Posted inଫୁରସତ

ଟୁଇଟର ମାଷ୍ଟର ପ୍ରଦ୍ୟୁମ୍ନ

ସରକାରଙ୍କ ନାନାପ୍ରକାର ଯୋଜନା ସମ୍ପର୍କରେ ସାଧାରଣ ଲୋକ କିପରି ଅବଗତ ହେବା ସହ ଉପକୃତ ହେବେ,ତାକୁ ଟ୍ବିଟ୍‌ କରି ସରକାରଙ୍କୁ ଅବଗତ କରୁଥିବା ପ୍ରଦ୍ୟୁମ୍ନ ଏବେ ଟ୍ବିଟର ମାଷ୍ଟରଭାବେ ବେଶ୍‌ ପରିଚିତ।

ଜନଶୁଣାଣି ଶିବିରରେ ସାଧାରଣ ଲୋକଙ୍କ ଅଭିଯୋଗକୁ ପ୍ରଶାସନିକ ଅଧିକାରୀମାନେ ଗ୍ରହଣକରି ତା’ର ବିଚାର ଓ ସମାଧାନ ଦିଗରେ ପଦକ୍ଷେପ ନେଇଥାନ୍ତି । କିନ୍ତୁ ସବୁ ଲୋକଙ୍କୁ ଏସମ୍ପର୍କରେ ଭଲଭାବରେ ଜଣା ନ ଥାଏ ନିଜ ଅଭିଯୋଗକୁ କେମିତି ଜଣାଇବେ। ଲୋକଙ୍କର ଏପରି ସମସ୍ୟାକୁ ସମାଧାନ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ଯୁବକ, ଯିଏକି ପେସାରେ ଜଣେ ଇଞ୍ଜିନିୟର। ସେ ଉଭୟ ଗାଁ ଓ ସହରାଞ୍ଚଳର ବିଭିନ୍ନ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମରୁ ସଂଗ୍ରହକରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଦିନେ କି ଦୁଇଦିନ ନୁହେଁ ପ୍ରାୟ ୩ ବର୍ଷ ଧରି ସାଧାରଣ ଲୋକଙ୍କ ନାନା ଅଭାବ ଅସୁବିଧା ସମ୍ପର୍କରେ ଟୁଇଟର ଜରିଆରେ ସେ ସରକାରଙ୍କୁ ଅବଗତ କରାଇବା ସହ ତା’ର ସମାଧାନ ପାଇଁ ପ୍ରୟାସ ଜାରିରଖିତ୍ଛନ୍ତି। ସେ ହେଲେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ରାମଲେଙ୍କା ପଞ୍ଚାୟତ ଅଧୀନ ବ୍ରାହ୍ମଣଦେଓ ଗ୍ରାମର ପ୍ରଦ୍ୟୁମ୍ନ କୁମାର ବିଶ୍ବାଳ। ବୟସ ପ୍ରାୟ ୨୫ବର୍ଷ। ସେ ପେଟ୍ରୋକେମିକାଲ ଇଞ୍ଜିନିୟରିଂ ପଢାସାରି ଏବେ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ବାପା ଗଙ୍ଗାଧର ବିଶ୍ୱାଳ ଜଣେ ବ୍ୟବସାୟୀ। ମା’ପ୍ରଭାସିନୀ ଗୃହିଣୀ । ଯୁବଇଞ୍ଜିନିୟର ୍‌ପ୍ରଦ୍ୟୁମ୍ନ ‘ଟୁଇଟର ମାଷ୍ଟର’ ଭାବେ ଚିଲିକା ଅଞ୍ଚଳରେ ଖୁବ୍‌ ପରିଚିତ। ସେ କୁହନ୍ତି, ‘କରୋନା ସମୟରେ ସ୍ଲଟ୍‌ ବୁକିଙ୍ଗ ଦେଖୁଦେଖୁ ଲୋକଙ୍କ ସମସ୍ୟାକୁ ଟ୍ବିଟ୍‌ ମାଧ୍ୟରେ ଅପଲୋଡ୍‌ କରିବା ଆରମ୍ଭ କରିଥିଲି। ହେଲେ ଗରିବ ଲୋକଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍‌ ଜରିଆରେ କିପରି ସାହାଯ୍ୟ କରିବି ଚିନ୍ତା କଲି। ଏଥିପାଇଁ ଏହି କାର୍ଯ୍ୟ ମୋର ନିଶା ପାଲଟିଗଲା। ତେବେ ସରକାରଙ୍କ ନାନାପ୍ରକାର ଯୋଜନା ସମ୍ପର୍କରେ ସମସ୍ତେ କିପରି ଅବଗତ ହୋଇପାରିବେ,ଏଥିନେଇ ଯତ୍ନବାନ ଥାଏ। ୨୦୧୯ରୁ ସାଧାରଣ ଲୋକଙ୍କ ଅଭାବ ଅସୁବିଧାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିଆସୁଛି। ଏଥିପାଇଁ ପ୍ରତିଦିନ ସକାଳୁ ଉଠିଲେ କିଛି ନା କିଛି ସାମାଜିକ କାର୍ଯ୍ୟରେ ସାମିଲ ହୋଇଥାଏ। ବିଭିନ୍ନ ଖବରକାଗଜ,ଟିଭି ଓ ସାମାଜିକ ଗଣମାଧ୍ୟମ ଆଦିରୁ ନାନାଘଟଣା ସମ୍ପର୍କରେ ଜାଣିଥାଏ। ଏପରିକି ନିଜେ କେତେକ ତଥ୍ୟକୁ ସଂଗ୍ରହକରି ସରକାରଙ୍କ ବିଭିନ୍ନ ବିଭାଗକୁ ଟୁଇଟ୍‌କରି ଜଣାଇଥାଏ। ଯାହାର ସମାଧାନ ମଧ୍ୟ ହୋଇଛି। ପୁରୀ, ଗଞ୍ଜାମ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର ଆଦି ଜିଲାର କେତେକ ଘଟଣାକୁ ଟୁଇଟ ଜରିଆରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିବାରୁ ସାଧାରଣଲୋକଙ୍କୁ ସରକାରୀ ସହାୟତା ମିଳିପାରିଛି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୨ ହଜାର ସମସ୍ୟାକୁ ଟୁଇଟ୍‌ କରି ତାହାର ସମାଧାନ କରିବାରେ ସଫଳ ହୋଇଛି। ଏପରିକି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ, ବାଲେଶ୍ୱର ରେଳଷ୍ଟେଶନ ରାସ୍ତାରେ ରହୁଥିବା ଅସହାୟମାନଙ୍କ ଥଇଥାନ ବ୍ୟବସ୍ଥା, ନୟାଗଡ଼ ଜିଲା ଦଶପଲ୍ଲାର ଅନାଥ ଶିଶୁଙ୍କୁ ସହାୟତା ପ୍ରଦାନ, ଗଞ୍ଜାମ ଜିଲା ରମ୍ଭା ଏନଏସିର ସାର୍ବଜନୀନ ଶୌଚାଳୟ କାର୍ଯ୍ୟକ୍ଷମ କରିବା, କୃଷ୍ଣପ୍ରସାଦ ବ୍ଲକର ଉଠାଣିକୁଦାଠାରୁ ମୋରଡା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ରିଜ ମରାମତି ଓ ଗ୍ରାମୀଣ କ୍ରୀଡାଙ୍ଗନରୁ ବିଦ୍ୟୁତ୍‌ ଖୁଣ୍ଟ ହଟାଇବା, ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଳକର ସାନପଦର ଗ୍ରାମର ଜିତେନ୍ଦ୍ର କୁମାର ପଟ୍ଟନାୟକ ଦୀର୍ଘଦିନ ଧରି କିଡ଼୍‌ନୀ ରୋଗରେ ପୀଡ଼ିତ ରହିଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନ ଥିଲେ। ତାଙ୍କ ବିଷୟରେ ଟୁଇଟ୍‌ କରିବାପରେ ଖୋର୍ଦ୍ଧା ଜିଲାପାଳ ଘଟଣାର ତଦନ୍ତ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକୃତରେ ଏସବୁ କାମ ମତେ ବେଶ୍‌ ମାନସିକ ଶାନ୍ତି ଦେଉଛି।’

-କୈଳାସ ପଟ୍ଟନାୟକ, ଦୁର୍ଗାପ୍ରସାଦ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?