୮ ଡଲାର ସବସ୍କ୍ରିପଶନ ନିଷ୍ପତ୍ତିକୁ ଫେରାଇ ନେଲା ଟୁଇଟର

ୱାଶିଂଟନ,୧୨ ।୧୧: ଟୁଇଟରର ଚଢେଇ ସାରା ବିଶ୍ୱର ମୁଣ୍ଡକୁ ବିଗାଡିବାରେ ଲାଗିଛି । ଟୁଇଟରର ନୂଆ ମାଲିକ ଏଲନ ମସ୍କ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯାହା ଏବେ ପୁଣି ଚର୍ଚ୍ଚାକୁ ଆସିଛି । ରିପୋର୍ଟ ଅନୁଯାୟୀ, କମ୍ପାନୀ ଚଳିତ ସପ୍ତାହ ଆରମ୍ଭରେ କରିଥିବା ୮ ଡଲାର ବାଲା ବ୍ଲୁ ଟିକ ସବସ୍କ୍ରିପଶନକୁ ଫେରାଇ ନେଇଛି । କମ୍ପାନୀର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରୋଗ୍ରାମକୁ ଲଞ୍ଚ କରିବା ପରେ ଫେକ ଆକାଉଣ୍ଟ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଲା । ଏହାକୁ ଦେଖି କମ୍ପାନୀ ଏହି ପ୍ରୋଗାମକୁ କ୍ୟାନସେଲ କରିବାକୁ ନିଷ୍ପତ୍ତି ନେଲା । ହେଲେ ଟୁଇଟରରେ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କ ପାଇଁ ଏବେବି ଏହି ସୁବିଧା ରହିବ ।
ସୂଚନାଯୋଗ୍ୟ, ବ୍ଲୁ ଟିକ ସବସ୍କ୍ରିପଶନ ପ୍ରୋଗ୍ରାମ ଆରମ୍ଭ ହେବା ପରଠାରୂ ଫେକ ଆକାଉଣ୍ଟ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଥିଲା । ହେଲେ କମ୍ପାନୀ ଏଥିପ୍ରତି ନଜର ଦେଇ ନ ଥିଲା କି ଏହାଦ୍ୱାରା କମ୍ପାନୀର କିଛି କ୍ଷତି ହୋଇ ନ ଥାଆନ୍ତା । ହେଲେ ଏହି ଫେକ ଆକାଉଣ୍ଟରେ ଏମିତି ସବୁ ଟୁଇଟ କରାଗଲା ଯାହାକୁ ଦେଖିବା ପରେ ଟୁଇଟର ବ୍ଲୁ ଟିକ୍ ସବସ୍କ୍ରିପଶନକୁ ବନ୍ଦ କରିବାକୁ ବାଧ୍ୟ ହେଲା । ଯେମିତି ଜଣେ ବ୍ୟକ୍ତି ଟେଲସା ଇଙ୍କର ଫେକ ଆକାଉଣ୍ଟ କରି କମ୍ପାନୀର ସୁରକ୍ଷା ରେକର୍ଡର ମଜାକ ଉଡାଇଲେ । ଅନ୍ୟଜଣେ ୟୁଜର ଜଣାଶୁଣା ଫାର୍ମା କମ୍ପାନୀ ଏଲି ଲିଲି ଆଣ୍ଡ କ୍ମମ୍ପାନୀ ଭାବେ ଭେରିଫାଏ କରିବା ପରେ ଟୁଇଟ କଲେ ଇନସୁଲିନ ଏବେ ମାଗଣାରେ । ଏସବୁ ଦେଖିବା ପରେ ଟୁଇଟର ତା’ର ନିଷ୍ପତ୍ତିରେ ପରିବର୍ତ୍ତନ କଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri