ଟୁଇଟର୍‌ ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ,୧।୧୨: ନୂଆଦିଲ୍ଲୀ,୧।୧୨: ଟୁଇଟର୍‌ ଦାୟିତ୍ୱ ନେବା ମାତ୍ରେ ପରାଗ ଅଗ୍ରୱାଲ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି। ଟୁଇଟ୍‌ ସିଇଓ ପରାଗ ଟୁଇଟର ସମ୍ବନ୍ଧରେ ନୂତନ ନିୟମ କାର୍ଯ୍ୟକାରୀ କରିଛନ୍ତି। ନୂତନ ନିୟମ ଅନୁଯାୟୀ, କୌଣସି ୟୁଜର୍ସ ସମ୍ମତି ବିନା ଅନ୍ୟର ଫଟୋ କିମ୍ବା ଭିଡିଓ ଶେୟାର କରିବାକୁ ସମର୍ଥ ହେବେ ନାହିଁ । ଉତ୍ପୀଡନକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ପଦକ୍ଷେପ ନେଇଛି। ଉତ୍ପୀଡନ ବିରୋଧୀ ନୀତିକୁ ମଜଭୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଟୁଇଟର କହିଛି।
ଟୁଇଟରର ନୂତନ ନିୟମ ଅନୁଯାୟୀ, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ ଜଣେ କିଏ ଅନ୍ୟଜଣଙ୍କ ବିନା ଅନୁମତିରେ ଫଟୋ କିମ୍ବା ଭିଡିଓ କେହି ପୋଷ୍ଟ କରିଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଏହାକୁ ହଟାଇବାକୁ କହିପାରିବେ। ଟୁଇଟର୍‌ ସ୍ପଷ୍ଟ କରିଛି ଯେ ପବ୍ଲିକ୍‌ ଫିଗରଙ୍କୁ ଏହି ସୁବିଧା ମିଳିବ ନାହିଁ। ବ୍ୟକ୍ତିଗତ ସୂଚନା ପ୍ରକାଶ କରିବାକୁ ଧମକ ଦେବା କିମ୍ବା ଅନ୍ୟମାନଙ୍କୁ ଏହା କରିବାକୁ ଉତ୍ସାହିତ କରିବା ମଧ୍ୟ ଟୁଇଟରର ନୂତନ ଗୋପନୀୟତା ନୀତିରେ ଅନ୍ତର୍ଭୂକ୍ତ କରାଯାଇଛି।
ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ସେୟାର କରିବା ଜଣେ ବ୍ୟକ୍ତିର ଗୋପନୀୟତାକୁ ଖଣ୍ଡନ କରିପାରେ। ଏହିପରି କାର୍ଯ୍ୟ ହେତୁ (ଯାହାର ଫଟୋ ଶେୟାର କରାଯାଇଛି) ସେ ମାନସିକ କିମ୍ବା ଶାରୀରିକ କ୍ଷତି ମଧ୍ୟ ପାଇପାରନ୍ତି।ଏଭଳି ପରିସ୍ଥିତିରେ କମ୍ପାନୀ କହିଛି ଯେ ଯଦି କୌଣସି ବ୍ୟକ୍ତି କିମ୍ବା ତାଙ୍କ ପ୍ରତିନିଧୀ ଏପରି ସୂଚନା ଦିଅନ୍ତି, ତେବେ ଟୁଇଟର୍‌ ଏପରି ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ହଟାଇପାରିବ।

ଟୁଇଟର୍‌ ସହ-ପ୍ରତିଷ୍ଠାତା ଜ୍ୟାକ ଡୋରସି ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଭାରତୀୟ ମୂଳ ପରାଗ ଅଗ୍ରୱାଲଙ୍କୁ ନୂତନ ସିଇଓ କରାଯାଇଛି। ପରାଗ ୨୦୧୧ ମସିହାରୁ ଟୁଇଟରରେ କାମ କରୁଛନ୍ତି ଏବଂ ୨୦୧୭ ରୁ କମ୍ପାନୀର ସିଟିଓ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri