Posted inଖେଳ

ନାମ୍ବିଆର ଦୁଇ ଆଥ୍‌ଲେଟ ଅଲିମ୍ପିକ ୪୦୦ମିଟରରୁ ବଞ୍ଚତ୍ତ

କେପ୍‌ଟାଉନ୍‌, ୩ା୭(ଏପି)-ନାମ୍ବିଆର ଦୁଇଜଣ ୧୮ ବର୍ଷୀୟା ଧାବିକାଙ୍କୁ ଟୋକିଓ ଅଲିମ୍ପିକ୍ସ ୪୦୦ ମିଟର ରେସ୍‌ରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ। କାରଣ ମେଡିକାଲ ଟେଷ୍ଟ ପରେ ଜଣାପଡ଼ିଥିଲା ଉଭୟଙ୍କ ଶରୀରରେ ପୁରୁଷ ହରମୋନ ସ୍ତର (ଟେଷ୍ଟୋଷ୍ଟେରୋନ ଲେଭଲ) ଅଧିକ ରହିଛି। ଏହି କାରଣରୁ ଦକ୍ଷିଣ ଆଫ୍ରିକାର କାଷ୍ଟର ସିମେନ୍ୟା ପ୍ରତିଯୋଗିତାରେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଥିଲେ। ନାମ୍ବିଆ ଅଲିମ୍ପିକ କମିଟିର ସୂଚନା ଅନୁସାରେ ଧାବିକା ଦ୍ୱୟଙ୍କ ନାମ ଖ୍ରିଷ୍ଟିନେ ଏମ୍‌ବୋମା ଓ ବିଟ୍ରିସ୍‌ ମାସିଲିଙ୍ଗି। ୪୦୦ ମିଟର ଦୌଡ଼ରୁ ସେମାନଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ସେମାନେ ବର୍ତ୍ତମାନ ପୂରାମାତ୍ରାରେ ୨୦୦ ମିଟର ରେସ୍‌ରେ ମନୋନିବେଶ କରିବେ। ବିଶ୍ୱ ଆଥ୍‌ଲେଟିକ୍ସ ଟେଷ୍ଟୋଷ୍ଟେରୋନ୍‌ ନିୟମ କେବଳ ୪୦୦ ମିଟର ଓ ୧ ମାଇଲ ମଧ୍ୟରେ ରହିଥିବା ଇଭେଣ୍ଟଗୁଡ଼ିକ ଲାଗି ଉଦ୍ଦିଷ୍ଟ। ଚଳିତବର୍ଷ ପୂର୍ବରୁ ଏହି ଦୁଇ ସ୍ବଳ୍ପ ବୟସ୍କା ବିଶେଷ ପରିଚିତ ନ ଥିଲେ। ବୁଧବାର ପୋଲାଣ୍ଡରେ ଅନୁଷ୍ଠିତ ଏକ ରେସ୍‌ରେ ଏମ୍‌ବୋମା ଆଶ୍ଚର୍ଯ୍ୟଜନକ ୪୮.୫୪ ସେକେଣ୍ଡ ଟାଇମିଂରେ ଜିତିଥିଲେ। ଏହା ଦ୍ୱାରା ସେ ୨୦ ବର୍ଷରୁ କମ୍‌ ୩୦ବର୍ଷର ପୁରୁଣା ବିଶ୍ୱ ରେକର୍ଡକୁ ଭଙ୍ଗ କରିଦେଇଥିଲେ। ମହିଳା ୪୦୦ ମିଟରରେ ଏହା ୭ମ ଦ୍ରୁତତମ ରହିଥିଲା। ଏହାଛଡ଼ା ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ଇଭେଣ୍ଟରେ ଏହା ସବୁଠାରୁ ଦ୍ରୁତତମ। ଏପ୍ରିଲରେ ଜାମ୍ବିଆରେ ଅନୁଷ୍ଠିତ ଏକ ପ୍ରତିଯୋଗିତାରେ ମାସିଲିଙ୍ଗିଙ୍କ ଟାଇମିଂ ୪୯.୫୩ ସେକେଣ୍ଡ ରେକର୍ଡ କରାଯାଇଥିଲା। ୨୦୨୧ରେ ଏହା ଥିଲା ତୃତୀୟ ଦ୍ରୁତତମ। ଏହି ଅସାଧାରଣ ସଫଳତା ପାଇଁ ବିଶ୍ୱ ଆଥ୍‌ଲେଟିକ୍ସ ଆଥ୍‌ଲେଟ ଦ୍ୱୟଙ୍କର ଟେଷ୍ଟୋଷ୍ଟେରୋନ ଲେଭଲ ଟେଷ୍ଟ କରିବା ଲାଗି ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri