ବ୍ୟବସାୟରେ ଲାଭ ହେଉନାହିଁ କି? ଏସବୁ ଉପାୟ ଆପଣାଇ ଦିନ କେଇଟାରେ ଦେଖନ୍ତୁ ଫରକ

ବ୍ୟବସାୟୀଙ୍କ ମନରେ ବେପାର ନ ହେବାର ଡ଼ର ସବୁବେଳେ ରହିଥାଏ। କାରଣ ଅନେକ ସମୟରେ ପରିଶ୍ରମ ସତ୍ତ୍ୱେ ବ୍ୟବସାୟରେ ଆଶାତୀତ ସଫଳତା ମିଳି ନ ଥାଏ। ଏଣୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଜ୍ୟୋତିଷ ଏବଂ ବାସ୍ତୁଶାସ୍ତ୍ର ସମ୍ବନ୍ଧିତ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ ବ୍ୟବସାୟରେ ଫାଇଦା ମିଳିପାରେ।

ଅଶ୍ୱସ୍ଥ ପତ୍ରର ବ୍ୟବହାର: ପ୍ରତ୍ୟେକ ମଙ୍ଗଳବାର ଅଶ୍ୱସ୍ଥର ୧୧ ପତ୍ର ନିଅନ୍ତୁ। ଲାଲ ଚନ୍ଦନରେ ପ୍ରତ୍ୟକ ପତ୍ର ଉପରେ ରାମ-ରାମ ଲେଖନ୍ତୁ। ଏହାପରେ ଏହି ପତ୍ରକୁ ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣ କେବେହେଲେ ବ୍ୟବସାୟରେ ଅସଫଳ ହେବେ ନାହିଁ। ତେବେ ଏହି ଉପାୟ ସବୁବେଳେ କରନ୍ତୁ। ହେଲେ କାହାକୁ ଏନେଇ କୁହନ୍ତୁ ନାହିଁ।

ଏହି ଉପାୟ କଲେ ଲାଭ ବଢ଼ିବ:
ବ୍ୟବସାୟରେ ମାଲ କିଣିବାକୁ ଯିବା ପୂର୍ବରୁ କୌଣସି ଏକ ଗୁପ୍ତ ସ୍ଥାନରେ ୨୧ଟଙ୍କା ରଖି ଦିଅନ୍ତୁ। ସେଠାରୁ ଫେରିବା ପରେ ଉକ୍ତ ଟଙ୍କାକୁ କୌଣସି ସାଧୁ, ସନ୍ଥ କିମ୍ବା ପଣ୍ଡିତଙ୍କୁ ଖାଇବାକୁ ଦିଅନ୍ତୁ ନଚେତ ଦାନ କରନ୍ତୁ। ଏହାଦ୍ୱାରା ବ୍ୟାପାରରେ ଲାଭ ହେବ।

ସୁଗନ୍ଧିତ ଧୂପକାଠି ଜଳାନ୍ତୁ:
ଦୋକାନ ଏବଂ ପ୍ରତିଷ୍ଠାନରେ ସନ୍ଧ୍ୟା ସମୟରେ ଦୀପ ଏବଂ ଧୂପକାଠି ପ୍ରଜ୍ୱଳିତ କରନ୍ତୁ। ଏଭଳି କରିବା ଦ୍ୱାରା ଦୋକାନରେ ସକରାତ୍ମକ ଉର୍ଜା ଖେଳିଯାଇଥାଏ।

କର୍ପୁର ଏବଂ କୁଙ୍କୁମ ବ୍ୟବହାର କରନ୍ତୁ:

କର୍ପୁର ଏବଂ କୁଙ୍କୁମ ମିଶାଇ ଜଳାଇବେ ଏବଂ ଦୀପାବଳି ଦିନ ଏହି ଅଙ୍ଗାରକୁ କାଗଜରେବାନ୍ଧି ଏକ ପୁଡ଼ିଆ କରିବେ। ଉକ୍ତ ପୁଡ଼ିଆକୁ ବେକରେ ବାନ୍ଧି ରଖନ୍ତୁ। ଏପରି କଲେ ବ୍ୟବସାୟରେ ଲାଗୁଥିବା ନଜର ଦୋଷ କଟିଯିବ।

ଏହାଛଡ଼ା କ’ଣ କରିବେ?

-ପ୍ରତ୍ୟେକ ଶନିବାର ଦୋକାନର ମୁଖ୍ୟ ଦ୍ୱାରରେ ଦାଗ ନ ଥିବା ଲେମ୍ବୁ ଏବଂ ୭ଟି କଳାଲଙ୍ଗା ଟାଙ୍ଗନ୍ତୁ।
-ଦୋକାନ ମୁହଁରେ ଶୁଭ ବେଳା ଦେଖି ନଡ଼ିଆକୁ ଲାଲ କପଡ଼ାରେ ଗୁଡ଼ାଇ ରଖିଦିଅନ୍ତୁ।
-ପ୍ରତି ଦିନ ସନ୍ଧ୍ୟାରେ ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ।
-ଅଫିସ କିମ୍ବା ଦୋକାନର ଦକ୍ଷିଣରେ ଶିବଲିଙ୍ଗ ସ୍ଥାପନ କରନ୍ତୁ। ସନ୍ଧ୍ୟା ସମୟରେ ଦୀପ ଏବଂ ଧୂପକାଠି ପ୍ରଜ୍ୱଳିତ କରନ୍ତୁ। ଏପରି କରିବା ଦ୍ୱାରା ଲାଭ ମିଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?