ଛୁରି ଭୁସି ହତ୍ୟା ଘଟଣା: ଜେଲ ଗଲେ ୨ ଭାଇ

ଦିଗପହଣ୍ଡି,୨୬ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶନିବାର ବଚ୍ଚନ ସ୍ବାଇଁଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ବଚ୍ଚନଙ୍କ ଭଉଣୀ ଲକ୍ଷ୍ମୀଙ୍କ ଏତଲାକୁ ଭିତ୍ତିକରି ପୋଲିସ ସୋମବାର ହତ୍ୟାରେ ସମ୍ପୃକ୍ତି ଥିବା ୨ ଭାଇଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ ବନ୍ଥପଲ୍ଲୀର କଙ୍ଗୁରୁ ଭୂୟାଁ ଓ ତାଙ୍କ ଭାଇ କାଳିଆ ଓରଫ ସୁଶାନ୍ତ ଭୂୟାଁ। ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ୍‌କୁ ପଠାଇ ଦିଆଯାଇଛି। ଏ ନେଇ ନଂ. ୨୫୦/୨୦ରେ ମାମଲା ରୁଜୁ ହୋଇଛି। ଘଟଣାସ୍ଥଳରୁ ପୋଲିସ ରକ୍ତଭିଜା ମାଟି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ଦ୍ୱୟଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଓ ଠେଙ୍ଗା ଜବତ କରିଛି।
ପ୍ରକାଶ ଯେ, ବଚ୍ଚନ ତାଙ୍କ ସାଙ୍ଗମାନଙ୍କ ସହ ତାସ୍‌ ଖେଳୁଥିବା ବେଳେ ୨ ଭାଇଙ୍କ ସମେତ ୫ ଜଣ ଯୁବକ ଆସି ଠେଙ୍ଗାରେ ଆକ୍ରମଣ କରିଥିଲେ। ସେ ଦୌଡ଼ି ପଳାଇବା ବେଳେ ଗାଁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ପରେ ଜଣେ ଯୁବକ ବଚ୍ଚନଙ୍କ ପେଟକୁ ଏକାଧିକ ଥର ଛୁରି ଭୁସି ଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବଚ୍ଚନଙ୍କୁ ମୃତ ଘୋଷଣା କରିଥିଲେ। ବିଭିନ୍ନ ଥାନାରେ ବଚ୍ଚନଙ୍କ ନାଁରେ ୧୦ରୁ ଊଦ୍ଧର୍‌ବ ସଙ୍ଗୀନ ମାମଲା ରହିଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟ: ଛତ୍ରପୁର ସବ୍‌ଜେଲରେ ହେବ ଯାଞ୍ଚ

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ସବଜେଲ୍‌କୁ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀ ପରିଦର୍ଶନ କରିଛନ୍ତି। ଅନ୍ତେବାସୀଙ୍କ କରୋନା ଲକ୍ଷଣ ଅଛି କି ନାହିଁ ସେନେଇ...

ଅଟୋ-ମିନିଟ୍ରକ୍‌ ଧକ୍କା: ଜଣେ ମୃତ, ୫ ଆହତ

ଛତ୍ରପୁର, ୮।୭(ଡି.ଏନ.ଏ): ଛତ୍ରପୁର ସହର ଉପକଣ୍ଠ ଏକ ଢାବା ସମ୍ମୁଖ ଜାତୀୟ ରାଜପଥରେ ରବିବାର ସକାଳେ ଅଟୋ ରିକ୍ସାକୁ ମିନିଟ୍ରକ୍‌ ଧକ୍କା ଦେବାରୁ ଜଣେ ଯାତ୍ରୀଙ୍କ...

ଟଙ୍କା ଭର୍ତ୍ତି ଭ୍ୟାନ ଲୁଟ୍‌ ପଛରେ ଡ୍ରାଇଭର

ବ୍ରହ୍ମପୁର ଅଫିସ,୨୨ା୮: ବ୍ରହ୍ମପୁର ବଡବଜାର ଥାନା ଅଧୀନ ଆସକାରୋଡରୁ ଏଟିଏମ୍‌ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଭ୍ୟାନ୍‌ର ଡ୍ରାଇଭର ଆଶିଷ...

ଉଦ୍‌ଘାଟନ ହେଲା ଆଞ୍ଚଳିକ ଜୁଡିସିଆଲ ଏକାଡେମୀ

ବ୍ରହ୍ମପୁର ଅଫିସ,୧୩ା୫: ବ୍ରହ୍ମପୁର ଜିଲା ଜଜ୍‌ କୋର୍ଟ ପରିସରରେ ଶନିବାର ପୂର୍ବାହ୍ନରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ...

ଭୟଭୀତ କରାଉଛି କରୋନା: ରେଡ ଜୋନ୍‌ରେ ୧୬ଗାଁ, ୬ଓ୍ବାର୍ଡ

ଛତ୍ରପୁର,୧୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ...

ରାସ୍ତାରେ ଜମୁଛି ବର୍ଷାପାଣି: ବିଦ୍ୟାର୍ଥୀ ହନ୍ତସନ୍ତ

ଧରାକୋଟ,୧୭ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାସ୍ତାରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଜମି ରହିଥିବାରୁ ଛାତ୍ରୀଛାତ୍ରମାନଙ୍କ...

୧୫୪ ବର୍ଷରେ ବ୍ରହ୍ମପୁର ପୌରସଂସ୍ଥା

୧୮୬୭ ମସିହାର କଥା। ସେ ସମୟରେ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା ଗଞ୍ଜାମ ଜିଲା। ସେହିବର୍ଷ ପ୍ରତିଷ୍ଠିତ ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ୧୫୪ ବର୍ଷର ଏହି...

ସ୍ବାୟତ୍ତ ଶାସନ ସଂସ୍ଥାରେ ଏବେ ଅମଲାତନ୍ତ୍ର ଶାସନ

ବ୍ରହ୍ମପୁର ଅଫିସ,୩୧ା୮-ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଏବଂ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସମେତ ୧୮ ସହରାଞ୍ଚଳର ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର...

Advertisement
Archives

Model This Week