାଓଁ ବିସ୍ଫୋରଣ ମାମଲା: ଅଗଷ୍ଟ ୨କୁ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ,୨୨।୭: ମାଲେଗାଓଁରେ ୨୦୦୮ ରେ ହୋଇଥିବା ବିସ୍ଫୋରଣ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଅଗଷ୍ଟ ୨କୁ ଘୁଞ୍ଚାଇ ଦିଆଯାଇଛି। ସୋମବାର ବମ୍ବେ ହାଇକୋର୍ଟ ଏହି ଶୁଣାଣିକୁ...

ଭାଜପା ସପକ୍ଷରେ ପ୍ରଚାର କଲେ ପ୍ରବାସୀ ଭାରତୀୟ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନକୁ ଦେଖି ପ୍ରାୟ ୧୭ଶହ ପ୍ରବାସୀ ଭାରତୀୟ ଭାଜପା ସପକ୍ଷରେ ଘର ଘର ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଏମାନଙ୍କ...

Advertisement
Archives

Model This Week