Posted inଜାତୀୟ

କୋର୍ଟ ରୁମ୍‌ରେ ରିଙ୍ଗ୍‌ ହେଲା ମୋବାଇଲ୍‌, ଫୋନ୍‌ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜବତ କଲେ ହାଇକୋର୍ଟ…

ଗାନ୍ଧିନଗର,୧।୧୨: କୋର୍ଟ ରୁମ୍‌ରେ ଶୁଣାଣି ଚାଲିଥିବା ସମୟରେ ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌ ରିିଙ୍ଗ୍‌ ହେବାରୁ ସେ ବସିବା ସ୍ଥାନରୁ ଉଠି ଚାଲିଯାଇଥିଲେ। ଏନେଇ ଉପସ୍ଥିତ ଥିବା ମୁଖ୍ୟ ବିଚାରପତି ଅରବିନ୍ଦ କୁମାର ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ମୋବାଇଲ୍‌ ଫୋନ୍‌ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଭଳି ଘଟଣା ଗୁଜରାଟ ହାଇକୋର୍ଟରେ ଘଟିଛି। କୋର୍ଟ ରୁମ୍‌ରେ ମୁଖ୍ୟ ବିଚାରପତିଙ୍କ ସମେତ ବିଚାରପତି ଆଶୁତୋଷ ଜେ. ଶାସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। କୋର୍ଟ ରୁମ୍‌ର କାର୍ଯ୍ୟ ବାଧା ନ ଉପୁଜିବା ଲାଗି ପ୍ରବେଶ ପୂର୍ବରୁ ମୋବାଇଲ୍‌କୁ ସୁଇଚ୍‌ ଅଫ୍‌ କରିବା ଲାଗି ସୂଚନା ଲଗାଯାଇଥିଲେ ବି ଏହାକୁ ସମ୍ପୃକ୍ତ ବ୍ୟକ୍ତି ଅଣଦେଖା କରିଥିବା ଦର୍ଶାଇ ଖଣ୍ଡପୀଠ ଏଭଳି ଆଦେଶ ଦେଇଛନ୍ତି।

ଏସମ୍ପର୍କରେ ରେଜିଷ୍ଟାର ଜେନେରାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସତ୍ୟପାଠ କରିବାକୁ ଆସିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମାନସିକ ସ୍ଥିତି ଖରାପ ଥିବାରୁ ମୁଖ୍ୟ ବିଚାରପତି ଜରିମାନା ଆଦାୟ କରିବାକୁ ମନା କରିଛନ୍ତି। ଏହା ସହିତ ମୁଖ୍ୟ ବିଚାରପତି କହିଛନ୍ତି ଯେ, କୋର୍ଟ ରୁମ୍‌ରେ ମୋବାଇଲ୍‌ ରିଙ୍ଗ୍‌ ହେଲେ ପ୍ରଥମେ ତାଗିଦ୍‌ ପାଇଁ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏଭଳି ଭୁଲ୍‌ ଦ୍ୱିତୀୟ ଥର ହେଲେ ୫୦୦ ଟଙ୍କା ଜରିମାନା ଦାଖଲ କରିବାକୁ ପଡ଼ିବ। ଯଦି ତୃତୀୟ ଥର ଲାଗି ଏହା ହୁଏ ତେବେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିବ ପ୍ରତିବର୍ଷ: ଏହି ଦୁଇ ମାସରେ ହେବ ବେଲଗାମ…

ନୂଆଦିଲ୍ଲୀ,୧୯।୪: ଭାରତରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ପ୍ରତିବର୍ଷ...

ଜ୍ଞାନବାପି ସର୍ଭେ ରାୟ ଦେଇଥିବା ଜଜ୍‌ଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, ୯ା୬: ଉତ୍ତରପ୍ରଦେଶ ଜ୍ଞାନବାପି ମସ୍‌ଜିଦ୍‌ରେ ଭିଡିଓଗ୍ରାଫି ସର୍ଭେ ପାଇଁ ରାୟ ଦେଇଥିବା ବାରାଣସୀ କୋର୍ଟ ଜଜ୍‌ ରବି କୁମାର ଦିବାକରଙ୍କୁ ହତ୍ୟା ଧମକ ମିଳିଛି।...

ଲୋକ ସଭାରୁ ଇସ୍ତଫା ଦେଲେ ଅଖିଳେଶ-ଆଜମ

ଲକ୍ଷ୍ନୌ,୨୨।୩: ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଲୋକ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଅଖିଳେଶ...

୨୩ରେ ଅର୍ଣ୍ଣବ ଗୋସ୍ବାମୀଙ୍କ ଆଗୁଆ ଜାମିନ ଶୁଣାଣିି

ମୁମ୍ବାଇ,୧୩।୧୧:‘ମୁମ୍ବାଇର ସେସନ୍ସ କୋର୍ଟ ପକ୍ଷରୁ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ତାଙ୍କ ସ୍ତ୍ରୀ ସମ୍ୟାବ୍ରତ ରାୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ନଭେମ୍ବର...

ମହାମାରୀ ତାଣ୍ଡବ ଚେତାବନୀକୁ ଅଣଦେଖା କରିଛନ୍ତି ମୋଦି ସରକାର…

ନୂଆଦିଲ୍ଲୀ,୧।୫: ଭାରତରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ସହିତ ସମତାଳରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଦେଶର ବିଭିନ୍ନ ଶ୍ମଶାନରେ...

କରୋନାରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଲକ୍ଷ୍ନୌ,୩୧।୭: କରୋନାରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପରିବାରକୁ ଏଣିକି ମିଳିବ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ମିଳିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ...

ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବୁଧବାର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା...

ଅଗଷ୍ଟ ୧୮ ଯାଏ ଜେଲରେ ରହିବେ ପାର୍ଥ-ଅର୍ପିତା

କୋଲକାତା,୫।୮: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୧୮ ଯାଏ ଅର୍ଥାତ ଆସନ୍ତା ୧୪ ଦିନ ଯାଏ ଜେଲରେ...

Advertisement
Archives

Model This Week