ବିବାହ ଦୁଇଦିନ ପୂର୍ବରୁ ଯୁବତୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫ା୬: ଜଣେ ଉଚ୍ଚଶିକ୍ଷିତା ଯୁବତୀ ବିବାହ ଦୁଇ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାଲୋନୀ ମହାପାତ୍ର (୨୬)। ଛତିଶଗଡ଼ ଜାମୁନିପଲି ଥାନା ଅନ୍ତର୍ଗତ ସୁକାମର ଗ୍ରାମର ମୂଳନିବାସୀ ସାଲୋନୀଙ୍କ ବ୍ରହ୍ମପୁରରେ ବିବାହ କରାଯିବାକୁ ସ୍ଥିର ହୋଇଥିଲା। ତେଣୁ ସେ ଓ ତାଙ୍କ ମା’ ହରପ୍ରିୟା ବ୍ୟାଙ୍କ କଲୋନୀ ଫାଷ୍ଟ ଲାଇନରେ ରହୁଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ନଂ. ୮/୨୨ ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଯୁବତୀଙ୍କ ମୋବାଇଲ ଫୋନ୍‌ ଓ ଲାପଟପ୍‌ ପୋଲିସ ଜବତ କରି ଆତ୍ମହତ୍ୟାର କାରଣ ଖୋଜୁଛି। ସାଲୋନୀଙ୍କ ଭିସେରା ସଂରକ୍ଷିତ ରଖାଯାଇଛି। ଅତ୍ୟଧିକ ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି।
ପ୍ରକାଶ ଯେ, ସାଲୋନୀଙ୍କ ବାପା ସୁକୁମାର ମହାପାତ୍ର ଦିଲ୍ଲୀରେ ଜଣେ ଶିକ୍ଷକ। ସାଲୋନୀ ଆମେରିକା ଏସେଞ୍ଚୁଆର ନାମକ ଏକ ସଂସ୍ଥାରେ ଆଇଟି ଇଞ୍ଜିନିୟର ଭାବେ ୱାର୍କଫ୍ରମ ହୋମ କାମ କରୁଥିଲେ। ଇତିମଧ୍ୟରେ ତାଙ୍କର ବ୍ରହ୍ମପୁରରେ ବିବାହ ନିମନ୍ତେ ସ୍ଥିର ହୋଇଥିବାରୁ ମା’ଙ୍କ ସହ କିଛିଦିନ ପୂର୍ବରୁ ବ୍ରହ୍ମପୁର ଆସି ଘରଭଡ଼ା ନେଇ ରହୁଥିଲେ। ସେମାନଙ୍କ କେତେଜଣ ସମ୍ପର୍କୀୟ ପୂର୍ବରୁ ବ୍ରହ୍ମପୁରରେ ଅଛନ୍ତି। ଦୁଇଦିନ ପରେ ବିବାହ ଥିବାରୁ ସମ୍ପର୍କୀୟଙ୍କ ସଲୋନୀଙ୍କ ମା’ କିଣାକିଣି କରିବାକୁ ବଜାରକୁ ଯାଇଥିଲେ। ଘରେ ସାଲୋନୀ ଏକାକୀ ଥିଲେ। ବଜାରରୁ ମା’ ଘରକୁ ଫେରିବାରେ ଘର ଭିତର ପଟୁ ବନ୍ଦ ଥିବା ଜାଣି ସାଲୋନୀଙ୍କୁ ଫୋନ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଶେଷରେ ସମ୍ପର୍କୀୟଙ୍କ ସହାୟତାରେ କବାଟ ଭାଙ୍ଗି ଘର ଭିତରକୁ ଯିବାରେ ସାଲୋନୀ ଚୂନି ବେକରେ ବାନ୍ଧି ଫ୍ୟାନରେ ଝୁଲୁଥିବା ମା’ ଦେଖିଥିଲେ। ତାଙ୍କୁ ତଳକୁ ଓହ୍ଲାଇ ଏମକେସିଜି ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସାଲୋନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri