ରିଲାଏନ୍ସ ଇଣ୍ଡଷ୍ଟ୍ରିର ଉତ୍ତରାଧିକାରୀ ହେବେ କିଏ, ମୁକେଶ ଅମ୍ବାନୀ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୯।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ରିଲାଏନ୍ସ ପ୍ରତିଷ୍ଠା କରିଥିବା ଧୀରଭାଇ ଅମ୍ବାନୀଙ୍କ ଜନ୍ମଦିନରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ସେ କହିଛନ୍ତି, ନୂଆ ପିଢ଼ି ନେତୃତ୍ୱ ପାଇଁ ପ୍ରସ୍ତୁତ। ଆକାଶ, ଇଶା ଏବଂ ଅନନ୍ତ ଆମ ଅପେକ୍ଷା ଭଲ କାମ କରୁଛନ୍ତି। ଏବେ ମୁଁ ଉତ୍ତରାଧିକାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଚାହୁଁଛି। ଆମେ ନୂତନ ପିଢିକୁ ମାର୍ଗଦର୍ଶନ କରିବା ଉଚିତ୍‌। ପ୍ରତିଦିନ ମୁଁ ରିଲାଏନ୍ସ ପାଇଁ ପିଲାମାନଙ୍କର ଉତ୍ସାହ, ପ୍ରତିବଦ୍ଧତା ଏବଂ ଉତ୍ସର୍ଗକୁ ଦେଖୁଛି ବୋଲି କହିଛନ୍ତି।
ମୁକେଶ ଅମ୍ବାନୀ କହିଛନ୍ତି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଆଗାମୀ ବର୍ଷରେ ଦୁନିଆର ଅନ୍ୟତମ ପ୍ରତିଷ୍ଠିତ ତଥା ଶକ୍ତିଶାଳୀ କମ୍ପାନୀ ହେବ। ଏଥିରେ, ସ୍ବଚ୍ଛ ଏବଂ ସବୁଜ ଶକ୍ତି କ୍ଷେତ୍ର ବ୍ୟତୀତ ଖୁଚୁରା ଏବଂ ଟେଲିକମ ବ୍ୟବସାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମ କମ୍ପାନୀର ଭବିଷ୍ୟତ ମୋ ପାଇଁ ପୂର୍ବ ଅପେକ୍ଷା ଅଧିକ ଉଜ୍ଜ୍ୱଳ ଦେଖାଯାଉଛି। ମୁଁ ଆତ୍ମବିଶ୍ୱାସ ସହିତ ଦୁଇଟି ଭବିଷ୍ୟବାଣୀ କରିପାରିବି। ପ୍ରଥମତଃ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ। ଦ୍ୱିତୀୟରେ, ରିଲାଏନ୍ସ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରତିଷ୍ଠିତ ଭାରତୀୟ ବହୁରାଷ୍ଟ୍ରୀୟ ଦେଶ ହେବ।
ସୂଚନାଯୋଗ୍ୟ, ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ୬୪ ବର୍ଷ ବୟସ ହୋଇଛି। ୨୦୦୨ରେ ପିତାଙ୍କ ମୃତ୍ୟୁ ପରେ ସେ ରିଲାଏନ୍ସ୍ର ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ତିନି ସନ୍ତାନ, ଆକାଶ, ଇଶା ଏବଂ ଅନନ୍ତ ରିଲାଏନ୍ସର ଟେଲିକମ ସହ ଜଡିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ୬୫କୁ ବୃଦ୍ଧି ଲାଗି ସୁପାରିସ

ନୂଆଦିଲ୍ଲୀ,୧୮।୩(ଆଇଏଏନ୍‌ଏସ୍‌): ଦେଶର ହାଇକୋର୍ଟଗୁଡ଼ିକରେ ଅନେକ ବିଚାରପତି ପଦବୀ ଖାଲି ପଡ଼ିଥିବାବେଳେ ବିଚାରାଧୀନ ମାମଲା ସଂଖ୍ୟା ବଢ଼ିଚାଲିଛି। ତେଣୁ ହାଇକୋର୍ଟ ବିଚାରପତିମାନଙ୍କ ଅବସର ବୟସସୀମା ୬୨ରୁ ୬୫...

ବଜେଟରେ ମହିଳାଙ୍କୁ ପ୍ରାଧାନ୍ୟ: ଏସଏଚଜି ମହିଳାଙ୍କୁ ୧ ଲକ୍ଷ ଟଙ୍କା ଯାଏ ଋଣ ବ୍ୟବସ୍ଥା

ନୂଆଦିଲ୍ଲୀ, ୫।୭:: ଶୁକ୍ରବାର ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥର ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି। ସେ...

ନିର୍ଭୟା ମାମଲା: ଦୋଷୀଙ୍କୁ ମିଳିଲା ପୁଣି ସପ୍ତାହେ; ଦୋଷୀଙ୍କୁ ଅଲଗା ଅଲଗା ଦିଆଯିବନି ଫାଶୀ

ନୂଆଦିଲ୍ଲୀ,୫।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ପୁଣି ସପ୍ତାହେ ସମୟ ମିଳିଛି। ଏହି ସମୟ ମଧ୍ୟରେ ସମସ୍ତ ଆଇନଗତ ବିକଳ୍ପ ପୂରଣ କରିବାକୁ ସେମାନଙ୍କୁ ଦିଲ୍ଲୀ...

‘ଅସ୍ତିତ୍ୱ ବଞ୍ଚାଇବାକୁ ଚାଲିଛି ଡ୍ରାମା’

ପୁଣେ,୧।୫: ମହାରାଷ୍ଟ୍ରରେ ଲାଉଡସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେ ଚେତାବନୀ ଦେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ...

ନ୍ୟାୟ ଦେବ କିଏ: ରାଜସ୍ଥାନରେ ଭାଜପା,ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ

ବାରାଂ/ହାଥରସ, ୫।୧୦: ଉତ୍ତରପ୍ରଦେଶର ହାଥରସ୍‌ ଏବଂ ରାଜସ୍ଥାନର ବାରାଂରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା...

୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ ମୋଦିଙ୍କ ବୈଠକ: ପୁନାୱାଲା ବି ସାମିଲ

ନୂଆଦିଲ୍ଲୀ,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ କଥା ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ...

ଧ୍ୟାନ ଦିଅନ୍ତୁ : କୋଓ୍ବିନ ପଠାଇବ କୋଡ୍‌

ନୂଆଦିଲ୍ଲୀ, ୭ା୫ : କୋଭିଡ୍‌-୧୯ ଟିକା ପାଇଁ ରେଜିଷ୍ଟ୍ରେଶନ ବେଳେ ହେଉଥିବା ଅସୁବିଧାକୁ କମ୍‌ କରିବାକୁ କୋଓ୍ବିନ ସିଷ୍ଟମରେ ସାମିଲ ହେବାକୁ ଯାଉଛି ନୂଆ ଫିଚର।...

ବିନା ଟଚ୍‌ରେ ଏଟିଏମ୍‌ରୁ ବାହାରିବ ଟଙ୍କା

ନୂଆଦିଲ୍ଲୀ,୬।୬: ବର୍ତ୍ତମାନ କରୋନା ମହାମାରୀ ବ୍ୟାପି ଚାଲିଛି। ଲୋକମାନେ ବର୍ତ୍ତମାନ ସାମାଜିକ ଦୂରତ୍ୱ ପାଳନ କରୁଥିବା ବେଳେ ସର୍ବସାଧାରଣ ସ୍ଥାନଗୁଡିକରେ ଥିବା କୌଣସି ଜିନିଷକୁ ଛୁଇଁବା...

Advertisement
Archives

Model This Week