Posted inଖେଳ

ନାମ୍ବିଆର ଦୁଇ ଆଥ୍‌ଲେଟ ଅଲିମ୍ପିକ ୪୦୦ମିଟରରୁ ବଞ୍ଚତ୍ତ

କେପ୍‌ଟାଉନ୍‌, ୩ା୭(ଏପି)-ନାମ୍ବିଆର ଦୁଇଜଣ ୧୮ ବର୍ଷୀୟା ଧାବିକାଙ୍କୁ ଟୋକିଓ ଅଲିମ୍ପିକ୍ସ ୪୦୦ ମିଟର ରେସ୍‌ରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ। କାରଣ ମେଡିକାଲ ଟେଷ୍ଟ ପରେ ଜଣାପଡ଼ିଥିଲା ଉଭୟଙ୍କ ଶରୀରରେ ପୁରୁଷ ହରମୋନ ସ୍ତର (ଟେଷ୍ଟୋଷ୍ଟେରୋନ ଲେଭଲ) ଅଧିକ ରହିଛି। ଏହି କାରଣରୁ ଦକ୍ଷିଣ ଆଫ୍ରିକାର କାଷ୍ଟର ସିମେନ୍ୟା ପ୍ରତିଯୋଗିତାରେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଥିଲେ। ନାମ୍ବିଆ ଅଲିମ୍ପିକ କମିଟିର ସୂଚନା ଅନୁସାରେ ଧାବିକା ଦ୍ୱୟଙ୍କ ନାମ ଖ୍ରିଷ୍ଟିନେ ଏମ୍‌ବୋମା ଓ ବିଟ୍ରିସ୍‌ ମାସିଲିଙ୍ଗି। ୪୦୦ ମିଟର ଦୌଡ଼ରୁ ସେମାନଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ସେମାନେ ବର୍ତ୍ତମାନ ପୂରାମାତ୍ରାରେ ୨୦୦ ମିଟର ରେସ୍‌ରେ ମନୋନିବେଶ କରିବେ। ବିଶ୍ୱ ଆଥ୍‌ଲେଟିକ୍ସ ଟେଷ୍ଟୋଷ୍ଟେରୋନ୍‌ ନିୟମ କେବଳ ୪୦୦ ମିଟର ଓ ୧ ମାଇଲ ମଧ୍ୟରେ ରହିଥିବା ଇଭେଣ୍ଟଗୁଡ଼ିକ ଲାଗି ଉଦ୍ଦିଷ୍ଟ। ଚଳିତବର୍ଷ ପୂର୍ବରୁ ଏହି ଦୁଇ ସ୍ବଳ୍ପ ବୟସ୍କା ବିଶେଷ ପରିଚିତ ନ ଥିଲେ। ବୁଧବାର ପୋଲାଣ୍ଡରେ ଅନୁଷ୍ଠିତ ଏକ ରେସ୍‌ରେ ଏମ୍‌ବୋମା ଆଶ୍ଚର୍ଯ୍ୟଜନକ ୪୮.୫୪ ସେକେଣ୍ଡ ଟାଇମିଂରେ ଜିତିଥିଲେ। ଏହା ଦ୍ୱାରା ସେ ୨୦ ବର୍ଷରୁ କମ୍‌ ୩୦ବର୍ଷର ପୁରୁଣା ବିଶ୍ୱ ରେକର୍ଡକୁ ଭଙ୍ଗ କରିଦେଇଥିଲେ। ମହିଳା ୪୦୦ ମିଟରରେ ଏହା ୭ମ ଦ୍ରୁତତମ ରହିଥିଲା। ଏହାଛଡ଼ା ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ଇଭେଣ୍ଟରେ ଏହା ସବୁଠାରୁ ଦ୍ରୁତତମ। ଏପ୍ରିଲରେ ଜାମ୍ବିଆରେ ଅନୁଷ୍ଠିତ ଏକ ପ୍ରତିଯୋଗିତାରେ ମାସିଲିଙ୍ଗିଙ୍କ ଟାଇମିଂ ୪୯.୫୩ ସେକେଣ୍ଡ ରେକର୍ଡ କରାଯାଇଥିଲା। ୨୦୨୧ରେ ଏହା ଥିଲା ତୃତୀୟ ଦ୍ରୁତତମ। ଏହି ଅସାଧାରଣ ସଫଳତା ପାଇଁ ବିଶ୍ୱ ଆଥ୍‌ଲେଟିକ୍ସ ଆଥ୍‌ଲେଟ ଦ୍ୱୟଙ୍କର ଟେଷ୍ଟୋଷ୍ଟେରୋନ ଲେଭଲ ଟେଷ୍ଟ କରିବା ଲାଗି ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଞ୍ଜୁଙ୍କୁ ଛାଡ଼ି ବୈଭବଙ୍କୁ ସୁଯୋଗ ଦେବା ଥିଲା ଗମ୍ଭୀରଙ୍କ ପାଇଁ କଠିନ ନିଷ୍ପତ୍ତି: କହିଲେ- ସେହି ରାତିରେ ମୁଁ…

ନୂଆଦିଲ୍ଲୀ,୨୪।୯: IPL ୨୦୨୬ ପରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଟି-୨୦ ଦଳରେ ଲଗାତାର ସୁଯୋଗ ମିଳୁଛି। ପ୍ରଥମେ ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ୍ର ଟି-୨୦…

ସଚିନଙ୍କ ରେକର୍ଡ ଚୁର୍‌ମାର୍‌: କ୍ରିକେଟ୍‌ର ନୂଆ ବାଦ୍‌ଶାହା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଷ୍ଟାର୍‌ ବ୍ୟାଟର୍‌ ଜୋ ରୁଟ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ରୁଟ ୨୩…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?