ନଦୀପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କେସିଙ୍ଗା,୧୮ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ତେଲ୍‌ ନଦୀପଠାରୁ ଏକ ଶିଶୁପୁତ୍ର ଶନିବାର ଉଦ୍ଧାର ହେଇଛି।

ସୂଚନାନୁଯାୟୀ, କେସିଙ୍ଗା ବ୍ଲକ ତହସିର ଗ୍ରାମର ଜଣେ ଲୋକ ଶୌଚ ପାଇଁ ନଦୀପୀଠକୁ ଯାଇ ଥିବା ବେଳେ ପ୍ରଥମେ ସେ ସେହି ଶିଶୁଟିକୁ ଦେଖିଥିଲେ। ପରେ ସେ ନିଜେ ସେହି ଶିଶୁକୁ ଧରି କେସିଙ୍ଗା ଆଦର୍ଶ ଥାନାକୁ ଆସି ଥାନାରେ ସବୁକଥା କହିଥିଲେ। ପୋଲିସ ସଙ୍ଗେ ସଙ୍ଗେ ଶିଶୁଟିର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ କେସିଙ୍ଗା ଗୋଷ୍ଠୀ କେନ୍ଦ୍ରକୁ ନେଇଥିଲା। ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଲଲିତ ଅଗ୍ରଓ୍ବାଲ ନିଜର ତତ୍ତ୍ୱାବଧାନରେ ଟିକି ନିଖି ଯାଞ୍ଚ କରି ଶିଶୁଟିର ସାସ୍ଥ୍ୟ ଠିକ୍‌ ଅଛି ଓ ଶିଶୁଟି ଉତ୍ତମ ସ୍ବାସ୍ଥ୍ୟ ଅଛି ବୋଲି ପ୍ରକାଶ କରିଥିଲେ। ଡାକ୍ତର ଲଳିତ ଅଗ୍ରଓ୍ବାଲଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ, ଶିଶୁଟି ୨୪ ଘଣ୍ଟା ଆଗରୁ ଜନ୍ମ ହେଇଛି ଓ ବର୍ତ୍ତମାନ ଶିଶୁଟି ପୁରା ସୁସ୍ଥ ଅଛି। ପରେ ଚାଇଲ୍ଡ କେୟାର୍‌ର ଏକ ଟିମ୍‌କୁ ମେଡିକାଲ ପକ୍ଷରୁ ଖବର ଦିଆ ଯାଇଥିଲା। ଉକ୍ତ ଟିମ୍‌ ମେଡିକାଲରେ ପହଞ୍ଚି କେସିଙ୍ଗା ପୋଲିସ ସହାୟତାରେ ଶିଶୁଟିକୁ ଭବାନୀପାଟଣା ନେଇଯାଇଥିବା ଜଣାପଡ଼ିଛି।

କେହି ଯୁବତୀ ପ୍ରସବ କରି ଏମିତି ଫିଙ୍ଗି ଥାଇପାରନ୍ତି ବୋଲି କେସିଙ୍ଗା ଅଞ୍ଚଳରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଆର୍‌ଏସ୍‌ଙ୍କ ଘରୁ ୧୭ ଲକ୍ଷ ଟଙ୍କା ଜବତ

ଉମରକୋଟ,୨୧।୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରିଗୁଡ଼ା ପଞ୍ଚାୟତର ଗ୍ରାମ ରୋଜଗର ସହାୟକ (ଜିଆର୍‌ଏସ୍‌) ହିମାଂଶୁ...

ବରଙ୍କୁ ବେଦିରୁ ଉଠାଇନେଲା ପୋଲିସ

ଖୋର୍ଦ୍ଧା ଅଫିସ, ୧୨ା୩: ପ୍ରଥମ ସ୍ତ୍ରୀ ଥାଇ ୨ୟ ବିବାହ କରୁଥିବା ଅଭିଯୋଗରେ ସ୍ବାମୀକୁ ବାହାବେଦିରୁ ଉଠାଇ ନେଇଛି ପୋଲିସ। ଏ ନେଇ ସ୍ବାମୀ ହଟହଟା...

ନକଲି ମଦ କାରଖାନା ଠାବ

ପରଜଙ୍ଗ, ୨୫।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଚଷା ରୋଡ୍‌ ଗ୍ରାମରୁ ମଙ୍ଗଳବାର ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ଘଟଣାସ୍ଥଳରୁ ମଦ ପ୍ୟାକିଂ...

ପଦ୍ମପୁର ବିଧାନସଭା: ଭାଜପା ଆଗରେ

ପଦ୍ମପୁର,୨୩।୫: ପଦ୍ମପୁର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପ୍ରଦୀପ ୯୦୦୨ ଭୋଟ ପାଇଥିବାବେଳେ...

ଆଉ ୧୦ ଲକ୍ଷ ଟଙ୍କା ଦେଲେ ଏମ୍‌ପି

ଢେଙ୍କାନାଳ ଅଫିସ, ୨୯। ୩: କରୋନା ମୁକାବିଲା ପାଇଁ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ନିଜର ଏମ୍‌ପି ଲାଡ୍‌ରୁ ୩୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ...

ପକେଟ୍‌ ଖର୍ଚ୍ଚରୁ ଚାଲିଛି ଫଟୋଗ୍ରାଫି ନିଶା

କଟକ ଅଫିସ,୧୭।୩:ଫଟୋଗ୍ରାଫି ନିଶାରେ ପଡିଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରୀଛାତ୍ର। ସେମାନେ ହେଲେ ଆୟୁଷ୍ମାନ ଦାଶ, ସୂର୍ଯ୍ୟକାନ୍ତ ବେହେରା ଓ ପ୍ରଲିପ୍ତା ନାୟକ। ୩...

କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ: ଭଦ୍ରକରୁ ନବୀନ ନିବାସ…

ଭଦ୍ରକ ଅଫିସ,୨୬।୨: ଚାକିରିରେ ପୁନଃ ନିଯୁକ୍ତି ଦାବି କରି କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ପ୍ରଥମେ ଦୋକାନ ଦୋକାନ ବୁଲି ଭିକ ମାଗିବା ପରେ ଏବେ...

‘ଅନ୍‌ଲାଇନ୍‌ ବ୍ୟବସାୟ ଟ୍ରେଡର୍ସଙ୍କ ସମସ୍ୟା ବଢ଼ାଉଛି’

ଅନୁଗୋଳ ଅଫିସ, ୩୦।୮: ଓଡ଼ିଶା ଫୁଟ୍‌ ଓ୍ବେୟାର ଟ୍ରେଡର୍ସ ଆସୋସିଏଶନ୍‌ (ଓଏଫ୍‌ଟିଏ) ସଦସ୍ୟଙ୍କୁ ନେଇ ଏକ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି। ଓଏଫ୍‌ଟିଏ ସଭାପତି ଓମ୍‌ପ୍ରକାଶ...

Advertisement
Archives

Model This Week