ଏହି ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ କରନ୍‌ ଜୋହର; ଏଭଳି କହିଥିଲେ ମନକଥା

ବମ୍ବେ: ନିଜ ସମୟର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଟ୍ବିଙ୍କଲ ଖନ୍ନା। ‘ବରସାତ’ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରି ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ସେ। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଲଭ୍‌ କେ ଲିଏ କୁଛ ଭି କରେଗା’। ୨୦୦୧ରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ସେ ଅଭିନୟରୁ ଦୂରେଇ ଯାଇ ପରିବାରକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ତାଙ୍କ ଜୀବନରେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ କି ତାଙ୍କୁ ଏକତରଫା ପ୍ରେମ କରୁଥିଲେ। ସେ ଆଉ କେହି ନୁହନ୍ତି ବରଂ ଲୋକପ୍ରିୟ ଫିଲ୍ମନିର୍ମାତା କରନ୍‌ ଜୋହର। ସେ ଅଭିନେତ୍ରୀଙ୍କୁ ହୃଦୟ ଦେଇ ବସିଥିଲେ। ନିଜେ ଟ୍ବିଙ୍କଲ ଏହି କଥା ଉପରୁ ପରଦା ଉଠାଇଛନ୍ତି।

‘ମିସେସ୍‌ ଫନିବୋନ୍ସ’ ପୁସ୍ତକ ଉନ୍ମୋଚନ ସମୟରେ ଟ୍ବିଙ୍କଲ କହିଥିଲେ, କରନ୍‌ ତାଙ୍କୁ ହୃଦୟର କଥା କହିଥିଲେ। ସେ ତାଙ୍କୁ ଭଲ ପାଆନ୍ତି ବୋଲି କହିଥିଲେ। କରନ୍‌ ସବୁବେଳେ ତାଙ୍କ ଓଠ ଉପରେ ଥିବା ଚୁଟିକୁ ଦେଖୁଥିଲେ। ଏହା ସୁନ୍ଦର ବୋଲି ସେ କହିବା ସହ ତାଙ୍କୁ ନିଶ ପସନ୍ଦ ବୋଲି କହିଥିଲେ।

ଅପରପକ୍ଷେ କରନ୍‌ ମଧ୍ୟ ଟ୍ବିଙ୍କଲଙ୍କୁ ପସନ୍ଦ କରୁଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ଜୀବନରେ ସେ ଏକମାତ୍ର ଏପରି ମହିଳା ଥିଲେ ଯାହାଙ୍କୁ ସେ ଭଲ ପାଉଥିଲେ। ଉଭୟ ଭଲ ବନ୍ଧୁ ଥିଲେ। ଅନେକ ସମୟରେ ନିଜ ସ୍କୁଲରୁ ଖସି ଆସି ଟ୍ବିଙ୍କଲଙ୍କୁ ଭେଟୁଥିଲେ କରନ୍‌।

ପିଲାଦିନରୁ ବନ୍ଧୁ ଥିବା ସତ୍ତ୍ୱେ ଟ୍ବିଙ୍କଲ କରନ୍‌ଙ୍କ ଡେବ୍ୟୁ ଫିଲ୍ମ କରିବାକୁ ମନା କରିଦେଇଥିଲେ। ସେତେବେଳେ କରନ୍‌ ଟ୍ବିଙ୍କଲଙ୍କୁ ‘ଟିନା’ ଭୂମିକା ଦେଇଥିଲେ। ହେଲେ ସେ ସଫାସଫା ମନା କରିଦେଇଥିଲେ। ଫଳରେ ପୁଣି ଥରେ ତାଙ୍କର ହୃଦୟ ଭାଙ୍ଗିଥିଲେ ବୋଲି କରନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri