Posted inଜାତୀୟ

ମଣିଷଖିଆ ଚିତାକୁ ଗୁଳି ନିର୍ଦ୍ଦେଶ

ରାଞ୍ଚତ୍,୨୦ା୧:ଝାଡ଼ଖଣ୍ଡର ଗଢ଼ଓ୍ବା ଓ ଲାଟେହାରରେ ଏକ ଚିତାବାଘ ୩ ପିଲାଙ୍କ ସମେତ ୪ ଜଣଙ୍କୁ ମାରି ଖାଇସାରିଲାଣି। ଶେଷରେ ରାଜ୍ୟର ବନ ବିଭାଗ ଏହି ମଣିଷଖିଆ ବାଘକୁ ଗୁଳି କରିବାକୁ ନିର୍ଦ୍ଦେଶନାମା ଜାରି କରିଛି। ବାଘକୁ ଟ୍ରାଙ୍କୁଲାଇଜ୍‌ କରିବା ସହ ଧରିବା ପାଇଁ ହାଇଦ୍ରାବାଦର ଜଣାଶୁଣା ଶିକାରୀ ନଓ୍ବାବ ଶଫାଥ ଅଲୀ ଖାନ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଏବେ ଶୁଟିଂ ଅର୍ଡର ମିଳିବା ପରେ ସେ ମଣିଷଖିଆ ଚିତାକୁ ମାରିବାକୁ ଉଦ୍ୟମ କରିବେ। ଗୁଳି କରିବା ପାଇଁ ପ୍ରିନ୍ସିପାଲ ଚିଫ୍‌ କଞ୍ଜରଭେଟର ଫର୍‌ ଫରେଷ୍ଟ (ପିସିସିଏଫ୍‌ ଓ୍ବାଇଲ୍ଡ ଲାଇଫ୍‌) ଶଶିକର ସାମନ୍ତ ସର୍ତ୍ତମୂଳକ ଅନୁମତି ଦେଇଥିବା ସ୍ପଷ୍ଟ କରିଛନ୍ତି। କାହା ଜୀବନ ପ୍ରତି ବିପଦ ଥିବା ଅନୁଭୂତ ହେଲେ ଚିତାକୁ ହତ୍ୟା କରାଯିବ। ତଥାପି ଏହାକୁ ନିଶ୍ଚେତକ ଦେଇ ଧରିବା ପାଇଁ ଉଦ୍ୟମ ଚାଲିଛି। ଗୁଳି କରିବା ଶେଷ ବିକଳ୍ପ ବୋଲି ସାମନ୍ତ କହିଛନ୍ତି। ପ୍ରକାଶ ଯେ, ପାଲାମୁ ଆଞ୍ଚଳିକ ବନ ମୁଖ୍ୟ ସଂରକ୍ଷକ (ଅର୍‌ସିସିଏଫ୍‌) କୁମାର ଆଶୁତୋଷଙ୍କ ସୁପାରିସକ୍ରମେ ଚିତାକୁ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ଡିସେମ୍ବରରେ ଏହି ଚିତା ୪ ଜଣଙ୍କୁ ଖାଇଦେବା ପରେ ଏହାର ଗତିବିଧି ଉପରେ ନଜର ରଖିବା ପାଇଁ ୫୦ କ୍ୟାମେରା ସମେତ ଗୋଟିଏ ଡ୍ରୋନ୍‌ ଓ ବହୁ ସଂଖ୍ୟକ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ଶିବସେନା ନେତାଙ୍କୁ ଗୁଳି: ମନ୍ଦିର ବାହାରେ ଦେଇଥିଲେ ଧାରଣା

ଚଣ୍ଡିଗଡ଼,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ଅଭାବନୀୟ ଘଟଣା ଘଟିଛି। ଶିବସେନାର ଜଣେ ନେତାଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରାଯାଇଛି। ଏହି ଘଟଣା...

ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ ଯୋଗୁ ଗୁଜରାଟ ପରେ ମୁମ୍ବାଇ-ଦିଲ୍ଲୀରେ ବଢ଼ିଲା କରୋନା ସଂକ୍ରମଣ: ସଞ୍ଜୟ ରାଉତ

ମୁମ୍ବାଇ,୩୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ଶିବସେନା ସଦସ୍ୟ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ...

ଗିରଫ ହେଲେ ଟିଏମ୍‌ସି ନେତ୍ରୀ ଶାୟନି ଘୋଷ

କୋଲକାତା,୨୨ ।୧୧: ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟ ସଚିବ ଶାୟନି ଘୋଷଙ୍କୁ ଗିରଫ କରାଯାଇଛି । ଏକ ସଭାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଧମକ...

ଯୌନକର୍ମୀଙ୍କୁ ଗିରଫ କରିବା ଅନୁଚିତ

କଲିକତା,୧୨ା୮: ଯୌନକର୍ମୀମାନଙ୍କୁ ଗିରଫ କରିବା ଅନୁଚିତ। ସେମାନଙ୍କୁ ଅପରାଧର ଶିକାର ଭାବେ ବିବେଚନା କରାଯିବା ଜରୁରୀ ବୋଲି କଲିକତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। କଲିକତାର...

ଆସନ୍ତା ବର୍ଷ ଦିଲ୍ଲୀରେ ହେବନି ଆର୍ମି ଡେ’ ପରେଡ

ନୂଆଦିଲ୍ଲୀ,୨୦।୯: ସେନା ଦିବସ ଅବସରରେ ପ୍ରତିବର୍ଷ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେଉଥିବା ସେନା ଦିବସ ପରେଡ ଆସନ୍ତା ବର୍ଷ ଦିଲ୍ଲୀ ବାହାରେ ସ୍ଥାନାନ୍ତର...

ଯୁବକ ସମୟରେ କରିଥିଲେ ଅପରାଧ; ବୃଦ୍ଧାବସ୍ଥାରେ ପଡ଼ିଲେ ଧରା

ଝାବୁଆ,୧୭।୪: କୁହାଯାଏ ସତ କେବେ ଲୁଚି ରହେନା। ଏହାର ଏକ ଉଦାହରଣ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଦେଖିବାକୁ ମିଳିଛି। ଯୁବକ ସମୟରେ ଅପରାଧ କରି ଜଣେ...

ଘରୁ ଜବତ ହେଲା ବିଡ଼ା ବିଡ଼ା ନୋଟ୍‌…

କାନପୁର, ୨୫।୧୨: ଉତ୍ତରପ୍ରଦେଶରେ କେବଳ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ନଗଦ ଜବତ ହୋଇଛି। ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରୁ ଆୟକର ଚଢ଼ାଉ...

ଲାଲୁଙ୍କ ପରିବାରରେ ଫାଟ! ସାନ ଭାଇ ଭାଷଣ ଦେବାରୁ ଉଠି ଚାଲିଗଲେ ବଡ ଭାଇ

ପାଟନା,୧୧।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପୁଣି ପାଟ ଦେଖାଯାଇଛି। ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପ...

Advertisement
Archives

Model This Week