ବିବିସି ଡକ୍ୟୁମେଣ୍ଟାରି: ମୋଦିଙ୍କୁ ସମର୍ଥନ କଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୨୦ ।୧: ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରିର ବିବାଦ ଏବେ ବ୍ରିଟିଶ ସଂସଦରେ ପହଞ୍ଚିଯାଇଛି । ପକିସ୍ତାନର ମୂଳ ବାସିନ୍ଦା ସାଂସଦ ଇମରାନ ହୁସେନ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ, ଆଉ ଏହା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ସମକକ୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଥିଲେ । ସୁନକ କହିଥିଲେ କି ସେ ତାଙ୍କ ଭାରତୀୟ ସମକକ୍ଷଙ୍କ ଚରିତ୍ର ଚିତ୍ରଣ ସହ ସହମତ ନୁହେଁ ।
ଡକ୍ୟୁମେଣ୍ଟାରିକୁ ନେଇ ହୁସେନଙ୍କ ପ୍ରଶ୍ନର କଡା ଜବାବ ଦେଇଥିଲେ ସୁନକ । ସେ କହିଥିଲେ ଏହା ଉପରେ ୟୁକେ ସରକାରଙ୍କ ସ୍ଥିତି ସ୍ପଷ୍ଟ ଓ ଦୀର୍ଘ ସମୟରୁ ଚାଲିଆସିଥିବାରୁ ଏହା ବଦଳି ନାହିଁ । ସୁନକ ଆହୁରି ମଧ୍ୟ କହିଥିଲେ, ‘ନିଶ୍ଚିତ ଭାବେ ଆମେ ଉତ୍ପିଡନକୁ ବରଦାସ୍ତ କରିବୁ ନାହିଁ, ଏହା ଯେଉଁଠିବି ହେଉନା କାହିଁକି, ହେଲେ ମୁଁ ସେହି ଚରିତ୍ର ସହ ଆଦୌ ସହମତ ନୁହେଁ ଯାହା ନରେନ୍ଦ୍ର ମୋଦିଙ୍କୁ ନେଇ ସାମ୍ନାରେ ରଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫାସଟ୍ୟାଗ୍ସ ଦ୍ୱାରା ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୨୪।୧ : ଫାସଟ୍ୟାଗ୍ସ ମାଧ୍ୟମରେ, ଗତ କିଛି ବର୍ଷ ମଧ୍ୟରେ ଟୋଲ ସଂଗ୍ରହରେ ବୃଦ୍ଧି ଘଟିଛି । ୨୦୨୧ ବର୍ଷ ତୁଳନାରେ, ୨୦୨୨ରେ ଟୋଲ ସଂଗ୍ରହରେ...

ଭାରତର ନୂଆ ଯୋଜନା: ଚାଇନା-ପାକିସ୍ତାନ ସୀମାରେ ମୁତୟନ ହେବ ରକେଟ ଲଞ୍ଚର

ନୂଆଦିଲ୍ଲୀ, ୧।୯: ସୀମାରେ ଉତ୍ତେଜନା ବଢୁଥିବାର ଭାରତ ନୂଆ ଯୋଜନା ପ୍ରସ୍ତୁତ କରିଛି। ପାକିସ୍ତାନ ସୀମା ଏବଂ ଚାଇନା ସୀମାରେ ପିନାକା ରକେଟ ଲଞ୍ଚର ମୁତୟନ...

ଫଡ଼ନଭିସଙ୍କ ଫୋନ୍‌ ଟାପିଂ ମାମଲାର ହେବ ସିବିଆଇ ଯାଞ୍ଚ୍‌, ଶିନ୍ଦେ ସରକାରଙ୍କ ନିର୍ଦ୍ଦେଶ…

ମୁମ୍ବାଇ, ୨୩।୭ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାର ରାଜ୍ୟ ପୋଲିସକୁ ଦୁଇଟି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ...

ଭାରତ ଯୋଡୋ ଯାତ୍ରାରେ ଯୋଗଦେଲେ ରିୟା ସେନ…

ମୁମ୍ବାଇ,୧୭।୧୧ : ଅନ୍ୟ ଜଣେ ବଲିଉଡ ଅଭିନେତ୍ରୀ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଛନ୍ତି। ଅଭିନେତ୍ରୀ ରିୟା ସେନ ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ...

ଗୋପିଚନ୍ଦ ନାରଙ୍ଗଙ୍କ ପରଲୋକ

ନୂଆଦିଲ୍ଲୀ/ୱାଶିଂଟନ,୧୬ ।୬: ପ୍ରତିଷ୍ଠିତ ଉଦ୍ଧ୍ୱୁର୍ ସାହିତ୍ୟିକ ଗୋପିଚନ୍ଦ ନାରଙ୍ଗଙ୍କର ପରଲୋକ ହୋଇଛି । କୁହାଯାଉଛି କି କିଛି ଦିନ ଦିନ ହେବ ସେ ଅସୁସ୍ଥ ଥାଇ...

ସୁଷମା ସ୍ବରାଜ ଗୁରୁତ୍ୱପୂର୍ଣ୍ଣ ନ ଥିଲେ: ମାଇକ ପୋମ୍ପିଓ…

ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ଯେ ସେ ତାଙ୍କର ତତ୍କାଳୀନ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ବରାଜଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ...

ରାହୁଲଙ୍କ ଭାଷଣ କମ୍ପାଉଛି: ଷ୍ଟାଲିନ୍‌

ଚେନ୍ନାଇ,୨୬।୧୨: ଭାରତ ଯୋଡ଼ୋ ଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ କମ୍ପନ ସୃଷ୍ଟି କରୁଛି ବୋଲି ରବିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ କହିଛନ୍ତି।...

‘ଅଜନ୍ତା ସୁଜ୍‌’ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧: ଦେଶର ପ୍ରମୁଖ ଫୁଟ୍‌ୱିୟର ବ୍ରାଣ୍ଡ୍‌ ‘ଅଜନ୍ତା ସୁଜ୍‌’ର ନୂତନ ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ପ୍ରଥମ ସ୍ବଦେଶୀ ନିର୍ମିତ ସ୍ମାର୍ଟ...

Advertisement
Archives

Model This Week