ଲକ୍ଷେ ଡଲାରରେ ଗଲା ଟୁଇଟର ପକ୍ଷୀ

ସାନ୍‌ ଫ୍ରାନ୍ସିସ୍କୋ, ୨୦।୧:ଆମେରିକାର ସାନ୍‌ ଫ୍ରାନ୍ସିସ୍କୋରେ ଥିବା ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟର ହେଡ୍‌କ୍ୱାର୍ଟର୍ସର ଅଧିକାଂଶ ଆସବାବପତ୍ର ନିଲାମ କରିଛନ୍ତି ଏଲନ ମସ୍କ। ନିଲାମ ହୋଇଥିବା ବସ୍ତୁଗୁଡ଼ିକ ଭିତରୁ ଟୁଇଟର ପକ୍ଷୀ ଷ୍ଟାଚ୍ୟୁ ସର୍ବାଧିକ ୧ ଲକ୍ଷ ଡଲାରରେ ନିଲାମ ହୋଇଛି। ଏହାବ୍ୟତୀତ କର୍ମଚାରୀଙ୍କ ସୁବିଧା ପାଇଁ ଅଫିସ୍‌ରେ ଥିବା ପିଜା ଓଭାନ୍‌, ଇପ୍ରେସୋ ମେଶିନ୍‌, ବାଇସାଇକେଲ ପାଓ୍ବାର୍ଡ ଚାର୍ଜିଂ ଷ୍ଟେଶନ୍‌, ଟେଲିଭିଜନ୍‌ ଏବଂ ଫୁଲଦାନି ନିଲାମ କରାଯାଇଛି। ନିଲାମ ବସ୍ତୁର ମୂଲ୍ୟ ବଜାର ମୂଲ୍ୟଠାରୁ ଢେର୍‌ ଗୁଣା ଅଧିକ ଥିବା କେତେଜଣ ୟୁଜର୍ସ ସୋସିଆଲ ସାଇଟ୍‌ରେ ଆପତ୍ତି ଉଠାଇଛନ୍ତି। ଗତବର୍ଷ ଅକ୍ଟୋବରରେ ମସ୍କ ୪୪ ବିଲିୟନ୍‌ ଡଲାରରେ ଟୁଇଟର କିଣିଥିଲେ। ଏହାପରଠାରୁ ବହୁକର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ସହ କମ୍ପାନୀର ବହୁ ନିୟମରେ ସେ ପରିବର୍ତ୍ତନ ଆଣିଥିଲେ। ଅନ୍ୟପକ୍ଷେ ବହୁ ଆଡଭାର୍ଟାଇଜର ଟୁଇଟର ଠାରୁ ମୁହଁ ଫେରାଇନେବା କାରଣରୁ କମ୍ପାନୀର ଆୟ କ୍ରମାଗତ କମିବାରେ ଲାଗିଛି। ଏ ଦୃଷ୍ଟିରୁ ମସ୍କ ହେଡ୍‌ଅଫିସର ଆସବାବପତ୍ର ନିଲାମ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ...

ନଓ୍ବାଜ୍‌ ଶରିଫ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ୍‌,୨୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କୁ ଆଶ୍ୱସ୍ତି ମିଳିଛି। ପାକିସ୍ତାନ ହାଇକୋର୍ଟ ନଓ୍ବାଜଙ୍କୁ ଦୁର୍ନୀତିର ୨ଟି ମାମଲାରେ ଦୋଷମୁକ୍ତ କରିଛି। ୨୦୧୮ରେ ଦୁର୍ନୀତି ମାମଲାରେ...

ଇସ୍ରାଏଲରେ ପହଞ୍ଚିଥିବା ଏଲନ ମସ୍କଙ୍କୁ ଆମନ୍ତ୍ରଣ କଲା ହମାସ

ଜେରୁଜେଲମ,୨୯।୧୧: ୟହୂଦି ବିରୋଧକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଥିବା ଏଲନ ମସ୍କ ସୋମବାର ଇସ୍ରାଏଲରେ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏକ ସ୍ବତନ୍ତ୍ର...

ଗାଜାରେ ୩୭ ଦିନ ପରେ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ, ଭାଇରାଲ ହେଉଛି ଭିଡିଓ

ଜେରୁଜେଲମ,୨୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇଛି। ଭୟଙ୍କର ବୋମା ବିସ୍ଫୋରଣର ୩୭ ଦିନ...

Word Of The Year 2023: ଅକ୍ସଫୋର୍ଡ ଆଠଟି ଶବ୍ଦର ତାଲିକା ପ୍ରକାଶ କଲା, ସେସବୁର ଅର୍ଥ କ’ଣ ଜାଣନ୍ତୁ…

ଲଣ୍ଡନ,୨୯।୧୧ : ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ସମ୍ମାନଜନକ ୱାର୍ଡ ଅଫ ଦି ଇୟର ପାଇଁ ଆଠଟି ଶବ୍ଦର ଏକ ସଂକ୍ଷିପ୍ତ ତାଲିକା ପ୍ରକାଶ କରିଛି। ଭାଷା...

ସମୁଦ୍ର ଉପରେ ମଝି ଆକାଶରେ ଦୁୁର୍ଘଟଣା ଗ୍ରସ୍ତ ହେଲା ସାମରିକ ବିମାନ, ୮ ଯାତ୍ରୀ ଜୀବିତ କି ମୃତ ନେଇ ସନ୍ଧାନ ଜାରି…

ଟୋକିଓ/ଓ୍ବାଶିଂଟନ,୨୯।୧୧ : ଆମେରିକାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ ଆମେରିକାର ସାମରିକ ବିମାନ ଓସପ୍ରେ ଜାପାନ ନିକଟ ସମୁଦ୍ରରେ ଖସିପଡଛି।...

ଇଣ୍ଟର୍ନଶିପରେ କମ୍ପାନୀ କରାଇଲା ଅଧିକ କାମ, ଚାଲିଗଲା ଯୁବକଙ୍କ ଜୀବନ

ବେଜିଂ,୨୯।୧୧: ଇଣ୍ଟର୍ନଶିପ ସମୟରେ ବ୍ୟକ୍ତି କୌଣସି କମ୍ପାନୀରେ କାମ ଶିଖିଥାଏ। ଶୀଘ୍ର କାମ ଶିଖିବା ପରେ ଉକ୍ତ ବ୍ୟକ୍ତିଙ୍କୁ କମ୍ପାନୀ ନିଯୁକ୍ତି ଦେଇ ପାରିବ ବୋଲି...

ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri