ଏହି ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ କରନ୍‌ ଜୋହର; ଏଭଳି କହିଥିଲେ ମନକଥା

ବମ୍ବେ: ନିଜ ସମୟର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଟ୍ବିଙ୍କଲ ଖନ୍ନା। ‘ବରସାତ’ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରି ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ସେ। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଲଭ୍‌ କେ ଲିଏ କୁଛ ଭି କରେଗା’। ୨୦୦୧ରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ସେ ଅଭିନୟରୁ ଦୂରେଇ ଯାଇ ପରିବାରକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ତାଙ୍କ ଜୀବନରେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ କି ତାଙ୍କୁ ଏକତରଫା ପ୍ରେମ କରୁଥିଲେ। ସେ ଆଉ କେହି ନୁହନ୍ତି ବରଂ ଲୋକପ୍ରିୟ ଫିଲ୍ମନିର୍ମାତା କରନ୍‌ ଜୋହର। ସେ ଅଭିନେତ୍ରୀଙ୍କୁ ହୃଦୟ ଦେଇ ବସିଥିଲେ। ନିଜେ ଟ୍ବିଙ୍କଲ ଏହି କଥା ଉପରୁ ପରଦା ଉଠାଇଛନ୍ତି।

‘ମିସେସ୍‌ ଫନିବୋନ୍ସ’ ପୁସ୍ତକ ଉନ୍ମୋଚନ ସମୟରେ ଟ୍ବିଙ୍କଲ କହିଥିଲେ, କରନ୍‌ ତାଙ୍କୁ ହୃଦୟର କଥା କହିଥିଲେ। ସେ ତାଙ୍କୁ ଭଲ ପାଆନ୍ତି ବୋଲି କହିଥିଲେ। କରନ୍‌ ସବୁବେଳେ ତାଙ୍କ ଓଠ ଉପରେ ଥିବା ଚୁଟିକୁ ଦେଖୁଥିଲେ। ଏହା ସୁନ୍ଦର ବୋଲି ସେ କହିବା ସହ ତାଙ୍କୁ ନିଶ ପସନ୍ଦ ବୋଲି କହିଥିଲେ।

ଅପରପକ୍ଷେ କରନ୍‌ ମଧ୍ୟ ଟ୍ବିଙ୍କଲଙ୍କୁ ପସନ୍ଦ କରୁଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ଜୀବନରେ ସେ ଏକମାତ୍ର ଏପରି ମହିଳା ଥିଲେ ଯାହାଙ୍କୁ ସେ ଭଲ ପାଉଥିଲେ। ଉଭୟ ଭଲ ବନ୍ଧୁ ଥିଲେ। ଅନେକ ସମୟରେ ନିଜ ସ୍କୁଲରୁ ଖସି ଆସି ଟ୍ବିଙ୍କଲଙ୍କୁ ଭେଟୁଥିଲେ କରନ୍‌।

ପିଲାଦିନରୁ ବନ୍ଧୁ ଥିବା ସତ୍ତ୍ୱେ ଟ୍ବିଙ୍କଲ କରନ୍‌ଙ୍କ ଡେବ୍ୟୁ ଫିଲ୍ମ କରିବାକୁ ମନା କରିଦେଇଥିଲେ। ସେତେବେଳେ କରନ୍‌ ଟ୍ବିଙ୍କଲଙ୍କୁ ‘ଟିନା’ ଭୂମିକା ଦେଇଥିଲେ। ହେଲେ ସେ ସଫାସଫା ମନା କରିଦେଇଥିଲେ। ଫଳରେ ପୁଣି ଥରେ ତାଙ୍କର ହୃଦୟ ଭାଙ୍ଗିଥିଲେ ବୋଲି କରନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri