ଅଢ଼େଇ ବର୍ଷ ବୟସରେ ୭ଜଣଙ୍କ ଜୀବନ ବଞ୍ଚାଇଲା ଏହି ଶିଶୁ: ଖେଳିବା ବେଳେ ଛାତରୁ ଗଳି ପଡ଼ି ଯାଇଥିଲା ଜୀବନ

ସୁରଟ,୧୮।୧୨: ଅଙ୍ଗଦାନ କରି ୭ଜଣଙ୍କୁ ନୂଆ ଜୀବନ ଦେଲା ଅଢ଼େଇ ବର୍ଷର ଶିଶୁ। ଗୁଜରାଟର ସୁରଟ ସହରରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଶିଶୁ ହେଲେ ଯଶ ଓଝା। ଡାକ୍ତରମାନେ ଯଶଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପରେ ପରିବାରଲୋକେ ତାଙ୍କର ହାର୍ଟ, ଫୁସଫୁସ, କିଡନୀ, ଯକୃତ ଏବଂ ଆଖି ଦାନ କରିଥିଲେ। ରୁଷିଆର ଜଣେ ପିଲାକୁ ତାଙ୍କ ହାର୍ଟ ଏବଂ ୟୁକ୍ରେନ୍‌ର ପିଲାଙ୍କୁ ଫୁସଫୁସ୍‌କୁ ଦାନ କରାଯାଇଛି।

ଯଶଙ୍କ ବାପା ସଞ୍ଜୀବ ଓଝା ପେସାରେ ଜଣେ ସାମ୍ବାଦିକ। ଡିସେମ୍ବର ୯ ତାରିଖରେ ପଡୋଶୀ ଘରେ ଖେଳୁଥିବା ବେଳେ ଦ୍ୱିତୀୟ ମହଲାରୁ ଖସି ପଡ଼ିଥିଲେ ଯଶ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସୁରଟର ଭଟାର ସ୍ଥିତ ଅମୃତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିସେମ୍ବର ୧୪ରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା। ଏହାପରେ ଯଶଙ୍କ ବାପା ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଷ୍ଟେଟ୍‌ ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟ ସୋସାଇଟିର କନଭେନରଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କର ଅଙ୍ଗ ଦାନ କରାଯାଇଛି।

ବି-ପଜିଟିଭ ରକ୍ତ ଗ୍ରୁପ୍‌ର କେହି ରୋଗୀ ନ ମିଳିବାରୁ ଦୁଇଜଣ ବିଦେଶୀ ରୋଗୀଙ୍କୁ ତାଙ୍କର ହାର୍ଟ ଏବଂ ଫୁସ୍‌ଫୁସ୍‌ ଦିଆଯାଇଛି। ୧୬୦ ମିନିଟ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଥିଲା। ଏହାଛଡ଼ା ଗୋଟିଏ କିଡନୀକୁ ସୁରେନ୍ଦ୍ରନଗରର ଜଣେ ୧୩ ବର୍ଷୀୟ ବାଳିକା ଓ ଦ୍ୱିତୀୟକୁ ସୁରଟର ୧୭ ବର୍ଷର ଶିଶୁଠାରେ ଏବଂ ଭାବନଗରର ୨ ବର୍ଷୀୟ ଶିଶୁଙ୍କଠାରେ ଯକୃତ ପ୍ରତିରୋପଣ କରାଯାଇଛି। ଉଭୟ ଆଖିକୁ ଆଇବ୍ୟାଙ୍କକୁ ଦାନ କରାଯାଇଛି। ଏଭଳି ଭାବେ ୭ଜଣ ପରିବାରର ସଦସ୍ୟଙ୍କୁ ନୂଆ ଜୀବନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri