ଘର ବାରଣ୍ଡାରେ ପିଟି ହେଲା ବାଇକ: ଚାଲିଗଲା ଯୁବକଙ୍କ ଜୀବନ

ବୁଗୁଡ଼ା,୨୬ା୧୦(ଡି.ଏନ୍‌.ଏ.)-ବୁଗୁଡ଼ା ଥାନା ଅନ୍ତର୍ଗତ ଝୋଳରୀ – ପଙ୍କଳବାଡି ମୁଖ୍ୟ ସଡ଼କ ନିକଟସ୍ଥ ପଙ୍କଜପଲ୍ଲୀଠାରେ ରବିବାର ସନ୍ଧ୍ୟାର ଏକ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ପୋଲସରା ଥାନା କେନ୍ଦୁବାଡ଼ି ଗ୍ରାମର ନୀଳ ମାଧବ ଭୂୟାଁ (୫୦)। ନୀଳ ବାଲିପଦରରୁ ବାଇକ୍‌ରେ ନିଜ ଗ୍ରାମକୁ ଯାଉଥିବା ବେଳେ ପଙ୍କଜପଲ୍ଲୀ ମୁଖ୍ୟ ସଡ଼କ ପାର୍ଶ୍ୱରେ ଥିବା ଏକ ଘରର ବାରଣ୍ଡାରେ ଯାଇ ପିଟି ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନୀଳଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ସ୍ଥାନୀୟ ପୋଲିସ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଇଛି। ଏ ନେଇ ନଂ. ୩୧୦/୨୦ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri